ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତକ ଦିଲୀପ

ଭୁବନେଶ୍ୱର,୧୦।୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲ ଏସି କମ୍ପ୍ରେସରରେ ଗ୍ୟାସ୍‌ ଭର୍ତ୍ତିବେଳେ ବିସ୍ଫୋରଣ ଘଟଣାକୁ ମଙ୍ଗଳବାର ୧୨ଦିନ ପୂରିଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି। ଏଭଳିସ୍ଥିତିରେ ତୃତୀୟ ମୃତକ ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲୀପ ସାମନ୍ତରାୟ ବୋଲି କୁହାଯାଉଥିବାବେଳେ ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂରହୋଇଛି। ମଙ୍ଗଳବାର ପୋଲିସ ନିକଟରେ ପହଞ୍ଚତ୍ଥିବା ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତଦେହ ଦିଲୀପଙ୍କର ବୋଲି ସ୍ପଷ୍ଟ ହୋଇଛି। ଏହାପରେ ମୃତଦେହ ନେବାକୁ ଅପେକ୍ଷା […] The post ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତକ ଦିଲୀପ appeared first on Dharitri Odia News.

ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତକ ଦିଲୀପ

ଭୁବନେଶ୍ୱର,୧୦।୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲ ଏସି କମ୍ପ୍ରେସରରେ ଗ୍ୟାସ୍‌ ଭର୍ତ୍ତିବେଳେ ବିସ୍ଫୋରଣ ଘଟଣାକୁ ମଙ୍ଗଳବାର ୧୨ଦିନ ପୂରିଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି। ଏଭଳିସ୍ଥିତିରେ ତୃତୀୟ ମୃତକ ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲୀପ ସାମନ୍ତରାୟ ବୋଲି କୁହାଯାଉଥିବାବେଳେ ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂରହୋଇଛି। ମଙ୍ଗଳବାର ପୋଲିସ ନିକଟରେ ପହଞ୍ଚତ୍ଥିବା ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତଦେହ ଦିଲୀପଙ୍କର ବୋଲି ସ୍ପଷ୍ଟ ହୋଇଛି। ଏହାପରେ ମୃତଦେହ ନେବାକୁ ଅପେକ୍ଷା କରିଥିବା ଦିଲୀପଙ୍କ ପରିବାର ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଦିଲୀପଙ୍କ ମା’ ଅହଲ୍ୟା ପୁଅର ମୃତଦେହ ନେବା ପାଇଁ ପ୍ରତିବାଦ କରିଥିଲେ। ଅହଲ୍ୟାଙ୍କ ସମେତ ପରିବାର ସଦସ୍ୟମାନେ ମଞ୍ଚେଶ୍ୱର ଥାନା ସାମ୍ନାରେ ଧାରଣା ଦେଇଥିଲେ। ତେବେ ଡିଏନ୍‌ଏ ରିପୋର୍ଟ ମିଳିବା ପରେ ପୋଲିସ ଏମ୍‌ସରେ ଥିବା ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ହସ୍ପିଟାଲ ଛାତ ଉପରେ ଏସି ମେଣ୍ଟେନାନ୍ସ କାମ ଚାଲିଥିବାବେଳେ ଡିସେମ୍ବର ୨୯ ସାରେ ଏହି ଅଘଟଣ ଘଟିଥିଲା। କମ୍ପ୍ରେସର୍‌ରେ ସମସ୍ୟା ଯୋଗୁ ତାହା ଫାଟିଯାଇଥିଲା। ଏହି ବିସ୍ଫୋରଣରେ ଦିଲୀପଙ୍କ ସମେତ ୪ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ପ୍ରଥମେ କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କୁଳବ୍ରାହ୍ମଣସାଇଲୋ ଗ୍ରାମର ଜ୍ୟୋତିରଞ୍ଜନ ମଲ୍ଲିକ, ପରେ ଶ୍ରୀତମ ସାହୁ ଏବଂ ଶେଷରେ ଦିଲୀପଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟତମ ଆହତ ସୀମାଞ୍ଚଳ ବିଶ୍ୱାଳଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଆରମ୍ଭରୁ ଘଟଣାକୁ ଚପାଇ ଦିଆଯାଇଥିଲା। ମୃତଦେହ ଚିହ୍ନଟରେ ବଡ଼ ତ୍ରୁଟି ହୋଇଥିବା ଜଣାପଡିବା ପରେ ବିସ୍ଫୋରଣ ଓ ପରବର୍ତ୍ତୀ ଭୟଙ୍କର ସ୍ଥିତି ପଦାକୁ ଆସିଥିଲା। ପ୍ରଥମ ମୃତକ ଜ୍ୟୋତିରଞ୍ଜନଙ୍କ ମୃତଦେହକୁ ଦିଲୀପ ସାମନ୍ତରାୟ କୁହାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଦିଆଯାଇଥିଲା। ଦିଲୀପଙ୍କ ପରିବାର ମଧ୍ୟ ଜ୍ୟୋତିଙ୍କ ମୃତଦେହକୁ ସତ୍କାର କରିଦେଇଥିଲେ। ଏପରିକି ସ୍ବାମୀ ମୃତ୍ୟୁରେ ଭାଙ୍ଗିପଡି ଦିଲୀପଙ୍କ ସ୍ତ୍ରୀ ସୌମ୍ୟାଶ୍ର ଜେନା ଆତ୍ମହତ୍ୟା କରିଦେଇଥିଲେ। ତେବେ ଜୀବିତ ଥିବା ବା ଚିକିତ୍ସିତ ହେଉଥିବା ଦିଲୀପ ହସ୍ପିଟାଲ ହସ୍ପିଟାଲ ବେଡ୍‌ ନିଜ ପରିଚୟ ଦେବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହାପରେ ହାଇଟେକ୍‌ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନ୍ଦୋଳନ, ଧସ୍ତାଧସ୍ତି ଭିତରେ ଦିଲୀପଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ଦିଲୀପଙ୍କୁ ଜାଣିଶୁଣି ମାରିଦେବେ ବୋଲି ପରିବାର ଲୋକେ ଆଶଙ୍କା କରିଥିଲେ। ସେହି ରାତିରେ ହିଁ ଦିଲୀପ ପରିଚୟ ଦେଇଥିବା ତୃତୀୟ ଆହତଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଗଲା। ହେଲେ ପୋଲିସ ଦିଲୀପଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର ନ କରି ପରିଚୟ ପାଇଁ ଡିଏନ୍‌ଏ ଟେଷ୍ଟ ଲାଗି ତାଙ୍କ ମାଆ ଓ ଜ୍ୟୋତିଙ୍କ ମା’ବାପାଙ୍କ ନମୁନା ଦିଲ୍ଲୀ ପଠାଇଥିଲା।

The post ଡିଏନ୍‌ଏ ରିପୋର୍ଟରେ ତୃତୀୟ ମୃତକ ଦିଲୀପ appeared first on Dharitri Odia News.