‘ଡେଡ ଇକୋନମୀ’ ସମ୍ପର୍କିତ ଟ୍ରମ୍ପଙ୍କ ବୟାନକୁ ଆମେରିକୀୟ AI କହିଲେ ମିଛ
ନୂଆଦିଲ୍ଲୀ ୨।୮: ଭାରତୀୟ ଅର୍ଥନୀତିକୁ ଆମେରିକା ରାଷ୍ଟ୍ରପତି ‘ଡେଡ ଇକୋନମୀ’ କହିବା ସମ୍ପର୍କରେ ତାଙ୍କରି ଦେଶର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ଏବେ ମିଛ ବୋଲି କହୁଛନ୍ତି। ଭାରତୀୟ ଅର୍ଥନୀତି ଉପରେ ଟ୍ରମ୍ପଙ୍କ ଦାବିକୁ ନେଇ ଆମେରିକା ଏଆଇ ପ୍ଲାଟଫର୍ମକୁ ଯେତେବେଳେ ପ୍ରଶ୍ନ କରାଗଲା ସବୁ ଏଆଇ ପ୍ଲାଟଫର୍ମ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଭୁଲ ବୋଲି ଏକମତ ହୋଇଛନ୍ତି। କଣ ଭାରତର ଅର୍ଥବ୍ୟବସ୍ଥା ମୃତ ପ୍ରାୟ ହୋଇଯାଇଛି? ଏହି ପ୍ରଶ୍ନ ଆମେରିକାର ୫ ପ୍ରମୁଖ ଏଆଇ ପ୍ଲାଟଫର୍ମ ଚାଟ ଜିପିଟି, ଗ୍ରୋକ୍,ଜେମିନୀ, ମେଟା ଏଆଇ ଓ କୋ ପାଇଲଟକୁ ପଚରା ଯାଇଥିଲା। ଏହାର ଜବାବରେ ଚାଟ ଜିପିଟି କହିଛି ଯେ ଭାରତୀୟ ଅର୍ଥନୀତି ମୃତପ୍ରାୟ ନୁହେଁ, ଏହା ଡାୟନାମିକ ବା ଗତିଶୀଳ ଓ ଭାରତୀୟ ଅର୍ଥନୀତି ଅତ୍ୟନ୍ତ ମହତ୍ୱାକାଙକ୍ଷୀ ଅଟେ। ସେହିପରି ଗ୍ରୋକ ଏଆଇ କହିଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ମୃତ ପ୍ରାୟ ନୁହେଁ। ଏହା ବୈଶ୍ୱିକ ସ୍ତରରେ ସବୁଠୁ ଦ୍ରୁତ ବଢୁଥିବା ପ୍ରମୁଖ ଅର୍ଥବ୍ୟବସ୍ଥାଙ୍କ ମଧ୍ୟରେ ଏକ ହୋଇ ରହିଛି। ସେହିପରି ଜେମିନୀ କହିଛି ତୀବ୍ର ବିକାଶ ଭାରତୀୟ ଅର୍ଥ ବ୍ୟବସ୍ଥାର ବିଶେଷତା ଅଟେ। ମେଟା ଏଆଇ ମଧ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥା ମୃତ ନୁହେଁ ଓ ଦ୍ରୁତ ବୃଦ୍ଧି ହେଉଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଏକ ବୋଲି କହିଛି। ଏଥିରେ କୋ ପାଇଲଟ ଏ ନେଇ ଆହୁରି ସ୍ପଷ୍ଟ ରୂପେ ଉତ୍ତର ଦେଇଛି। କହିଛି ଭାରତୀୟ ଅର୍ଥ ବ୍ୟବସ୍ଥା ଆଦୌ ମୃତ ପ୍ରାୟ
ନୂଆଦିଲ୍ଲୀ ୨।୮: ଭାରତୀୟ ଅର୍ଥନୀତିକୁ ଆମେରିକା ରାଷ୍ଟ୍ରପତି ‘ଡେଡ ଇକୋନମୀ’ କହିବା ସମ୍ପର୍କରେ ତାଙ୍କରି ଦେଶର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ଏବେ ମିଛ ବୋଲି କହୁଛନ୍ତି। ଭାରତୀୟ ଅର୍ଥନୀତି ଉପରେ ଟ୍ରମ୍ପଙ୍କ ଦାବିକୁ ନେଇ ଆମେରିକା ଏଆଇ ପ୍ଲାଟଫର୍ମକୁ ଯେତେବେଳେ ପ୍ରଶ୍ନ କରାଗଲା ସବୁ ଏଆଇ ପ୍ଲାଟଫର୍ମ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଭୁଲ ବୋଲି ଏକମତ ହୋଇଛନ୍ତି।
