ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା, ବଣ୍ଡ୍ ଅବଧି ପୂରଣ ନକଲେ ଦେବେ ଦରମାର ଦୁଇଗୁଣା ଜରିମାନା

ଭୁବନେଶ୍ବର : ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ୨ବର୍ଷର ବଣ୍ଡ୍ ଅବଧି ପୂରଣ ନ କଲେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ। ରାଜ୍ୟର ସରକାରୀ ମେଡିକାଲ୍ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ୍ ନିୟମରେ ରାଜ୍ୟ ସରକାର ପରିବିର୍ତ୍ତନ ଆଣିଛନ୍ତି। ୨ବର୍ଷର ବଣ୍ଡ ଅବଧି ପୂରଣ କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ଟ୍‌ କିମ୍ବା ଦରମାର […]

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା, ବଣ୍ଡ୍ ଅବଧି ପୂରଣ ନକଲେ ଦେବେ ଦରମାର ଦୁଇଗୁଣା ଜରିମାନା
State Govt's New Rules for Medical Students

ଭୁବନେଶ୍ବର : ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ୨ବର୍ଷର ବଣ୍ଡ୍ ଅବଧି ପୂରଣ ନ କଲେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ। ରାଜ୍ୟର ସରକାରୀ ମେଡିକାଲ୍ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ୍ ନିୟମରେ ରାଜ୍ୟ ସରକାର ପରିବିର୍ତ୍ତନ ଆଣିଛନ୍ତି। ୨ବର୍ଷର ବଣ୍ଡ ଅବଧି ପୂରଣ କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ଟ୍‌ କିମ୍ବା ଦରମାର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି। ମାତ୍ର ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଏହି ଡାକ୍ତରମାନେ କିଭଳି ନିଜର ସେବା ଯୋଗାଇବେ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ଡ୍ ନିୟମରେ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କୌଣସି ପ୍ରାର୍ଥୀ ରାଜ୍ୟ କିମ୍ବା ସର୍ବଭାରତୀୟ ସ୍ତରରେ ପିଜି ଡିପ୍ଲୋମା- ଡିଏମ୍-ଏମ୍.ସିଏଚ୍ ପାଠ ସହ ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂଶୋଧିତ ବଣ୍ଡ ନିୟମ ଲାଗୁ ହେବ।  ବଣ୍ଡ ଦାଖଲ ବିନା କୌଣସି ପ୍ରକାର ଆଡମିସନ୍ ହୋଇପାରିବ ନାହିଁ। DMET ଏହାକୁ ସୁନିଶ୍ଚିତ କରିବେ। ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ୨ବର୍ଷ ପାଇଁ ସରକାରୀ ମେଡିକାଲରେ କାର୍ଯ୍ୟ କରିବାକୁ ପଡ଼ିବ।  ଯଦି ଏହି ସମୟରେ କୌଣସି ପ୍ରାର୍ଥୀ ଉଚ୍ଚ ଶିକ୍ଷା କଗିବାର ସୁଯୋଗ ପାଆନ୍ତି ତାହେଲେ ବଣ୍ଡ୍ ନିୟମ ରଦ୍ଦ ହେବ ଓ ପାଠପଢ଼ା ସାରି ଫେରିବା ପରେ ପୂନର୍ବାର ବଣ୍ଡ୍ ନିୟମ ଲାଗୁ ହେବ। ଏଥିପାଇଁ ସେମାନଙ୍କୁ କୋର୍ଟଙ୍କରେ ଏକ ଆଫିଡେଭିଟ୍‌ ଦେବାକୁ ପଡ଼ିବ।

Screenshot 2 7

ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଅଇନ ଅନୁଯାୟୀ ପଞ୍ଜିକୃତ ଘରୋଇ ସ୍ବାସ୍ଥ୍ୟନୁଷ୍ଠାନଗୁଡ଼ିକ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସତ୍ୟପାଠ ବିନା ସଂପୃକ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ମନା କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଶେଷ ହେବାପୂର୍ବରୁ ପାଠ ଛାଡ଼ିବେ ସେମାନଙ୍କୁ ୧୦ଲକ୍ଷ ଟଙ୍କା କିମ୍ବା ଷ୍ଟାଇପେଣ୍ଡ ବା ଦରମା ଆକାରରେ ମିଳିଥିବା ଅର୍ଥକୁ ଦେବାକୁ ପଡ଼ିବ । ଯଦି ଜରିମାନା ଅର୍ଥ ପ୍ରଦାନ ନ କରନ୍ତି, ତାହେଲେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ ।ଅନ୍ୟପଟେ ଯଦି ପାଠ୍ୟକ୍ରମ ଶେଷ ହେବାର ୬ମାସ ଭିତରେ ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୁଅରି, ତା’ହେଲେ ବଣ୍ଡ ସର୍ତ୍ତାବଳୀ ରଦ୍ଦ ହୋଇଯିବ।

Screenshot 3 2

ସେପଟେ ଏହି ନିର୍ଦ୍ଦେଶନାମାକୁ ନେଇ ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି , ଡାକ୍ତରଙ୍କ ପ୍ରତି ରାଜ୍ୟ ସରକାରଙ୍କ କଠୋର ମନୋଭାବ ନାହିଁ। ଅନ୍ୟ ରାଜ୍ୟରେ ଏହି ନିୟମ ୧୦  ବର୍ଷ ଯାଏ ଅଛି। ଆମେ ଚାହୁଁଛୁ ଯେ ସେମାନେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଦିଅନ୍ତୁ। ତେଣୁ ବଣ୍ଡ ଅଧିକ ଶକ୍ତ କରାଯାଇଛି। ପିଜି ପଢିବାକୁ ଗଲେ, ବଣ୍ଡ କରିବେ ଯେ ପାଠ ସାରି ବାକି ଅବଧି ସରକାରୀ ହସ୍ପିଟାଲରେ କାମ କରିବେ। ଖୁବ ଶୀଘ୍ର ଘରୋଇ ମେଡିକାଲ କଲେଜ ପାଇଁ ବି ଏହି ନିୟମ ଲାଗୁ କରିବାକୁ ବ୍ୟବସ୍ଥା କରାଯିବ। ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ।  ଦୁଇ ବର୍ଷ ସରକାରୀ ହସ୍ପିଟାଲରେ କାମ ନ କଲେ, ଷ୍ଟାଇପେଣ୍ଟ୍‌ କିମ୍ବା ଦରମାର ଦୁଇ ଗୁଣ ଦେବା କୌଣସି କଠୋର ନିୟମ ନୁହେଁ।