ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୪ା୭: ଏସିଆର ପୁରାତନ ଡୁରାଣ୍ଡ କପ୍‌ର ୧୩୪ତମ ସଂସ୍କରଣରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରିବେ। ଇଣ୍ଡିଆନ ଆର୍ମି ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ୫ଟି ରାଜ୍ୟରେ ଜୁଲାଇ ୨୩ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱର ଏହି ତୃତୀୟ ସର୍ବପୁରାତନ ଟୁର୍ନାମେଣ୍ଟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ ଓ ଆସାମରେ ଖେଳାଯିବ। ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଟୁର୍ନାମେଣ୍ଟର ଟ୍ରଫି ଉଦ୍‌ଘାଟିତ ହୋଇଯାଇଛି। ଇଭେଣ୍ଟରେ […] The post ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚିତ କଲେ ରାଷ୍ଟ୍ରପତି appeared first on Dharitri Odia News.

ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୪ା୭: ଏସିଆର ପୁରାତନ ଡୁରାଣ୍ଡ କପ୍‌ର ୧୩୪ତମ ସଂସ୍କରଣରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରିବେ। ଇଣ୍ଡିଆନ ଆର୍ମି ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ୫ଟି ରାଜ୍ୟରେ ଜୁଲାଇ ୨୩ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱର ଏହି ତୃତୀୟ ସର୍ବପୁରାତନ ଟୁର୍ନାମେଣ୍ଟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ ଓ ଆସାମରେ ଖେଳାଯିବ।

ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଟୁର୍ନାମେଣ୍ଟର ଟ୍ରଫି ଉଦ୍‌ଘାଟିତ ହୋଇଯାଇଛି। ଇଭେଣ୍ଟରେ ଭାରତୀୟ ସଶସ୍ତ୍ର ବାହିନୀର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଅନିଲ ଚୌହାନ, ଚିଫ୍‌ ଅଫ୍‌ ଇଣ୍ଡିଆନ ଆର୍ମି ଉପେନ୍ଦ୍ର ଦ୍ୱିବେଦୀ, ଚିଫ୍‌ ଇଣ୍ଡିଆନ ଏୟାର ଫୋର୍ସ ଏୟାର ଚିଫ୍‌ ମାର୍ଶଲ ଅମରପ୍ରୀତ୍‌ ସିଂ ଓ ଚିଫ୍‌ ଅଫ୍‌ ଇଣ୍ଡିଆ ନ୍ୟାଭି ଆଡ୍‌ମିରାଲ ଦୀନେଶ କେ. ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ସମ୍ବୋଧନ କରି କହିଥିଲେ, କ୍ରୀଡ଼ା ହେଉଛି ଏକ ମାଧ୍ୟମ ଯାହା ଶୃଙ୍ଖଳା, ଦୃଢ଼ ସଂକଳ୍ପ ଏବଂ ଦଳଗତ ମନୋଭାବକୁ ପ୍ରୋତ୍ସାହିତ କରିଥାଏ ଏବଂ ବିଭିନ୍ନ ଧର୍ମ, ଭାଷାଭାଷୀର ଲୋକ ଏବଂ ଦେଶକୁ ଯୋଡ଼ିିବା କ୍ଷେତ୍ରରେ ସହାୟକ ହୋଇଥାଏ।

The post ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚିତ କଲେ ରାଷ୍ଟ୍ରପତି appeared first on Dharitri Odia News.