କଣ ଭାରତର ଅର୍ଥବ୍ୟବସ୍ଥା ମୃତ ପ୍ରାୟ ହୋଇଯାଇଛି? ଏହି ପ୍ରଶ୍ନ ଆମେରିକାର ୫ ପ୍ରମୁଖ ଏଆଇ ପ୍ଲାଟଫର୍ମ ଚାଟ ଜିପିଟି, ଗ୍ରୋକ୍,ଜେମିନୀ, ମେଟା ଏଆଇ ଓ କୋ ପାଇଲଟକୁ ପଚରା ଯାଇଥିଲା। ଏହାର ଜବାବରେ ଚାଟ ଜିପିଟି କହିଛି ଯେ ଭାରତୀୟ ଅର୍ଥନୀତି ମୃତପ୍ରାୟ ନୁହେଁ, ଏହା ଡାୟନାମିକ ବା ଗତିଶୀଳ ଓ ଭାରତୀୟ ଅର୍ଥନୀତି ଅତ୍ୟନ୍ତ ମହତ୍ୱାକାଙକ୍ଷୀ ଅଟେ। ସେହିପରି ଗ୍ରୋକ ଏଆଇ କହିଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ମୃତ ପ୍ରାୟ ନୁହେଁ। ଏହା ବୈଶ୍ୱିକ ସ୍ତରରେ ସବୁଠୁ ଦ୍ରୁତ ବଢୁଥିବା ପ୍ରମୁଖ ଅର୍ଥବ୍ୟବସ୍ଥାଙ୍କ ମଧ୍ୟରେ ଏକ ହୋଇ ରହିଛି।
ସେହିପରି ଜେମିନୀ କହିଛି ତୀବ୍ର ବିକାଶ ଭାରତୀୟ ଅର୍ଥ ବ୍ୟବସ୍ଥାର ବିଶେଷତା ଅଟେ। ମେଟା ଏଆଇ ମଧ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥା ମୃତ ନୁହେଁ ଓ ଦ୍ରୁତ ବୃଦ୍ଧି ହେଉଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଏକ ବୋଲି କହିଛି। ଏଥିରେ କୋ ପାଇଲଟ ଏ ନେଇ ଆହୁରି ସ୍ପଷ୍ଟ ରୂପେ ଉତ୍ତର ଦେଇଛି। କହିଛି ଭାରତୀୟ ଅର୍ଥ ବ୍ୟବସ୍ଥା ଆଦୌ ମୃତ ପ୍ରାୟ ନୁହେଁ। ଉଲ୍ଲେଖଯୋଗ୍ୟ ଯେ ଆମେରିକା ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ ମସ୍କୋ ସହିତ ନୂଆ ଦିଲ୍ଲୀର ବ୍ୟବସାୟୀକ ସମ୍ପର୍କକୁ ନେଇ ଟ୍ରୁଥ ସୋସାଲରେ ଲେଖିଥିଲେ ଯେ ‘ଭାରତ ଋଷିଆ ସହ କଣ କରୁଛି ସେଥିରେ ମୋର କିଛି ଯାଏ ଆସେ ନାହିଁ। ଦୁଇ ଦେଶ ସେମାନଙ୍କ ମୃତ ଅର୍ଥନୀତିକୁ ଏକସାଙ୍ଗରେ ଡୁବେଇ ଦେଇ ପାରନ୍ତି। ମୋତେ ଏନେଇ କୌଣସି ଚିନ୍ତା ନାହିଁ’।
ସେ ଲେଖିଥିଲେ ଯେ ଭାରତ ସହିତ ଆମର କାରବାର ଖୁବ୍ କ୍ୱଚିତ, ଏହା ଛଡା ଭାରତର ଟାରିଫ ବହୁତ ଅଧିକ। ଟ୍ରମ୍ପଙ୍କ ଏହି ବୟାନର ଜବାବରେ ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ସଂସଦରେ ଭାରତ ବିଶ୍ୱର ସବୁଠୁ ଦ୍ରୁତ ବଢୁଥିବା ପ୍ରମୁଖ ଅର୍ଥ ବ୍ୟବସ୍ଥା ଓ ଆଗାମୀ କିଛି ବର୍ଷରେ ଏହା ବିଶ୍ୱର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବାର ଆଶା କରାଯାଉଛି ବୋଲି କହିଥିଲେ।