ଡେରିରେ ଆସୁଥିଲେ ସିଡିଏର କର୍ମଚାରୀ , ୧୮ଜଣଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

କଟକ : ଅଫିସକୁ ଡେରିରେ ଆସୁଛନ୍ତି କି ? ତାହାଲେ ହୁସିଆର ହୋଇ ଯାଆନ୍ତୁ । ଅଫିସରେ ଡେରିରେ ପହଁଚିଲେ ହୋଇ ପାରେ ଦରମା ବନ୍ଦ । ବିଳମ୍ବରେ ଅଫିସ ଆସୁଥିବା କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ )ର ସଚିବ ଶ୍ଵେତ କୁମାର ଦାଶ । ବାରମ୍ବାର ତାଗିଦ୍ ସତ୍ତ୍ବେ କିଛି କର୍ମଚାରୀ ଅଫିସ୍ କୁ ଠିକ୍ ସମୟରେ ଆସୁ […] The post ଡେରିରେ ଆସୁଥିଲେ ସିଡିଏର କର୍ମଚାରୀ , ୧୮ଜଣଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ appeared first on KNews Odisha.

ଡେରିରେ ଆସୁଥିଲେ ସିଡିଏର କର୍ମଚାରୀ , ୧୮ଜଣଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ
cda

କଟକ : ଅଫିସକୁ ଡେରିରେ ଆସୁଛନ୍ତି କି ? ତାହାଲେ ହୁସିଆର ହୋଇ ଯାଆନ୍ତୁ । ଅଫିସରେ ଡେରିରେ ପହଁଚିଲେ ହୋଇ ପାରେ ଦରମା ବନ୍ଦ । ବିଳମ୍ବରେ ଅଫିସ ଆସୁଥିବା କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ )ର ସଚିବ ଶ୍ଵେତ କୁମାର ଦାଶ । ବାରମ୍ବାର ତାଗିଦ୍ ସତ୍ତ୍ବେ କିଛି କର୍ମଚାରୀ ଅଫିସ୍ କୁ ଠିକ୍ ସମୟରେ ଆସୁ ନଥିଲେ । କଟକ ଉନ୍ନୟନ କର୍ତ୍ତୃପକ୍ଷର ବହୁ କର୍ମଚାରୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁନଥିବାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜନସାଧାରଣ କୌଣସି କାର୍ଯ୍ୟ ଲାଗି ଦିନ ୧୦ଟାରେ ସିଡିଏ କାର୍ଯ୍ୟାଳୟରେ ପହଞ୍ଚିଲା ବେଳକୁ କର୍ମଚାରୀଙ୍କ ଦେଖା ମିଳୁ ନଥଲା ।  ଏପରିକି ଦିନ ୧୨ଟା ପର୍ଯ୍ୟନ୍ତ ବି ବହୁ କର୍ମଚାରୀ ଆସୁଥିବାରୁ ବରିଷ୍ଠ ନାଗରିକଙ୍କ ସମେତ ଅନେକ ବ୍ୟକ୍ତି କାର୍ଯ୍ୟାଳୟରୁ ନିରାଶ ହୋଇ ଫେରୁଥିଲେ । କଟକ ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ )ର ସଚିବ ଶ୍ଵେତ କୁମାର ଦାଶ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଏନେଇ ଅନେକ ଲୋକ ଅଭିଯୋଗ କରିଥିଲେ । ଫଳରେ ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ପାଇଁ ପ୍ରଥମେ କର୍ମଚାରୀମାନଙ୍କୁ ତାଗିଦ କରାଯାଇଥିଲା।

ବାରମ୍ବାର ତାଗିଦ୍ ସତ୍ତ୍ଵେ କର୍ମଚାରୀମାନେ ଠିକ୍ ସମୟରେ ଅଫିସ ଆସିଲେ ନାହିଁ । କାର୍ଯ୍ୟରେ ଅବହେଳା କରିଥିବା ଏହି କର୍ମଚାରୀମାନଙ୍କ ଦରମା ବନ୍ଦ ପାଇଁ ସଚିବ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ଯଦି କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ ନଆସନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ସତର୍କ କରାଇଛନ୍ତି ।

The post ଡେରିରେ ଆସୁଥିଲେ ସିଡିଏର କର୍ମଚାରୀ , ୧୮ଜଣଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ appeared first on KNews Odisha.