ଡିଜନୀ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଆଉ ଏକ ବଡ଼ ଡିଲ୍‌, ଏହି କମ୍ପାନିର ୧୩ ପ୍ରତିଶତ ଶେୟାର କିଣିବାକୁ ଯୋଜନା

ନୂଆଦିଲ୍ଲୀ: ଡିଜନୀ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବେ ପାରାମାଉଣ୍ଟ୍‌ ଗ୍ଲୋବାଲର ଠାରୁ ଭାଏକମ୍‌ ୧୮ର ୧୩.୦୧% ପ୍ରତିଶତ ଶେୟାର କିଣିବାକୁ ଯାଉଛି। ଦୁଇ କମ୍ପାନିଙ୍କ ମଧ୍ୟରେ ଏହି ଡିଲ୍‌ ପ୍ରାୟ ୪,୨୮୬ କୋଟି ଟଙ୍କାରେ ହୋଇଛି। ଏହି ଡିଲ୍‌ ହେଲେ ଭଏକମ୍‌ ୧୮ରେ ରିଲାଏନ୍ସର ଅଂଶଧନ ୫୭.୪୮%ରୁ ବଢ଼ି ୭୦.୪୯% ହୋଇଯିବ। ଭାଏକମ୍‌ରେ ପାରାମାଉଣ୍ଟ ଗ୍ଲୋବାଲର ଦୁଇ ଅନୁବନ୍ଧିତ କମ୍ପାନିର  ଥିବା ୧୩.୦୧ % ଶେୟାର ବିକ୍ରି କରୁଛି। ଭାଏକମ ୧୮ ରିଲାଏନ୍ସର ସ୍ବାମିତ୍ବ ଥିବା କମ୍ପାନି । ଭାଏକମ୍ ୧୮ରେ କମେଡି ସେଣ୍ଟ୍ରାଲ, ନିକେଲୋଡିୟନ ଏବଂ ଏମଟିଭି ଭଳି ୩୮ ଟିଭି ଚ୍ୟାନେଲର ନେଟଓ୍ବର୍କ ରହିଛି। ସେହିଭଳି ପାରାମାଉଣ୍ଟ ଗ୍ଲୋବାଲ, ଆମେରିକାର ମିଡିଆ ଏବଂ ଏଣ୍ଟରଟେନମେଣ୍ଟ କମ୍ପାନି। ୨୦୧୯ରେ ଭାଏକମ୍ ଏବଂ ସିବିଏସର ମିଶ୍ରଣରେ ଏହା ତିଆରି ହୋଇଥିଲା। ଏହା ନାସନାଲ ଆମ୍ୟୁଜମେଣ୍ଟ ଆଇଏନସିର ସହାୟକ କମ୍ପାନି। ମୂଳ ଭାବରେ ଭାଏକମସିବିଏସ ଭାବରେ ପରିଚିତ କମ୍ପାନିର ନାଁ ୨୦୨୨ରେ ପାରାମାଉଣ୍ଟ ଗ୍ଲୋବାଲ ରଖାଯାଇଥିଲା।ପାରାମାଉଣ୍ଟର କଣ୍ଟେଣ୍ଟ ରିଲାଏନ୍ସ ଜିଓ ସିନେମାରେ ମଧ୍ୟ ଷ୍ଟ୍ରିମ୍‌ ହୋଇଥାଏ। ତେଣୁ ଏହି ଡିଲ୍‌ ପରେ ଭାଏକମ୍‌କୁ ଏହାର କଣ୍ଟେଣ୍ଟ ଲାଇସେନ୍ସ ଜାରି ରହିବ। ରିଲଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୨୦୧୪ରେ ସବୁଠୁ ବଡ଼ ମିଡିଆ ହେବା ଲକ୍ଷ୍ୟରେ ପ୍ରଥମେ ନେଟଓ୍ବର୍କର ପ୍ରଥମ ପ୍ରମୋଟର ରାଘବ ବହଲଙ୍କ ଠାରୁ କମ୍ପାନିର ଶେୟାର କି

ଡିଜନୀ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଆଉ ଏକ ବଡ଼ ଡିଲ୍‌, ଏହି କମ୍ପାନିର ୧୩ ପ୍ରତିଶତ ଶେୟାର କିଣିବାକୁ ଯୋଜନା

