ଡାକ୍ତରଖାନା ବେଡ୍‌ରେ ସେନ୍ସର ଗାର୍ଲ ଉର୍ଫି ଜାଭେଦ; ଚିନ୍ତାରେ ପ୍ରଶଂସକ

ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ହୁହନ୍ତି। ତେବେ ଏଥର ଉର୍ଫି ତାଙ୍କ ଚେହେରା କାରଣରୁ ନୁହେଁ ବରଂ ତାଙ୍କ ସ୍ୱାସ୍ଥ୍ୟ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି।

ଡାକ୍ତରଖାନା ବେଡ୍‌ରେ ସେନ୍ସର ଗାର୍ଲ ଉର୍ଫି ଜାଭେଦ; ଚିନ୍ତାରେ ପ୍ରଶଂସକ

ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ହୁହନ୍ତି। ତେବେ ଏଥର ଉର୍ଫି ତାଙ୍କ ଚେହେରା କାରଣରୁ ନୁହେଁ ବରଂ ତାଙ୍କ ସ୍ୱାସ୍ଥ୍ୟ କାରଣରୁ ଚର୍ଚ୍ଚାକୁ ଆସିଛନ୍ତି।

ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ହସ୍ପିଟାଲ ବେଡ୍‌ ଉପରେ ବିଶ୍ରାମ ନେଉଥିବାର ନଜର ଆସିଛନ୍ତି। ତେବେ, କିଛି ସମୟ ପରେ ସେ ଏହି ଫଟୋ ଡିଲିଟ୍ କରିଦେଇଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Uorfi (@urf7i)

ଏହି ଫଟୋରେ ଦେଖିବାକୁ ମିଳେ ଯେ ଉର୍ଫି ଏକ ନୀଳ ରଙ୍ଗର ହସ୍ପିଟାଲ୍ ଗାଉନ୍ ପିନ୍ଧିଛନ୍ତି ଏବଂ ତାଙ୍କ ମୁହଁରେ ଅକ୍ସିଜେନ୍ ମାସ୍କ ଲାଗିଛି। ସେ ତାଙ୍କ ଚୁଟିକୁ ଉପରକୁ ଟେକି ବାନ୍ଧିଛନ୍ତି। ସେ ଆଖି ବନ୍ଦ କରିଛନ୍ତି, କିନ୍ତୁ କ୍ୟାମେରାକୁ ପୋଜ୍ ଦେଇ ହସୁଥିବା ନଜର ଆସୁଛନ୍ତି। ଆଉ ଫଟୋ ଶେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, “୨୦୨୪ର ଧମାକେଦାର ଆରମ୍ଭ”।

ତେବେ ଡାକ୍ତରଖାନାରେ ଭର୍ତ୍ତି କରାଯିବାର କାରଣ ଉର୍ଫି ପ୍ରକାଶ କରି ନାହାଁନ୍ତି। ବର୍ତ୍ତମାନ ଉର୍ଫିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥି ସହିତ ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କୁ ନେଇ ଖୁବ ଚିନ୍ତିତ ହୋଇପଡିଛନ୍ତି। ଉର୍ଫିଙ୍କୁ କାହିଁକି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ତାହା ଜାଣିବାକୁ ସମସ୍ତେ ଚାହୁଛନ୍ତି।

ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଉର୍ଫିଙ୍କ କାମକୁ ନାପସନ୍ଦ କରନ୍ତି, ସେମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ଉର୍ଫି ଜାଭେଦଙ୍କ ସହ ମଜା କରି ଜଣେ କମେଣ୍ଟ ବକ୍ସରେ ଲେଖିଛନ୍ତି, “ଅନ୍ତତଃପକ୍ଷେ ସେ ଡାକ୍ତରଖାନାରେ ତ ପୋଷାକ ପିନ୍ଧୁଛନ୍ତି...”। ଅନ୍ୟ ଜଣେ କହିଛନ୍ତି, “ସବୁବେଳେ ବିନା ପୋଷାକରେ ରହିଲେ ଏମିତି ହିଁ ହେବ।” ଏଭଳି କମେଣ୍ଟ ପରେ ସେ ଏହି ପୋଷ୍ଟକୁ ଡିଲିଟ କରିଦେଇଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Uorfi (@urf7i)

ସୂଚନାଯୋଗ୍ୟ ଯେ ଗତ ବୁଧବାର ଦିନ ଉର୍ଫିଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଥିଲା। ଏଥିରେ ସେ ଫ୍ରଣ୍ଟ୍ କଟ୍ ମେରୁନ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ। ଏହି ଲୁକରେ, ଉର୍ଫି ସବୁଥର ପରି ଖୁବ ଆକର୍ଷଣୀୟ ଗରମ ଏବଂ ଷ୍ଟାଇଲିସ୍ ଦେଖାଯାଉଥିଲେ। ତେବେ ତାଙ୍କର ଏହି ହସ୍ପିଟାଲ ଫଟୋ ସମସ୍ତ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛି।

 
 
 
 
 
 
 
 
 
 
 
 
 
 
 

A post shared by Uorfi (@urf7i)