ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟା ଘଟଣା ପ୍ରତିବାଦରେ ସୋନପୁରରେ ବିକ୍ଷୋଭ ପ୍ରଦର୍ଶନ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କୋଲକାତା ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ସୋନପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ନେଇ ଏକ ନିରବ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬ଟା ସମୟରେ ସୋନପୁର ମୁଖ୍ୟ ଡାକ୍ତଖାନାର ଡାକ୍ତର ଓ ସମସ୍ତ କର୍ମଚାରୀ ସମୂହ କ୍ୟାଣ୍ଡେଲ ଜଳାଇ କୋଲକାତା ଠାରେ ଡାକ୍ତରୀ ଛାତ୍ରୀ ଙ୍କ ଉପରେ ହୋଇଥିବା ଗଣ ବଳାତ୍କାରର ପ୍ରତିବାଦ କରିବା ସହ ନୀରବ […] The post ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟା ଘଟଣା ପ୍ରତିବାଦରେ ସୋନପୁରରେ ବିକ୍ଷୋଭ ପ୍ରଦର୍ଶନ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କୋଲକାତା ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ସୋନପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ନେଇ ଏକ ନିରବ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬ଟା ସମୟରେ ସୋନପୁର ମୁଖ୍ୟ ଡାକ୍ତଖାନାର ଡାକ୍ତର ଓ ସମସ୍ତ କର୍ମଚାରୀ ସମୂହ କ୍ୟାଣ୍ଡେଲ ଜଳାଇ କୋଲକାତା ଠାରେ ଡାକ୍ତରୀ ଛାତ୍ରୀ ଙ୍କ ଉପରେ ହୋଇଥିବା ଗଣ ବଳାତ୍କାରର ପ୍ରତିବାଦ କରିବା ସହ ନୀରବ ରାଲି କରିଥିଲେ ଓ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ଭାରତ ସରକାରଙ୍କୁ ଦାବୀ ଜଣାଇଥିଲେ। ଏହି ରାଲିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁର୍ଗାଦତ୍ତ ଦାସ ଓମସା ଜିଲ୍ଲା ସଭାପତି ଡା. ନରେନ୍ଦ୍ର ମେହେର, ସମ୍ପାଦକ ଡା. ନନ୍ଦିକିଶୋର ନାୟକ, ଏଡିପିଏଚଓ ଭିବିଡି ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ସମସ୍ତ ସ୍ପେସିଆଲିଷ୍ଟ ଡାକ୍ତର ଓ ଡାକ୍ତରଖାନାର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ଏହି ରାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରୁ ଆରମ୍ଭ ହୋଇ ବ୍ଲକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
The post ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟା ଘଟଣା ପ୍ରତିବାଦରେ ସୋନପୁରରେ ବିକ୍ଷୋଭ ପ୍ରଦର୍ଶନ appeared first on Odisha.News.