ନୂଆଦିଲ୍ଲୀ: ଡିଜନୀ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବେ ପାରାମାଉଣ୍ଟ୍‌ ଗ୍ଲୋବାଲର ଠାରୁ ଭାଏକମ୍‌ ୧୮ର ୧୩.୦୧% ପ୍ରତିଶତ ଶେୟାର କିଣିବାକୁ ଯାଉଛି। ଦୁଇ କମ୍ପାନିଙ୍କ ମଧ୍ୟରେ ଏହି ଡିଲ୍‌ ପ୍ରାୟ ୪,୨୮୬ କୋଟି ଟଙ୍କାରେ ହୋଇଛି। ଏହି ଡିଲ୍‌ ହେଲେ ଭଏକମ୍‌ ୧୮ରେ ରିଲାଏନ୍ସର ଅଂଶଧନ ୫୭.୪୮%ରୁ ବଢ଼ି ୭୦.୪୯% ହୋଇଯିବ। ଭାଏକମ୍‌ରେ ପାରାମାଉଣ୍ଟ ଗ୍ଲୋବାଲର ଦୁଇ ଅନୁବନ୍ଧିତ କମ୍ପାନିର  ଥିବା ୧୩.୦୧ % ଶେୟାର ବିକ୍ରି କରୁଛି। 

ଭାଏକମ ୧୮ ରିଲାଏନ୍ସର ସ୍ବାମିତ୍ବ ଥିବା କମ୍ପାନି । ଭାଏକମ୍ ୧୮ରେ କମେଡି ସେଣ୍ଟ୍ରାଲ, ନିକେଲୋଡିୟନ ଏବଂ ଏମଟିଭି ଭଳି ୩୮ ଟିଭି ଚ୍ୟାନେଲର ନେଟଓ୍ବର୍କ ରହିଛି। ସେହିଭଳି ପାରାମାଉଣ୍ଟ ଗ୍ଲୋବାଲ, ଆମେରିକାର ମିଡିଆ ଏବଂ ଏଣ୍ଟରଟେନମେଣ୍ଟ କମ୍ପାନି। ୨୦୧୯ରେ ଭାଏକମ୍ ଏବଂ ସିବିଏସର ମିଶ୍ରଣରେ ଏହା ତିଆରି ହୋଇଥିଲା। ଏହା ନାସନାଲ ଆମ୍ୟୁଜମେଣ୍ଟ ଆଇଏନସିର ସହାୟକ କମ୍ପାନି। ମୂଳ ଭାବରେ ଭାଏକମସିବିଏସ ଭାବରେ ପରିଚିତ କମ୍ପାନିର ନାଁ ୨୦୨୨ରେ ପାରାମାଉଣ୍ଟ ଗ୍ଲୋବାଲ ରଖାଯାଇଥିଲା।

ପାରାମାଉଣ୍ଟର କଣ୍ଟେଣ୍ଟ ରିଲାଏନ୍ସ ଜିଓ ସିନେମାରେ ମଧ୍ୟ ଷ୍ଟ୍ରିମ୍‌ ହୋଇଥାଏ। ତେଣୁ ଏହି ଡିଲ୍‌ ପରେ ଭାଏକମ୍‌କୁ ଏହାର କଣ୍ଟେଣ୍ଟ ଲାଇସେନ୍ସ ଜାରି ରହିବ। ରିଲଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୨୦୧୪ରେ ସବୁଠୁ ବଡ଼ ମିଡିଆ ହେବା ଲକ୍ଷ୍ୟରେ ପ୍ରଥମେ ନେଟଓ୍ବର୍କର ପ୍ରଥମ ପ୍ରମୋଟର ରାଘବ ବହଲଙ୍କ ଠାରୁ କମ୍ପାନିର ଶେୟାର କିଣିଥିଲେ। ନେଟଓ୍ବର୍କ୧୮ରୁ ଅଂଶ ହେବା କାରଣରୁ ଭାଏକମ୍ ୧୮ ମଧ୍ୟ ରିଲାଏନ୍ସ ଭାଗକୁ ଆସିଥିଲା।