ଡିଏଭି ପୋଖରୀପୁଟରେ ଯୋଗ ଦିବସ ପାଳିତ

ଭୁବନେଶ୍ୱର ୨୧।୦୬ : ଡିଏଭି ପୋଖରୀପୁଟରେ ଯୋଗ ଦିବସ ପାଳିତ । ପୋଖରୀପୁଟ ସ୍ଥିତ ଡିଏଭି ସ୍କୁଲରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇସ୍କନର ସନ୍ଥ ସଂଗ୍ରାମଜିତ ଦାସ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୀବନର ସଫଳତା ନିମନ୍ତେ ଯୋଗର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀମଦ୍‌ ଭଗବତ୍‌ଗୀତା ନୀତି  କଥା ତଥା କେତୋଟି ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ଯୋଗର ଉପକାରିତା ସମ୍ପର୍କରେ ସେ  ବିଦ୍ୟାର୍ଥୀମାନଙ୍କୁ ବୁଝାଇ କହିଥିଲେ । ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣି ମାନସିକ ଚାପମୁକ୍ତ ନିମନ୍ତେ ଯୋଗ ହିଁ ଅତ୍ୟନ୍ତ  ଅପରିହାର୍ଯ୍ୟ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ। ବିଦ୍ୟାଳୟର ଯୋଗ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ତ୍ରିପାଠୀ  ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଯୋଗ, ଆସନ, ପ୍ରାଣାୟାମ ଆଦି ଅଭ୍ୟାସ  କରାଇଥିଲେ । ଯୋଗ ଦିବସ ଅବସରରେ ଯୋଗାସନ ଓ ପୋଷ୍ଟର ମେକିଂ ଆଦି   ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । 

ଡିଏଭି ପୋଖରୀପୁଟରେ ଯୋଗ ଦିବସ ପାଳିତ

ଭୁବନେଶ୍ୱର ୨୧।୦୬ : ଡିଏଭି ପୋଖରୀପୁଟରେ ଯୋଗ ଦିବସ ପାଳିତ । ପୋଖରୀପୁଟ ସ୍ଥିତ ଡିଏଭି ସ୍କୁଲରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇସ୍କନର ସନ୍ଥ ସଂଗ୍ରାମଜିତ ଦାସ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୀବନର ସଫଳତା ନିମନ୍ତେ ଯୋଗର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । 

ଶ୍ରୀମଦ୍‌ ଭଗବତ୍‌ଗୀତା ନୀତି  କଥା ତଥା କେତୋଟି ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ଯୋଗର ଉପକାରିତା ସମ୍ପର୍କରେ ସେ  ବିଦ୍ୟାର୍ଥୀମାନଙ୍କୁ ବୁଝାଇ କହିଥିଲେ । ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣି ମାନସିକ ଚାପମୁକ୍ତ ନିମନ୍ତେ ଯୋଗ ହିଁ ଅତ୍ୟନ୍ତ  ଅପରିହାର୍ଯ୍ୟ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ।

 ବିଦ୍ୟାଳୟର ଯୋଗ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ତ୍ରିପାଠୀ  ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଯୋଗ, ଆସନ, ପ୍ରାଣାୟାମ ଆଦି ଅଭ୍ୟାସ  କରାଇଥିଲେ । ଯୋଗ ଦିବସ ଅବସରରେ ଯୋଗାସନ ଓ ପୋଷ୍ଟର ମେକିଂ ଆଦି   ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା ।