ଡୁପ୍ଲିକେଟ୍ ଚାବିରେ କାହିଁକି ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଜୋର ଧରିଲା ରତ୍ନଭଣ୍ଡାର ରାଜନୀତି
ଭୁବନେଶ୍ଵର: ରତ୍ନଭଣ୍ଡାର ଖୋଲିବା ପରେ ବି ଥମୁନି ଚାବି ରାଜନୀତି । କିଏ ଓ କାହିଁକି ଡୁପ୍ଲିକେଟ୍ ଚାବି ବନାଇଥିଲେ ? ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ ? ଆପେ ଖସି ଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲେ ? କାହିଁକି ଡୁପ୍ଲିକେଟ୍ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଥିବା ବେଳେ ବିଜେପି କହିଛି ସାଧାରଣରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ପାଇଁ ଯାହା କରିବା କଥା ଆମ ସରକାର କରିବେ । ବିଜେଡି କହିଛି ସମୟ ନଷ୍ଟ ନକରି ତଦନ୍ତ କରନ୍ତୁ । ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି । Also read: ଜୁଲାଇ ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ଓ୍ଵେବସାଇଟ୍ରେ ଆଡମିଟ୍ କାର୍ଡ ଜାରିଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ ? ଆପେ ଖସି ଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲେ ? କାହିଁକି ଡୁପ୍ଲିକେଟ୍ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ୍ ଚାବି ନଥିଲା କି ? ନା ଅସଲି ତାଲାକୁ ପୂର୍ବରୁ କେବେ ବଦଳାଇ ଅନ୍ୟ ତାଲା ପକାଯାଇଛି କି ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଥିବା ବେଳେ ବିଜେପି କହିଛି ସାଧାରଣରେ ସୃଷ୍ଟି ହୋଇଥିବା ସବୁ ସନ୍ଦେହ ଦୂର ପାଇଁ ଯାହା କ
ଭୁବନେଶ୍ଵର: ରତ୍ନଭଣ୍ଡାର ଖୋଲିବା ପରେ ବି ଥମୁନି ଚାବି ରାଜନୀତି । କିଏ ଓ କାହିଁକି ଡୁପ୍ଲିକେଟ୍ ଚାବି ବନାଇଥିଲେ ? ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ ? ଆପେ ଖସି ଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲେ ? କାହିଁକି ଡୁପ୍ଲିକେଟ୍ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଥିବା ବେଳେ ବିଜେପି କହିଛି ସାଧାରଣରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ପାଇଁ ଯାହା କରିବା କଥା ଆମ ସରକାର କରିବେ । ବିଜେଡି କହିଛି ସମୟ ନଷ୍ଟ ନକରି ତଦନ୍ତ କରନ୍ତୁ । ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି ।
Also read: ଜୁଲାଇ ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ଓ୍ଵେବସାଇଟ୍ରେ ଆଡମିଟ୍ କାର୍ଡ ଜାରି
ଭିତର ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ କାହିଁକି ନଥିଲା ଜଉମୁଦ ? ଆପେ ଖସି ଯାଇଥିଲା ନା କେବେ କିଏ ଖୋଲିବାକୁ ଚେଷ୍ଟା କରିଥିଲେ ? କାହିଁକି ଡୁପ୍ଲିକେଟ୍ ଚାବିରେ ଖୋଲିଲାନି କୌଣସି ଗୋଟିଏ ବି ତାଲା ? ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ୍ ଚାବି ନଥିଲା କି ? ନା ଅସଲି ତାଲାକୁ ପୂର୍ବରୁ କେବେ ବଦଳାଇ ଅନ୍ୟ ତାଲା ପକାଯାଇଛି କି ? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଥିବା ବେଳେ ବିଜେପି କହିଛି ସାଧାରଣରେ ସୃଷ୍ଟି ହୋଇଥିବା ସବୁ ସନ୍ଦେହ ଦୂର ପାଇଁ ଯାହା କରିବା କଥା ଆମ ସରକାର କରିବେ । ଏସବୁ ବିଷୟ ତଦନ୍ତ ସାପେକ୍ଷ ବୋଲି କହି ସାରିଛନ୍ତି ଆଇନମନ୍ତ୍ରୀ । ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ଏବେ ରତ୍ନ ଭଣ୍ଡାର ଖୋଲି ବିଜେପି ତା’ର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି ବୋଲି କହିଛନ୍ତି ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ।
ସେପଟେ ରତ୍ନଭଣ୍ଡାର ଚାବିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଓ କଂଗ୍ରେସ । ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଏହା ସୌଭାଗ୍ୟ ଯେ, ବିଶ୍ବ ଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିବା ବେଳେ ରତ୍ନଭଣ୍ଡାର ଖୋଲାଯାଇଥିଲା । ଏବେ ତାଙ୍କ ପୁଅ ଆଇନ ମନ୍ତ୍ରୀ ଥାଇ ରତ୍ନଭଣ୍ଡାର ଖୋଲାଯାଉଛି । ଚାବିକୁ ନେଇ ସଂଦେହ ଥିବା କଥା ଯଦି ସେ କହି ସାରିଲେଣି, ତାହେଲେ ଆଉ ସମୟ ନଗଡ଼େଇ ତଦନ୍ତ କରନ୍ତୁ । କମିଶନ ବସାଇ ଆଉ ସମୟ ନଷ୍ଟ କରନ୍ତୁନି ବୋଲି କହିଛନ୍ତି ବିଜେଡି ନେତା । ସେହିଭଳି ରତ୍ନ ଭଣ୍ଡାରକୁ ନେଇ ଯାହା ବି ସଂଦେହ ଅଛି ତାହାକୁ ବିଜେପି ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛି କଂଗ୍ରେସ ।
ଚାବି ହଜିବା ଘଟଣାକୁ ତତ୍କାଳୀନ ସରକାର ଗଠନ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ । ଆଗାମୀ ବିଧାନସଭା ଅଧିବେଶନରେ ଏହି ରିପୋର୍ଟକୁ ଯଦି ବର୍ତ୍ତମାନର ସରକାର ସାର୍ବଜନୀନ କରନ୍ତି ତାହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।