ଡାକ୍ତର କହିଲେ ଖରାରେ ରଖ, ଅଧଘଣ୍ଟା ପରେ ନବଜାତକ ମୃତ

ମୈନପୁରି, ୧୯।୫: ଉତ୍ତରପ୍ରଦେଶର ମୈନପୁରି ଜିଲା ଭୁଗାଇ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ୫ ଦିନ ତଳେ ଜନ୍ମିତ ଜଣେ ଶିଶୁକନ୍ୟାକୁ ଖରାରେ ରଖିବାରୁ ତାଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ରାଧାରମଣ ରୋଡ୍‌ସ୍ଥିତ ଶ୍ରୀ ସାଇ ହସ୍ପିଟାଲରେ ଗ୍ରାମର ବିମଳେଶ କୁମାରଙ୍କ ସ୍ତ୍ରୀ ରୀତା ଦେବୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ତେବେ ଗୁରୁବାର ନବଜାତ ଶିଶୁକନ୍ୟାର କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାରୁ ପରିବାର ଲୋକେ ଉକ୍ତ ହସ୍ପିଟାଲର ଜଣେ ଡାକ୍ତରଙ୍କ ପରାମର୍ଶ […] The post ଡାକ୍ତର କହିଲେ ଖରାରେ ରଖ, ଅଧଘଣ୍ଟା ପରେ ନବଜାତକ ମୃତ appeared first on Dharitri Odia News.

ଡାକ୍ତର କହିଲେ ଖରାରେ ରଖ, ଅଧଘଣ୍ଟା ପରେ ନବଜାତକ ମୃତ

ମୈନପୁରି, ୧୯।୫: ଉତ୍ତରପ୍ରଦେଶର ମୈନପୁରି ଜିଲା ଭୁଗାଇ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ୫ ଦିନ ତଳେ ଜନ୍ମିତ ଜଣେ ଶିଶୁକନ୍ୟାକୁ ଖରାରେ ରଖିବାରୁ ତାଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ରାଧାରମଣ ରୋଡ୍‌ସ୍ଥିତ ଶ୍ରୀ ସାଇ ହସ୍ପିଟାଲରେ ଗ୍ରାମର ବିମଳେଶ କୁମାରଙ୍କ ସ୍ତ୍ରୀ ରୀତା ଦେବୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ତେବେ ଗୁରୁବାର ନବଜାତ ଶିଶୁକନ୍ୟାର କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାରୁ ପରିବାର ଲୋକେ ଉକ୍ତ ହସ୍ପିଟାଲର ଜଣେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ପ୍ରତ୍ୟକ୍ଷ ସୂର୍ଯ୍ୟକିରଣରେ ନବଜାତ ଶିଶୁକନ୍ୟାଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପରିବାର ଲୋକେ ଶୁକ୍ରବାର ପ୍ରଚଣ୍ଡ ଖରା ହେଉଥିବା ବେଳେ ନବଜାତକଙ୍କୁ ଛାତ ଉପରେ ଶୁଆଇଦେଇ ଚାଲି ଆସିଥିଲେ। ଅଧଘଣ୍ଟା ପରେ ପରିବାର ଲୋକେ ଶିଶୁକନ୍ୟାଙ୍କୁ ନେବାପାଇଁ ଆସିଲାବେଳକୁ ସେ ଆଖିବୁଜି ସାରିଥିଲୋ। ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ଶ୍ରୀ ସାଇ ହସ୍ପିଟାଲରେ ପହଞ୍ଚି ବିରୋଧ କରିବାରୁ ପରାମର୍ଶ ଦେଇଥିବା ଡାକ୍ତର ହସ୍ପିଟାଲରୁ ଫେରାର ହୋଇଯାଇଥିଲେ। ତେବେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଚାଲିଛି ଏବଂ ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୈନପୁରି ଜିଲାର ମୁଖ୍ୟ ଚିକିତ୍ସା ଅଧିକାରୀ(ସିଏମ୍‌ଓ) ଆର. ସି. ଗୁପ୍ତା ସୂଚନା ଦେଇଛନ୍ତି।

The post ଡାକ୍ତର କହିଲେ ଖରାରେ ରଖ, ଅଧଘଣ୍ଟା ପରେ ନବଜାତକ ମୃତ appeared first on Dharitri Odia News.