ଡିଜିପି ସମ୍ମିଳନୀ ବେଳେ ଧମକପୂର୍ଣ୍ଣ ମେଲ୍, ଇଣ୍ଟରପୋଲ୍ର ସହାୟତା ଲୋଡ଼ିଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ବେଳେ ଧମକପୂର୍ଣ୍ଣ ମେଲ୍ ବିଷୟରେ ମଙ୍ଗଳବାର ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଧମକପୂର୍ଣ୍ଣ ମେଲ୍ ଓ କଲ୍ରେ ୨ଟି ଭିଭିଏନ ସିଷ୍ଟମ ବ୍ୟବହାର ହୋଇଥିବା କହିଛି କ୍ରାଇମବ୍ରାଞ୍ଚ। ଗୋଟିଏ କାନାଡାରୁ ଏବଂ ଆଉ ଗୋଟିଏ ଅମେରିକାରୁ ବ୍ୟବହାର ହୋଇଛି। ତେବେ ଆତଙ୍କୀ ମେଲ୍ କାନାଡ଼ାରୁ ଆସିଥିବା ସ୍ପଷ୍ଟ ହୋଇଥିବା ବେଳେ ଆଇପି ଆଡ୍ରେସ ଯାଞ୍ଚ ବେଳେ ଏହା ଜଣା ପଡ଼ିଛି। ଏ ନେଇ କେନ୍ଦ୍ରୀୟ ଏଜେନ୍ସିକୁ ଅବଗତ କରାଯିବା ସହ ଇଣ୍ଟରପୋଲର ସହାୟତା ଲୋଡ଼ିଛି କ୍ରାଇମବ୍ରାଞ୍ଚ। ଡିଜିପି ସମ୍ମିଳନୀ ବେଳେ କିଛି ସାମ୍ବାଦିକଙ୍କ ପାଖକୁ ମେଲ୍ ଆସିଥିଲା। ଆତଙ୍କବାଦୀ ପନ୍ନୁ ନାଁରେ ଧମକପୁର୍ଣ୍ଣ ମେସେଜ୍ ଓ ଅଡ଼ିଓ କଲ୍ ଆସିଥିଲା। ଏଥିରେ ୨ଟି ଭିପିଏନ ସିଷ୍ଟମ ବ୍ୟବହାର ହୋଇଥିବା କ୍ରାଇମବ୍ରାଞ୍ଚ କହିଛି। ଅଡିଓ ରେକର୍ଡ ମଧ୍ୟ ଦେଶ ବାହାରୁ ଆସିଛି। ଏହାକୁ ଇଣ୍ଟରନେଟ୍ ଆପ୍ ଜରିଆରେ ପ୍ରସ୍ତୁତ କରାଯାଇଥିଲା। ଆତଙ୍କୀ ମେଲ୍ ଯାଞ୍ଚ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ତଦନ୍ତୁ ଜଣା ପଡ଼ିଛି ଯେ, ଆତଙ୍କୀ ମେଲ୍ ଓ ଅଡିଓ ନେଇ ଓଡ଼ିଶାରେ କାହାର ଲିଙ୍କ୍ ନାହିଁ। Also read: ଖଣ୍ଡଗିରିରୁ ଦୁର୍ନୀତିଖୋରଙ୍କ ବିରୁଦ୍ଧରେ ଆକ୍ସନ ପ୍ରକ୍ରିୟା ଆରମ୍ଭ ହେଲା, ସମସ୍ତେ ସଚେତନ ହୋଇ ଯାଆନ୍ତୁସୂଚନାଯୋଗ୍ୟ, ଡିଜିପି ସମ୍ମିଳନୀ ସମୟରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଧମକପ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ବେଳେ ଧମକପୂର୍ଣ୍ଣ ମେଲ୍ ବିଷୟରେ ମଙ୍ଗଳବାର ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଧମକପୂର୍ଣ୍ଣ ମେଲ୍ ଓ କଲ୍ରେ ୨ଟି ଭିଭିଏନ ସିଷ୍ଟମ ବ୍ୟବହାର ହୋଇଥିବା କହିଛି କ୍ରାଇମବ୍ରାଞ୍ଚ। ଗୋଟିଏ କାନାଡାରୁ ଏବଂ ଆଉ ଗୋଟିଏ ଅମେରିକାରୁ ବ୍ୟବହାର ହୋଇଛି। ତେବେ ଆତଙ୍କୀ ମେଲ୍ କାନାଡ଼ାରୁ ଆସିଥିବା ସ୍ପଷ୍ଟ ହୋଇଥିବା ବେଳେ ଆଇପି ଆଡ୍ରେସ ଯାଞ୍ଚ ବେଳେ ଏହା ଜଣା ପଡ଼ିଛି। ଏ ନେଇ କେନ୍ଦ୍ରୀୟ ଏଜେନ୍ସିକୁ ଅବଗତ କରାଯିବା ସହ ଇଣ୍ଟରପୋଲର ସହାୟତା ଲୋଡ଼ିଛି କ୍ରାଇମବ୍ରାଞ୍ଚ।
ଡିଜିପି ସମ୍ମିଳନୀ ବେଳେ କିଛି ସାମ୍ବାଦିକଙ୍କ ପାଖକୁ ମେଲ୍ ଆସିଥିଲା। ଆତଙ୍କବାଦୀ ପନ୍ନୁ ନାଁରେ ଧମକପୁର୍ଣ୍ଣ ମେସେଜ୍ ଓ ଅଡ଼ିଓ କଲ୍ ଆସିଥିଲା। ଏଥିରେ ୨ଟି ଭିପିଏନ ସିଷ୍ଟମ ବ୍ୟବହାର ହୋଇଥିବା କ୍ରାଇମବ୍ରାଞ୍ଚ କହିଛି। ଅଡିଓ ରେକର୍ଡ ମଧ୍ୟ ଦେଶ ବାହାରୁ ଆସିଛି। ଏହାକୁ ଇଣ୍ଟରନେଟ୍ ଆପ୍ ଜରିଆରେ ପ୍ରସ୍ତୁତ କରାଯାଇଥିଲା। ଆତଙ୍କୀ ମେଲ୍ ଯାଞ୍ଚ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ତଦନ୍ତୁ ଜଣା ପଡ଼ିଛି ଯେ, ଆତଙ୍କୀ ମେଲ୍ ଓ ଅଡିଓ ନେଇ ଓଡ଼ିଶାରେ କାହାର ଲିଙ୍କ୍ ନାହିଁ।
Also read: ଖଣ୍ଡଗିରିରୁ ଦୁର୍ନୀତିଖୋରଙ୍କ ବିରୁଦ୍ଧରେ ଆକ୍ସନ ପ୍ରକ୍ରିୟା ଆରମ୍ଭ ହେଲା, ସମସ୍ତେ ସଚେତନ ହୋଇ ଯାଆନ୍ତୁ
ସୂଚନାଯୋଗ୍ୟ, ଡିଜିପି ସମ୍ମିଳନୀ ସମୟରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ ପଠାଇବା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଆଲର୍ଟ ମୋଡ୍ରେ ରହିଥିଲେ ସବୁ ଅଧିକାରୀ । କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଓ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଥିଲା।
ପନ୍ନୁ ନାଁରେ ଇ-ମେଲ୍ରେ ପଠାଇଥିବା ଅଡିଓ ମେସେଜରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଥିଲା । ରବିବାର ଏୟାରପୋର୍ଟରୁ ବିମାନ ଉଡାଣ ନ ଭରିବାକୁ ଚେତାବନୀ ଦେଇଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ । ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଥିଲା। ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ ରହିଥିଲା।