ଡିସେମ୍ବର ୧୫ରେ ହେବ CTET ୨୦୨୪ ପରୀକ୍ଷା: CBSE ପକ୍ଷରୁ ପରୀକ୍ଷା ତାରିଖ ପରିବର୍ତ୍ତନ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଡିସେମ୍ବର ୨୦୨୪କୁ ନେଇ ଅଫିସିଆଲ ନୋଟିଫିକେସନ ଜାରି କରାଯାଇଛି । ପ୍ରଦତ୍ତ ପ୍ରକ୍ରିୟା ଅନୁସାରେ ପ୍ରାର୍ଥୀମାନେ ନିଜ ନିଜର ଆବେଦନ ପତ୍ର ଜମା କରିପାରିବେ । ପ୍ରାର୍ଥୀମାନେ ସିଟିଇଟିର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ନିକଟରେ ସିବିଏସଇ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇ ସେଥିରେ ସିଟିଇଟି ଡିସେମ୍ବର ୨୦୨୪ର ତାରିଖ ପରିବର୍ତ୍ତନ ନେଇ ସୂଚନା […]

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଡିସେମ୍ବର ୨୦୨୪କୁ ନେଇ ଅଫିସିଆଲ ନୋଟିଫିକେସନ ଜାରି କରାଯାଇଛି । ପ୍ରଦତ୍ତ ପ୍ରକ୍ରିୟା ଅନୁସାରେ ପ୍ରାର୍ଥୀମାନେ ନିଜ ନିଜର ଆବେଦନ ପତ୍ର ଜମା କରିପାରିବେ । ପ୍ରାର୍ଥୀମାନେ ସିଟିଇଟିର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ନିକଟରେ ସିବିଏସଇ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇ ସେଥିରେ ସିଟିଇଟି ଡିସେମ୍ବର ୨୦୨୪ର ତାରିଖ ପରିବର୍ତ୍ତନ ନେଇ ସୂଚନା ଦିଆଯାଇଛି ।
ଡିସେମ୍ବର ୧ ତାରିଖରେ ହେବକୁ ଥିବା ସିଟିଇଟି ୨୦୨୪ ପରୀକ୍ଷା ଏବେ ଡିସେମ୍ବର ୧୫ ତାରିଖରେ ଆୟୋଜିତ କରାଯିବ । ସିଟିଇଟି ଡିସେମ୍ବର ୨୦୨୪ ପରୀକ୍ଷା ପାଇଁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୬ ତାରିଖ ମଧ୍ୟରେ ପଞ୍ଜିକରଣ କରାଯାଇଥିଲା । ପ୍ରାର୍ଥୀଙ୍କର ଆଗ୍ରକୁ ଦୃଷ୍ଟିରେ ରଖି ଡିସେମ୍ବର ୧୪ରେ ପରୀକ୍ଷା ହେବା ନେଇ ନିର୍ଦ୍ଧାରିତ କରାଯାଇଛି । ତେବେ କୌଣସି ସହରରେ ଅଧିକ ସଂଖ୍ୟକ ପ୍ରାର୍ଥୀ ହେଲେ ସେ କ୍ଷେତ୍ରରେ ଡିସେମ୍ବର ୧୫ରେ ପରୀକ୍ଷା ହେବା ନେଇ ସ୍ଥିର କରାଯାଇଛି ।