ଡିଜିପି-ଆଇଜି ସମ୍ମିଳନୀକୁ ଉଦ୍‌ଘାଟନ କଲେ ଶାହା

ଭୁବନେଶ୍ୱର,୨୯ା୧୧: ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏନଏସ୍‌ଏ ଅଜିତ ଡୋଭାଲ ଉପସ୍ଥିତ ଥିଲେ। ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାରବିମର୍ଶ କରାଯିବ। ଏଥିରେ ସମସ୍ତ ରାଜ୍ୟର ଡିଜି-ଆଇଜିଙ୍କ ସହ ବିଭିନ୍ନ ଏଜେନ୍ସି ମୁଖ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ୩ ଦିନ ଧରି ଚାଲିବ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ବତନ୍ତ୍ର ବିମାନ […] The post ଡିଜିପି-ଆଇଜି ସମ୍ମିଳନୀକୁ ଉଦ୍‌ଘାଟନ କଲେ ଶାହା appeared first on Dharitri Odia News.

ଡିଜିପି-ଆଇଜି ସମ୍ମିଳନୀକୁ ଉଦ୍‌ଘାଟନ କଲେ ଶାହା

ଭୁବନେଶ୍ୱର,୨୯ା୧୧: ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ସର୍ବଭାରତୀୟ ୫୯ତମ ଡିଜି-ଆଇଜି ସମ୍ମିଳନୀକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏନଏସ୍‌ଏ ଅଜିତ ଡୋଭାଲ ଉପସ୍ଥିତ ଥିଲେ। ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାରବିମର୍ଶ କରାଯିବ। ଏଥିରେ ସମସ୍ତ ରାଜ୍ୟର ଡିଜି-ଆଇଜିଙ୍କ ସହ ବିଭିନ୍ନ ଏଜେନ୍ସି ମୁଖ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ୩ ଦିନ ଧରି ଚାଲିବ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚି ଥିଲେ। ପରେ ଲୋକସେବା ଭବନରେ ପହଞ୍ଚି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ଅନ୍ୟପକ୍ଷେ ସମ୍ମିଳନୀରେ ଯୋଗ ଦେବାନେଇ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରିକି ଅତିଥିଙ୍କୁ ସ୍ବାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି। ମୋଦିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରର ବିଭିନ୍ନ ରୁଟ୍‌ରେ ଟ୍ରାଫିକ କଟକଣା କରାଯାଇଛି।

The post ଡିଜିପି-ଆଇଜି ସମ୍ମିଳନୀକୁ ଉଦ୍‌ଘାଟନ କଲେ ଶାହା appeared first on Dharitri Odia News.