ଡିଜିଟାଲ ଠକେଇ ସମ୍ପର୍କରେ ଅଧିକ ସଚେତନତା ଲୋଡା
ଭୁବନେଶ୍ଵର: ଡିଜିଟାଲ ପେମେଣ୍ଟ ସଂଖ୍ୟା ଭାରତରେ ଆଶାତୀତ ବୃଦ୍ଧି ପାଉଛି। ସମତାଳରେ ପେମେଣ୍ଟ ସମ୍ବନ୍ଧିତ ଠକେଇ ଅଭିଯୋଗ ପ୍ରତିମାସରେ ହାରାହାରି ଅଢ଼େଇ ଲକ୍ଷ ଅତିକ୍ରମ କରୁଛି। ଦରିଆପାରି ଟେଲିକମ ନେଟୱର୍କରୁ ରାଉଟିଂ ମାଧ୍ୟମରେ ଭାରତୀୟ ଆଞ୍ଚଳିକ ଟେଲିକମ ନେଟୱର୍କକୁ କଲ୍ ପ୍ରବେଶ କରୁଛି। ଭାରତୀୟ ବଜାରରେ ଇଣ୍ଟରନ୍ୟାସନାଲ ଟର୍ମିନେସନ ଚାର୍ଜ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ବହୁତ କମ୍। ଏଣୁ ସ୍କାମଷ୍ଟର୍, ସ୍ପାମରମାନେ ଦରିଆପାରି ନେଟୱର୍କରୁ ଭାରତୀୟଙ୍କ ନେଟୱର୍କକୁ ଘନଘନ ସ୍ପାମ କଲ, ଫିସିଂ ଜରିଆରେ ଠକେଇ କାର୍ଯ୍ୟକ୍ରମ ଜାରି […]

ଭୁବନେଶ୍ଵର: ଡିଜିଟାଲ ପେମେଣ୍ଟ ସଂଖ୍ୟା ଭାରତରେ ଆଶାତୀତ ବୃଦ୍ଧି ପାଉଛି। ସମତାଳରେ ପେମେଣ୍ଟ ସମ୍ବନ୍ଧିତ ଠକେଇ ଅଭିଯୋଗ ପ୍ରତିମାସରେ ହାରାହାରି ଅଢ଼େଇ ଲକ୍ଷ ଅତିକ୍ରମ କରୁଛି। ଦରିଆପାରି ଟେଲିକମ ନେଟୱର୍କରୁ ରାଉଟିଂ ମାଧ୍ୟମରେ ଭାରତୀୟ ଆଞ୍ଚଳିକ ଟେଲିକମ ନେଟୱର୍କକୁ କଲ୍ ପ୍ରବେଶ କରୁଛି। ଭାରତୀୟ ବଜାରରେ ଇଣ୍ଟରନ୍ୟାସନାଲ ଟର୍ମିନେସନ ଚାର୍ଜ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ବହୁତ କମ୍। ଏଣୁ ସ୍କାମଷ୍ଟର୍, ସ୍ପାମରମାନେ ଦରିଆପାରି ନେଟୱର୍କରୁ ଭାରତୀୟଙ୍କ ନେଟୱର୍କକୁ ଘନଘନ ସ୍ପାମ କଲ, ଫିସିଂ ଜରିଆରେ ଠକେଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଟିକସ ବିଭାଗ, ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ସିବିଆଇ, ଆଇବି, ଅନ୍ୟାନ୍ୟ ଆଇନ କାର୍ଯ୍ୟକାରୀ ସଂସ୍ଥାର ଅଧିକାରୀ ପରିଚୟ ଦେଇ ଡିଜିଟାଲ ଆରେଷ୍ଟ୍ ଭୟ ଦେଖାଇ ବହୁ ବ୍ୟକ୍ତିଗତ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ହାସଲ କରୁଛନ୍ତି। ଏଣୁ ସରକାର ଇଣ୍ଟରନ୍ୟାସନାଲ ଟର୍ମିନେସନ ଚାର୍ଜ ବୃଦ୍ଧି କରିବା ଦରକାର। ସାମାଜିକ ଗଣମାଧ୍ୟମରେ ସର୍ବସାଧାରଣଙ୍କ ଗୋଚରାର୍ଥେ ସର୍ବଦା ସଚେତନ ରହିବାକୁ ପରାମର୍ଶ, ମାର୍ଗଦର୍ଶିକା ଜାରି କରିବା ଦରକାର। ରାତାରାତି କୋଟିପତି ହେବାର ନିଶା, ଗେମିଂ, ଟ୍ରେଡିଂରେ ବାଜି ଲଗାଇ ଲୋକମାନେ ସର୍ବସ୍ବ ହରାଉଛନ୍ତି। ଡିଜିଟାଲ ପେମେଣ୍ଟ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ନିଯୁକ୍ତି ସୁଯୋଗ ପାଇଁ ଲୋଭନୀୟ ଅଫର୍, ଆଧାର, କେୱାଇସି ଅପ୍ଡେଟ୍, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ସୁଯୋଗ, ମାଟ୍ରିମୋନିଆଲ ସାଇଟରେ ପଞ୍ଜୀକରଣ, ଜାତକ ବିଚାର, ଅନ୍ୟାନ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ତଥ୍ୟ ପ୍ରଦାନ ଯୋଗୁଁଁ ଅନେକ ଠକେଇେର ପଡ଼ୁଛନ୍ତି ଏବଂ ଜୀବନସାରା ପରିଶ୍ରମ ଦ୍ବାରା ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ମୁହୂର୍ତ୍ତକ ମଧ୍ୟରେ ହରାଉଛନ୍ତି। ଡିଜିଟାଲ ଓ ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ସଚେତନତା ଏହି ସମସ୍ୟାରୁ ରକ୍ଷା କରିପାରିବ।