ଡେରାବିଶରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ପ୍ରଶାସନ ସତର୍କ, ପୋତାଚାଲିଛି ଜୀବନ୍ତ ଓ ମୃତ କୁକୁଡା

କେନ୍ଦ୍ରାପଡା ୦୯/୦୯: କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯାଇଛି l ଦ୍ୱିତୀୟ ଦିନରେ ସଂକ୍ରମିତ କୁକୁଡା ଫାର୍ମ ଗୁଡିକରୁ ଜୀବନ୍ତ ଓ ମୃତ କୁକୁଡା ଗୁଡିକୁ ପୋତି ଦିଆଯିବାର କାର୍ଯ୍ୟକ୍ରମ ରହିଛି । ରବିବାର ଦିନ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାଲିଆ ,ନରସିଂହ ପୁର ଓ ତିଲଙ୍ଗ ଅଞ୍ଚଳରେ ଥିବା ସଂକ୍ରମିତ କୁକୁଡା ଫାର୍ମ ଗୁଡ଼ିକ ବିଶୋଧନ କରାଯିବା ସହ ପ୍ରାୟ ୪ ହଜାର କୁକୁଡା ପୋତି ଦିଆଯାଇଛି l ଏହି କାମ ରେ ୧୪ଟି ରାପିଡି ରେସପନ୍ସ ଟିମ ସାମିଲ ହୋଇଥିଲେ। ଆଜି ମଧ୍ୟ ବିଭିନ୍ନ ଅଞ୍ଚଳରେ ଏହି କାମ ଜାରି ରହିବ l ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବେ କୁକୁଡା ମାଂସ ଓ ଅଣ୍ଡା ନଖାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l

ଡେରାବିଶରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ପ୍ରଶାସନ ସତର୍କ, ପୋତାଚାଲିଛି ଜୀବନ୍ତ ଓ ମୃତ କୁକୁଡା

କେନ୍ଦ୍ରାପଡା ୦୯/୦୯: କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯାଇଛି l ଦ୍ୱିତୀୟ ଦିନରେ ସଂକ୍ରମିତ କୁକୁଡା ଫାର୍ମ ଗୁଡିକରୁ ଜୀବନ୍ତ ଓ ମୃତ କୁକୁଡା ଗୁଡିକୁ ପୋତି ଦିଆଯିବାର କାର୍ଯ୍ୟକ୍ରମ ରହିଛି । 

ରବିବାର ଦିନ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାଲିଆ ,ନରସିଂହ ପୁର ଓ ତିଲଙ୍ଗ ଅଞ୍ଚଳରେ ଥିବା ସଂକ୍ରମିତ କୁକୁଡା ଫାର୍ମ ଗୁଡ଼ିକ ବିଶୋଧନ କରାଯିବା ସହ ପ୍ରାୟ ୪ ହଜାର କୁକୁଡା ପୋତି ଦିଆଯାଇଛି l ଏହି କାମ ରେ ୧୪ଟି ରାପିଡି ରେସପନ୍ସ ଟିମ ସାମିଲ ହୋଇଥିଲେ। ଆଜି ମଧ୍ୟ ବିଭିନ୍ନ ଅଞ୍ଚଳରେ ଏହି କାମ ଜାରି ରହିବ l ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବେ କୁକୁଡା ମାଂସ ଓ ଅଣ୍ଡା ନଖାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l