ଡାକ୍ତରଖାନାରେ ଚପଲ କାଢ଼ିବାକୁ ନେଇ ତୁମୁଳକାଣ୍ତ, ଡାକ୍ତରଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଯୁବକ

ଏହି ଘଟଣାରେ ୱାର୍ଡରେ ରଖାଯାଇଥିବା ଔଷଧ ଏବଂ ଅନ୍ୟାନ୍ୟ ଉପକରଣ ମଧ୍ୟ ନଷ୍ଟ ହୋଇଯାଇଥିଲା। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଡାକ୍ତରଖାନାରେ ଚପଲ କାଢ଼ିବାକୁ ନେଇ ତୁମୁଳକାଣ୍ତ, ଡାକ୍ତରଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଯୁବକ

ଗୁଜରାଟର ଏକ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କର ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମେଡିକାଲର ଜରୁରୀକାଳୀନ ୱାର୍ଡରେ ଡ୍ୟୁଟି କରୁଥିବା ଜଣେ ଡାକ୍ତରଙ୍କୁ ଘୋଷାଡ଼ିବା ସହିତ କିଛି ଯୁବକ ମାଡ଼ ମାରିଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। 

ଗତ ଶନିବାର ଭବନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳା ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଉକ୍ତ ମହିଳାଙ୍କୁ ଦେଖା କରିବା ପାଇଁ ତାଙ୍କ ସମ୍ପର୍କୀୟ ଡାକ୍ତରଖାନାକୁ ଆସିଥିଲେ। ତେବେ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ପ୍ରବେଶ କରିବା ପରେ ଡାକ୍ତର ଜୟଦୀପ ସିଂ ଗୋହିଲ ରୋଗୀର ପରିବାର ସଦସ୍ୟଙ୍କୁ ଚପଲ କାଢ଼ିବାକୁ କହିଥିଲେ। ଯାହାକୁ ନେଇ ସେଠାରେ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ପରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ ୩ ଜଣ ଯୁବକ। ଏହି ଘଟଣାରେ ୱାର୍ଡରେ ରଖାଯାଇଥିବା ଔଷଧ ଏବଂ ଅନ୍ୟାନ୍ୟ ଉପକରଣ ମଧ୍ୟ ନଷ୍ଟ ହୋଇଯାଇଥିଲା। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । 

ଏହି ଘଟଣାରେ ସଂପୃକ୍ତ ଥିବା ତିନି ଜଣ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହିରେନ ଡଙ୍ଗର, ଭବଦୀପ ଡଙ୍ଗର ଓ କୌଶିକ କୁଭାଦିଆ ବୋଲି ପୁଲିସ ସୂଚନା ଦେଇଛି।