ଡିସେମ୍ବର ୧୫ରେ ହେବ ଫଡନବୀଶଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ଆସିଲା ମନ୍ତ୍ରୀମାନଙ୍କ ତାଲିକା
ମୁମ୍ବାଇ ୧୪।୧୨: ଦେବେନ୍ଦ୍ର ଫଡନବୀଶଙ୍କ କ୍ୟାବିନେଟର ସମ୍ପ୍ରସାରଣ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ ୧୫ ଡିସେମ୍ବର ରବିବାର ହେବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମନ୍ତ୍ରୀମାନଙ୍କ ଶପଥଗ୍ରହଣ ଉତ୍ସବ ନାଗପୁରରେ ହେବ। ଏଥିରେ ୩୦ରୁ ୩୨ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ସମ୍ଭାବିତ ମନ୍ତ୍ରୀମାନଙ୍କୁ ଶପଥ ପାଠ ପାଇଁ ମୁଖ୍ୟମନ୍ତ୍ରୀ ଫଡନବୀଶ ନିଜେ ଫୋନ କରି ଡାକିବେ। ସୂତ୍ର ଅନୁସାରେ ମହାରାଷ୍ଟ୍ର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକରୁ ଅଧିକ ୪୩ ଜଣ ମନ୍ତ୍ରୀ ରହିବେ। ଏଥିରୁ ବିଜେପିକୁ ୨୦ରୁ ୨୧ଟି ମନ୍ତ୍ରୀପଦ ମିଳିବାକୁ ଥିବା ବେଳେ ଶିବସେନା ସିନ୍ଦେକୁ ୧୧ରୁ ୧୨ଟି ଓ ଏନସିପି ଅଜିତକୁ ୯ରୁ ୧୦ଟି ମନ୍ତ୍ରୀପଦ ମିଳିପାରେ। ଏଥିରେ ମନ୍ତ୍ରାଳୟର କଥା କହିବାକୁ ଗଲେ ବିଜେପି ନିଜ ହାତରେ ଗୃହ, ଆଇନ, ହାଉସିଂ ଡେଭଲପମେଣ୍ଟ, ଶକ୍ତି, ଜଳସେଚନ, ଗ୍ରାମ୍ୟ ବିକାଶ, ପର୍ଯ୍ୟଟନ, ରାଜସ୍ୱ, ଦକ୍ଷତା ବିକାଶ, ସାଧାରଣ ପ୍ରଶାସନ ଓ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ରଖିବ। ସେହିପରି ଶିବସେନା ସିନ୍ଦେକୁ ଅର୍ବାନ ଡେଭଲପମେଣ୍ଟ, ଅବକାରୀ, ସାମାଜିକ ନ୍ୟାୟ, ପରିବେଶ, ଖନନ, ଜଳଯୋଗାଣ, ଉଦ୍ୟୋଗ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପିଡବ୍ଲୁଡି ବିଭାଗ ଦିଆଯାଇପାରେ। ଏନସିପି ଅଜିତକୁ ଯୋଜନା, ଖାଦ୍ୟ ଓ ଯୋଗାଣ, ଏଫଡିଏ
ମୁମ୍ବାଇ ୧୪।୧୨: ଦେବେନ୍ଦ୍ର ଫଡନବୀଶଙ୍କ କ୍ୟାବିନେଟର ସମ୍ପ୍ରସାରଣ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନର ଦିନକ ପୂର୍ବରୁ ଅର୍ଥାତ ୧୫ ଡିସେମ୍ବର ରବିବାର ହେବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମନ୍ତ୍ରୀମାନଙ୍କ ଶପଥଗ୍ରହଣ ଉତ୍ସବ ନାଗପୁରରେ ହେବ। ଏଥିରେ ୩୦ରୁ ୩୨ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ସମ୍ଭାବିତ ମନ୍ତ୍ରୀମାନଙ୍କୁ ଶପଥ ପାଠ ପାଇଁ ମୁଖ୍ୟମନ୍ତ୍ରୀ ଫଡନବୀଶ ନିଜେ ଫୋନ କରି ଡାକିବେ।
