ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

ନୀଳଗିରି,୧୪।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଭିଜିଲାନ୍ସ ଜାଲରେ ଆଉ ଜାଲରେ ଆଉ ଜଣେ ବାବୁ। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ରେଡ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଥିବା ଜଣାପଡିଛି। ନୀଳଗିରି ବାଲିଗୋହିରୀ ସ୍ଥିତ ଭଡ଼ାଘର ସମେତ ୧୨ଟି ସ୍ଥାନରେ ବୁଧବାର ସକାଳେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ପରୀକ୍ଷିତ ଜେନାଙ୍କ ଶ୍ରୀ ଜେନା ୨୦୨୧/୨୨ ଓ ୨୨/୨୩ ବର୍ଷରେ […] The post ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ appeared first on Dharitri Odia News.

ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

ନୀଳଗିରି,୧୪।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଭିଜିଲାନ୍ସ ଜାଲରେ ଆଉ ଜାଲରେ ଆଉ ଜଣେ ବାବୁ। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ରେଡ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଥିବା ଜଣାପଡିଛି। ନୀଳଗିରି ବାଲିଗୋହିରୀ ସ୍ଥିତ ଭଡ଼ାଘର ସମେତ ୧୨ଟି ସ୍ଥାନରେ ବୁଧବାର ସକାଳେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି।
ପରୀକ୍ଷିତ ଜେନାଙ୍କ ଶ୍ରୀ ଜେନା ୨୦୨୧/୨୨ ଓ ୨୨/୨୩ ବର୍ଷରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ ବିଡିଓ ଭାବେ କାର୍ଯ୍ୟରତ ସମୟରେ ଓଡ଼ିଶା ମିନେରାଲ ବିଏରିଙ୍ଗ ଏରିଆ ଡେଭଲପମେଣ୍ଟ କର୍ପୋରେସନ ୧କୋଟିରୁ ଉଦ୍ଧର୍‌ବ ପାଣ୍ଠିର ଦୁରୁପଯୋଗ କରି ଅର୍ଥ ଆତ୍ମସାତ ଅଭିଯୋଗରେ ଏହାର ଯାଞ୍ଚ ଏବଂ ପ୍ରମାଣ ସଂଗ୍ରହ ପାଇଁ ଓଡ଼ିଶା ଭିଜିଲାନ୍ସ ତରଫରୁ ରେଡ କରାଯାଇଛି। ଏହି ଚଢ଼ାଉରେ ୬ଜଣିଆ ଭିଜିଲାନ୍ସ ଟିମର ଅଧିକାରୀଙ୍କ ମଧ୍ୟରେ ଦୁଇଜଣ ଡିଏସପି, ଜଣେ ଇନ୍ସପେକ୍ଟର, ଦୁଇଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ଏହାପୂର୍ବରୁ ସୋମବାର ଆର୍‌ଆଣ୍ଡବି(ସିଭିଲ୍‌) ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଘରେ ଭିଜିଲାନ୍ସ ଚଢାଉ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାରାପ୍ରସାଦଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରଥିଲା। ଯାଞ୍ଚବେଳେ ଭିଜିଲାନ୍ସ ଟିମ୍‌ ତାରାପ୍ରସାଦଙ୍କ ଘରୁ ଅଢ଼େଇ କେଜି ସୁନା, ୩୭୦ ଗ୍ରାମର ହୀରା ଅଳଙ୍କାର, ଦାମୀ କାର୍‌ ସମେତ ବହୁ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଯାଞ୍ଚ ଜାରି ରହିଥିବା ସ୍ଥାନ ମଧ୍ୟରେ କଟକ ଜିଲା ଆଠଗଡ଼ସ୍ଥିତ ପୈତୃକ ଘର, ତିଗିରିଆରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ନୀଳକଣ୍ଠନଗର ପ୍ଲଟ୍‌ ନଂ.୧୧୯୧ରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଆଦି ରହିଛି। ତାଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା।

The post ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ appeared first on Dharitri Odia News.