ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ
ସୁବର୍ଣ୍ଣପୁର(କେନ୍ୟୁଜ୍) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ ଆସିଥିବା ବେଳେ ଏବେ ପୁନର୍ବାର ଦେଖିବାକୁ ମିଳିଛି ଏଭଳି ଘଟଣା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ପିଲାଚୋରି। ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି। ଅଭିଯୋଗ ଅନୁସାରେ ବୌଦ୍ଧ ଜିଲ୍ଲା ପଲସଗୋରା ଗାଁର ବିମ୍ବାଧର ସୁନା ତାଙ୍କ ଶିଶୁ କନ୍ୟାକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ଆଣିଥିଲେ […] The post ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ appeared first on KNews Odisha.

ସୁବର୍ଣ୍ଣପୁର(କେନ୍ୟୁଜ୍) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ ଆସିଥିବା ବେଳେ ଏବେ ପୁନର୍ବାର ଦେଖିବାକୁ ମିଳିଛି ଏଭଳି ଘଟଣା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ପିଲାଚୋରି। ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି।
ଅଭିଯୋଗ ଅନୁସାରେ ବୌଦ୍ଧ ଜିଲ୍ଲା ପଲସଗୋରା ଗାଁର ବିମ୍ବାଧର ସୁନା ତାଙ୍କ ଶିଶୁ କନ୍ୟାକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ପ୍ରତୀକ୍ଷାଲୟରେ ବସି ଥିବାବେଳେ ଜଣେ ମହିଳା ଶିଶୁ କନ୍ୟାକୁ କାଖେଇ ଥିଲେ । କିଛି ସମୟ ପରେ ସେ ଛୁଆକୁ ଧରି ବାହାରକୁ ବାହାରି ପଡ଼ିଥିଲେ । ଶିଶୁଙ୍କ ସମ୍ପର୍କୀୟ ଚିତ୍କାର କରିବାରୁ ସୁରକ୍ଷା କର୍ମୀ ତୁରନ୍ତ ବାହାରକୁ ଆସି ମହିଳାଙ୍କୁ ଅଟକ ରଖିଥିଲେ ।
ସୋନପୁର ପୋଲିସକୁ ଖବର ଦେଇଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାଙ୍କ ପରିବାର ସହିତ ସଂପୃକ୍ତ ମହିଳାଙ୍କୁ ଥାନାକୁ ନେଇଥିଲେ । ସେପଟେ ଏହି ଘଟଣାକୁ ଅସ୍ବୀକାର କରିଛନ୍ତି ସେହି ମହିଳା ଜଣକ । କହିଛନ୍ତି ମୁଁ ଶ୍ରଦ୍ଧାରେ ଶିଶୁ କନ୍ୟାଙ୍କୁ କାଖେଇ ଥିଲି । ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି । ତଦନ୍ତ ପରେ ସାମ୍ନାକୁ ଆସିବ ଏହି ଘଟଣାର ସତ୍ୟାସତ୍ୟ ।
The post ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ appeared first on KNews Odisha.