ଡୋଡା କ୍ୟାମ୍ପରେ ଆତଙ୍କୀ ଆକ୍ରମଣ; ଗୁଳିମାଡରେ ୫ ଯବାନ ଆହତ, ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ ୧୨।୦୬: ୩ ଦିନରେ ଜମ୍ମୁ କାଶ୍ମୀରରେ ତୃତୀୟ ଆତଙ୍କୀ ହମଲା । ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଗୁଳିମାଡ଼ରେ ୫ ଯବାନଙ୍କ ସମେତ ଜଣେ ପୋଲିସ୍‌ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ରାତିରେ ମଧ୍ୟ ଜମ୍ମୁ କାଠୁଆର ହୀରାନଗର ଅଞ୍ଚଳରେ ଆତଙ୍କୀ ହମଲା ହୋଇଥିଲା । ଆତଙ୍କୀ ମାନେ ଆକ୍ରମଣ କରି ଫେରାର ହୋଇଥିବା ବେଳେ ସେନା ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଯବାନ ମାନେ ପୁରା ଅଂଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଡ୍ରୋନ ମାଧ୍ୟମରେ ଆତଙ୍କୀ ଗତିବିଧି ଉପରେ ନଜର ରଖାଯାଇଛି ।ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଶ୍ମୀର ଟାଇଗର ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।  ଗତକାଲି ଜାମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ସାଧାରଣ ନାଗରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଡୋଡା କ୍ୟାମ୍ପରେ ଆତଙ୍କୀ ଆକ୍ରମଣ; ଗୁଳିମାଡରେ ୫ ଯବାନ ଆହତ, ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ ୧୨।୦୬: ୩ ଦିନରେ ଜମ୍ମୁ କାଶ୍ମୀରରେ ତୃତୀୟ ଆତଙ୍କୀ ହମଲା । ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଗୁଳିମାଡ଼ରେ ୫ ଯବାନଙ୍କ ସମେତ ଜଣେ ପୋଲିସ୍‌ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। 

ମଙ୍ଗଳବାର ରାତିରେ ମଧ୍ୟ ଜମ୍ମୁ କାଠୁଆର ହୀରାନଗର ଅଞ୍ଚଳରେ ଆତଙ୍କୀ ହମଲା ହୋଇଥିଲା । ଆତଙ୍କୀ ମାନେ ଆକ୍ରମଣ କରି ଫେରାର ହୋଇଥିବା ବେଳେ ସେନା ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଯବାନ ମାନେ ପୁରା ଅଂଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଡ୍ରୋନ ମାଧ୍ୟମରେ ଆତଙ୍କୀ ଗତିବିଧି ଉପରେ ନଜର ରଖାଯାଇଛି ।

ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଶ୍ମୀର ଟାଇଗର ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।  ଗତକାଲି ଜାମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ସାଧାରଣ ନାଗରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।