ସୂତ୍ର ଅନୁସାରେ ମହାରାଷ୍ଟ୍ର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକରୁ ଅଧିକ ୪୩ ଜଣ ମନ୍ତ୍ରୀ ରହିବେ। ଏଥିରୁ ବିଜେପିକୁ ୨୦ରୁ ୨୧ଟି ମନ୍ତ୍ରୀପଦ ମିଳିବାକୁ ଥିବା ବେଳେ ଶିବସେନା ସିନ୍ଦେକୁ ୧୧ରୁ ୧୨ଟି ଓ ଏନସିପି ଅଜିତକୁ ୯ରୁ ୧୦ଟି ମନ୍ତ୍ରୀପଦ ମିଳିପାରେ। ଏଥିରେ ମନ୍ତ୍ରାଳୟର କଥା କହିବାକୁ ଗଲେ ବିଜେପି ନିଜ ହାତରେ ଗୃହ, ଆଇନ, ହାଉସିଂ ଡେଭଲପମେଣ୍ଟ, ଶକ୍ତି, ଜଳସେଚନ, ଗ୍ରାମ୍ୟ ବିକାଶ, ପର୍ଯ୍ୟଟନ, ରାଜସ୍ୱ, ଦକ୍ଷତା ବିକାଶ, ସାଧାରଣ ପ୍ରଶାସନ ଓ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ରଖିବ।
ସେହିପରି ଶିବସେନା ସିନ୍ଦେକୁ ଅର୍ବାନ ଡେଭଲପମେଣ୍ଟ, ଅବକାରୀ, ସାମାଜିକ ନ୍ୟାୟ, ପରିବେଶ, ଖନନ, ଜଳଯୋଗାଣ, ଉଦ୍ୟୋଗ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପିଡବ୍ଲୁଡି ବିଭାଗ ଦିଆଯାଇପାରେ। ଏନସିପି ଅଜିତକୁ ଯୋଜନା, ଖାଦ୍ୟ ଓ ଯୋଗାଣ, ଏଫଡିଏ, କୃଷି, ମହିଳା ଓ ଶିଶୁ ବିକାଶ, ଖେଳ ଓ ଯୁବ କଲ୍ୟାଣ, ରିଲିଫ ଓ ଥଇଥାନ ବିଭାଗ ମିଳିପାରେ। ଏଥିରେ ଏକନାଥ ସିନ୍ଦେଙ୍କୁ ଅର୍ବାନ ଡେଭଲପମେଣ୍ଟ ମନ୍ତ୍ରାଳୟ ମିଳିପାରେ। ଅଜିତ ପାୱାର ଅର୍ଥମନ୍ତ୍ରାଳୟ ମାଗୁଛନ୍ତି, ତେବେ ତାଙ୍କୁ ଶକ୍ତି ଓ ହାଉସିଂ ବିଭାଗ ମିଳିପାରେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଗୃହ ସହିତ ଅର୍ଥ ବିଭାଗକୁ ମଧ୍ୟ ନିଜ ହାତରେ ରଖିବାକୁ ଚାହୁଁଛନ୍ତି।
ବିଧାନସଭା ବାଚସ୍ପତି ଓ ବିଧାନପରିଷଦ ଅଧ୍ୟକ୍ଷ ପଦ ବିଜେପି ନିଜ ହାତରେ ରଖିବ। ଏହା ଛଡା ପରେ ଦଳମାନଙ୍କ ମଧ୍ୟରେ କିଛି ବିଭାଗ ନିଜନିଜ ମଧ୍ୟରେ ଅଦଳବଦଳ ହୋଇପାରେ। ଏଥିରେ ବିଜେପି ଅର୍ବାନ ଡେଭଲପମେଣ୍ଟ ବିଭାଗକୁ ନିଜ ହାତକୁ ନେଇ ପାରେ। ଏହା ବଦଳେ ରାଜସ୍ୱ ଓ ପିଡବ୍ଲୁଡି ବିଭାଗକୁ ସିନ୍ଦେଙ୍କୁ ଦେବାକୁ ଚାହୁଁଛି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ।