ଡାକ୍ତରଖାନାରେ ଜଣେ ଶିଶୁକୁ ଅପହରଣ ନେଇ ଥାନାରେ ଅଭିଯୋଗ

ସୋର: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆଜି ଜଣେ ୧ବର୍ଷର ଶିଶୁପୁତ୍ରକୁ ଜଣେ ମହିଳା ଅପହରଣ କରିନଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋର ପୌରପାଳିକା ଅନ୍ତର୍ଗତ ଢିପାସାହି ଗ୍ରାମର ପ୍ରତିମା ମୁର୍ମୁ ତାଙ୍କର ୧ବର୍ଷର ଶିଶୁପୁତ୍ର ଏବଂ ତାଙ୍କ ଭଉଣୀ ଜଣେ ଓକିଲଙ୍କ ସହ ଡାକ୍ତରଖାନାକୁ ତାଙ୍କ ବଡ଼ ମାଆଙ୍କ ମୃତ୍ୟୁ ସାର୍ଟିଫିକେଟ ଆଣିବାକୁ ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଓକିଲ ଜଣଙ୍କ ତାଙ୍କ ଶିଶୁପୁତ୍ରକୁ ଜଣେ ମହିଳାଙ୍କୁ ଧରିବାକୁ ଦେବା ପାଇଁ କହିଥିଲେ। ଏଥିରେ ପ୍ରତିମା […]

ଡାକ୍ତରଖାନାରେ ଜଣେ ଶିଶୁକୁ ଅପହରଣ ନେଇ ଥାନାରେ ଅଭିଯୋଗ
baby

ସୋର: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆଜି ଜଣେ ୧ବର୍ଷର ଶିଶୁପୁତ୍ରକୁ ଜଣେ ମହିଳା ଅପହରଣ କରିନଇଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ସୋର ପୌରପାଳିକା ଅନ୍ତର୍ଗତ ଢିପାସାହି ଗ୍ରାମର ପ୍ରତିମା ମୁର୍ମୁ ତାଙ୍କର ୧ବର୍ଷର ଶିଶୁପୁତ୍ର ଏବଂ ତାଙ୍କ ଭଉଣୀ ଜଣେ ଓକିଲଙ୍କ ସହ ଡାକ୍ତରଖାନାକୁ ତାଙ୍କ ବଡ଼ ମାଆଙ୍କ ମୃତ୍ୟୁ ସାର୍ଟିଫିକେଟ ଆଣିବାକୁ ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଓକିଲ ଜଣଙ୍କ ତାଙ୍କ ଶିଶୁପୁତ୍ରକୁ ଜଣେ ମହିଳାଙ୍କୁ ଧରିବାକୁ ଦେବା ପାଇଁ କହିଥିଲେ। ଏଥିରେ ପ୍ରତିମା ରାଜି ନ ହେବାରୁ ଓକିଲ ଜଣଙ୍କ ତାଙ୍କୁ ଦେବା ପାଇଁ ବାଧ୍ୟ ହୋଇଥିଲେ। ଫଳରେ ପ୍ରତିମା ଶିଶୁପୁତ୍ରଙ୍କୁ ମହିଳା ଜଣଙ୍କୁ ଦେଇ ଓକିଲଙ୍କ ସହ ଡାକ୍ତରଖାନାର ଉପର ମହଲାକୁ ସାର୍ଟିଫିକେଟ ଆଣିବାକୁ ଚାଲି ଯାଇଥିଲେ। ସେଠାରୁ ଫେରିବା ପରେ ପ୍ରତିମା ଶିଶୁପୁତ୍ର ସହ ଉକ୍ତ ମହିଳାଙ୍କୁ ସେଠାରେ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।