ଡିଏମ୍‌ଏଫ୍‌ ପାଣ୍ଠିରୁ ହରିଲୁଟ ଅଭିଯୋଗ

କାଳିଆପାଣି,୫ା୨(ଅସିତ ମହାନ୍ତ): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣି ମାଲିକମାନେ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍‌ଏଫ୍‌ ପାଣ୍ଠିକୁ ଯାଉଛି। ତଦନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ପ୍ରୋଗ୍ରେସିଭ ଆଦାୟ ହୋଇଛି। ଏଥିରେ ୪ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଡିଏମ୍‌ଏଫ୍‌ ଗାଇଡ୍‌ଲାଇନର ଉଲ୍ଲଂଘନ କରି ଅଧିକାଂଶ ପ୍ରକଳ୍ପ ଖଣି ପ୍ରଭାବିତ ଅଞ୍ଚଳ […] The post ଡିଏମ୍‌ଏଫ୍‌ ପାଣ୍ଠିରୁ ହରିଲୁଟ ଅଭିଯୋଗ appeared first on Dharitri Odia News.

ଡିଏମ୍‌ଏଫ୍‌ ପାଣ୍ଠିରୁ ହରିଲୁଟ ଅଭିଯୋଗ

କାଳିଆପାଣି,୫ା୨(ଅସିତ ମହାନ୍ତ): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣି ମାଲିକମାନେ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍‌ଏଫ୍‌ ପାଣ୍ଠିକୁ ଯାଉଛି। ତଦନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ପ୍ରୋଗ୍ରେସିଭ ଆଦାୟ ହୋଇଛି। ଏଥିରେ ୪ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଡିଏମ୍‌ଏଫ୍‌ ଗାଇଡ୍‌ଲାଇନର ଉଲ୍ଲଂଘନ କରି ଅଧିକାଂଶ ପ୍ରକଳ୍ପ ଖଣି ପ୍ରଭାବିତ ଅଞ୍ଚଳ ବାହାରେ କାର୍ଯ୍ୟକାରୀ ହେଉଥିବାବେଳେ ଅନେକ ପ୍ରକଳ୍ପରେ ଦୁର୍ନୀତି ବୁଡ଼ି ରହିଥିବା ଅଭିଯୋଗ ହେଉଛି।
ଖଣି ପ୍ରଭାବିତ ସୁକିନ୍ଦା ବ୍ଲକ କଂସ ପଞ୍ଚାୟତରେ କଂକ୍ରିଟ ରାସ୍ତା ନିର୍ମାଣକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ରତ୍ନଗର୍ଭା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀଭାବେ ଆକଳନ କରାଯାଇଛି। ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ ଖନନ ଆରମ୍ଭ ହୋଇସାରିଛି। ଫଳରେ ଖଣି ମାଲିକମାନେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇପାରିଛନ୍ତି। କିନ୍ତୁ ପ୍ରାକୃତିକ ପରିବେଶ ନଷ୍ଟ ହେବା ସହ ଭିଟାମାଟି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀଙ୍କ ଜୀବନଧାରଣର ମାନ ଏବେବି ଅପରିବର୍ତ୍ତିତ ରହିଛି ା ଜଙ୍ଗଲ, ଜମି, ଜଳକୁ ନଷ୍ଟ କରି ଖଣି କମ୍ପାନୀମାନେ ବହୁ ହଜାର କୋଟି ଟଙ୍କା ଲାଭ କରୁଥିବାବେଳେ ସମସ୍ତ ଖଣି ପ୍ରଭାବିତ ଲୋକଙ୍କୁ ଏଯାଏ ବିଶୁଦ୍ଧ ପାନୀୟ ଜଳ ଟୋପାଏ ମିଳୁନି। ସ୍କୁଲ, ଡାକ୍ତରଖାନା, ରାସ୍ତାଘାଟ, ବିଜୁଳି, ପ୍ରଦୂଷଣ ସମସ୍ୟା ଏବେ ବି ରହିଛି ା ତେଣୁ ୨୦୧୫ ଜାନୁୟାରୀରେ କେନ୍ଦ୍ର ସରକାର ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ଆଧାର କରି ଡିଏମ୍‌ଏଫ୍‌ ଗଠନ କରିଥିଲେ। କିନ୍ତୁ ଏହା ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ସମ୍ପୃକ୍ତ କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହେଉଛି। ଅଭିଯୋଗ ଅନୁଯାୟୀ ବିଭିନ୍ନ ଖଣି ପ୍ରଭାବିତ ପଞ୍ଚାୟତଗୁଡ଼ିକରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତା କାର୍ଯ୍ୟ ନିର୍ମାଣ ହେଉଛି। ଏହିକ୍ରମରେ ସୁକିନ୍ଦା ବ୍ଲକ କଂସ ପଞ୍ଚାୟତ ସରପଞ୍ଚଙ୍କ ଘର ନିକଟ ମହାରଣା ସାହିର ମୁଖ୍ୟ ରାସ୍ତାକୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗୀୟ ଅଧିକାରୀଙ୍କ ନାମରେ କଂକ୍ରିଟ କାର୍ଯ୍ୟ ହେଉଛି। ମୁଖ୍ୟରାସ୍ତାରୁ ମହୁକଣ୍ଟା ଗ୍ରାମକୁ ବିନା ଟେଣ୍ଡରରେ ସୁକିନ୍ଦା ବ୍ଲକ ପକ୍ଷରୁ ଯନ୍ତ୍ରୀଙ୍କ ମାଧ୍ୟମରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। କଂକ୍ରିଟ ରାସ୍ତା କାର୍ଯ୍ୟ ୪ ଇଞ୍ଚ ବାଲି, ୪ ଇଞ୍ଚ ମେଟାଲ, ୪ ଇଞ୍ଚ ଚିପ୍ସ କଂକ୍ରିଟ କରିବା ପାଇଁ ନିର୍ଦ୍ଦେଶ ରହୁଛି। ହେଲେ ବାସ୍ତବରେ ନିର୍ମାଣ କାର୍ଯ୍ୟକୁ ଯାଞ୍ଚ କରାଯାଏ ତେବେ ରାସ୍ତାର ଉଭୟ ୬ ଇଞ୍ଚର ନିଅଁ ଖୋଳି ମେଟାଲ ୬ ଇଞ୍ଚ ପକାଇବା ପରେ ନିମ୍ନମାନର ବାଲି ଓ ମାଟି ପକାଇ ଦିଆଯାଉଛି। ସେଥିରେ ମଝି ଅଂଶକୁ ଉଚ୍ଚା କରିବା ପରେ ୬ରୁ ୭ ଇଞ୍ଚ ମେଟାଲିଂ କରି ଉପରେ ୨ ଇଞ୍ଚ୍‌ର କଂକ୍ରିଟ କରି ରାସ୍ତାଟି ସମ୍ପୂର୍ଣ୍ଣ କରାଯାଉଥିବା ଦେଖିବାକୁ ମିଳିଛି। କଂସ ପଞ୍ଚାୟତର ସମସ୍ତ କାର୍ଯ୍ୟ ନିମ୍ନମାନରଭାବେ କରି ଯନ୍ତ୍ରୀ ଲିଙ୍ଗରାଜ ବେହେରା ଅର୍ଥ ହରିଲୁଟ କରୁଥିବା ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନେଇ ସୁକିନ୍ଦା ବିଡଓ ନମ୍ରତା ମୋଦିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲ୍‌ ଗ୍ରହଣ କରି ନ ଥିଲେ। ସେହିପରି ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ମତାମତ ନେବାକୁ ଶନିବାର ସନ୍ଧ୍ୟାରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ମଧ୍ୟ କଲ୍‌ ଗ୍ରହଣ କରି ନ ଥିଲେ।

The post ଡିଏମ୍‌ଏଫ୍‌ ପାଣ୍ଠିରୁ ହରିଲୁଟ ଅଭିଯୋଗ appeared first on Dharitri Odia News.