ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ: ଓଡ଼ିଶାରୁ କିଏ ଯିବେ…

ଭୁବନେଶ୍ୱର,୨୬।୧୧: ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା ଦିଆଯାିଛି। ଡିସେମ୍ବର ୩ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୧୦ ତାରିଖ ନାମାଙ୍କନର ଶେଷ ଦିନ। ଅନ୍ୟପକ୍ଷେ ରାଜ୍ୟ ସଭା ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟ […] The post ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ: ଓଡ଼ିଶାରୁ କିଏ ଯିବେ… appeared first on Dharitri Odia News.

ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ: ଓଡ଼ିଶାରୁ କିଏ ଯିବେ…

ଭୁବନେଶ୍ୱର,୨୬।୧୧: ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା ଦିଆଯାିଛି। ଡିସେମ୍ବର ୩ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୧୦ ତାରିଖ ନାମାଙ୍କନର ଶେଷ ଦିନ। ଅନ୍ୟପକ୍ଷେ ରାଜ୍ୟ ସଭା ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡ଼ିଛି।

ରାଜ୍ୟ ସଭା ଏମପି ପଦରୁ ପୂର୍ବତନ ବିଜେଡି ନେତା ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରୁ କିଏ ରାଜ୍ୟ ସଭା ଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହାରି ମଧ୍ୟରେ ବଡ ମନ୍ତବ୍ୟ ଦେଇଥିଲେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ।  ଗଣାମଧ୍ୟର ପ୍ରତିନିଧି ମାନଙ୍କ ସହିତ କଥା ହୋଇ ସେ କହିଥିଲେ, ”ଦଳର ସର୍ବୋଚ୍ଚ ନେତା ତଥା ପାର୍ଲିଆମେଣ୍ଟ କମିଟି ଶେଷ ନିଷ୍ପତ୍ତି ନେବେ। ବିଜେଡିକୁ ରାଜ୍ୟବାସୀ ଲମ୍ବା ସମୟ ଧରି ଆଶୀର୍ବାଦ କରିଥିଲେ। କିନ୍ତୁ ଗତ ନିର୍ବାଚନରେ ଲୋକେ ତାଙ୍କ ନିକଟରୁ ମୁହଁ ଫେରାଇ ନେଇଛନ୍ତି।” ତେବେ ବିଧାୟକ ସଂଖ୍ୟା ଦେଖିଲେ ଭାଜପାର ପ୍ରାର୍ଥୀ ରାଜ୍ୟ ସଭା ଯିବା ନିଶ୍ଚିତ।

ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ କୌଣସି ଲୋକ ସଭା ଆସନ ମିଳି ନ ଥିଲା ବେଳେ ଏବେ ରାଜ୍ୟ ସଭାରେ ଦଳର ଶକ୍ତି ହ୍ରାସ ପାଇଚାଲିଛି। ପ୍ରଥମେ ମୟୂରଭଞ୍ଜର ଟାଣୁଆ ମହିଳା ନେତ୍ରୀ ମମତା ମହନ୍ତ ରାଜ୍ୟ ସଭା ସହିତ ଦଳରୁ ଇସ୍ତଫା ଦେଇ ଭଜାପରେ ମିଶିଥିଲେ। ଏହାରି ମଧ୍ୟରେ ସେ ପୁନର୍ବାର ଭାଜପାରୁ ରାଜ୍ୟ ସଭାକୁ ଯାଇ ସାରିଥିବା ବେଳେ ତାଙ୍କ ପଛେ ପଛେ ସୁଜିତ କୁମାର ରାଜ୍ୟ ସଭା ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭଜାପରେ ଯୋଗ ଦେଇଥିଲେ।

The post ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ: ଓଡ଼ିଶାରୁ କିଏ ଯିବେ… appeared first on Dharitri Odia News.