ଡେପୁଟେଶନରେ ଯିବେ ଆଶିଷ ସିଂ
ଭୁବନେଶ୍ୱର,୭ା୧୨: ଆଇଟିବିପି ଆଇଜି ଭାବେ ଆଶିଷ ସିଂ କାର୍ଯ୍ୟ କରିବେ। ସେ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଡେପୁଟେଶନରେ ଯିବେ। ଏବେ ଗୃହ ବିଭାଗର ଓଏସ୍ଡି ଭାବେ କାର୍ଯ୍ୟ କରୁଛନ୍ତି। ନିର୍ବାଚନ ସମୟରେ ମିଛ କହି ମେଡିକାଲ ଛୁଟି ନେଇଥିଲେ। ସେତେବେଳେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ଭାଜପା। ଏପ୍ରିଲ ୫ରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି […] The post ଡେପୁଟେଶନରେ ଯିବେ ଆଶିଷ ସିଂ appeared first on Dharitri Odia News.
ଭୁବନେଶ୍ୱର,୭ା୧୨: ଆଇଟିବିପି ଆଇଜି ଭାବେ ଆଶିଷ ସିଂ କାର୍ଯ୍ୟ କରିବେ। ସେ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଡେପୁଟେଶନରେ ଯିବେ। ଏବେ ଗୃହ ବିଭାଗର ଓଏସ୍ଡି ଭାବେ କାର୍ଯ୍ୟ କରୁଛନ୍ତି। ନିର୍ବାଚନ ସମୟରେ ମିଛ କହି ମେଡିକାଲ ଛୁଟି ନେଇଥିଲେ।
ସେତେବେଳେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ଭାଜପା। ଏପ୍ରିଲ ୫ରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି- ସିଏମ୍ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା।
The post ଡେପୁଟେଶନରେ ଯିବେ ଆଶିଷ ସିଂ appeared first on Dharitri Odia News.