ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣା । ପୋଲିସର ସୂଚନା,ଡେମୋକ୍ରାଟିକ ପାର୍ଟିର ସମର୍ଥକ ହେଉଛି ଆକ୍ରମଣକାରୀ
କନକବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନେଇ ଉଷ୍ମତା ଚରମ ସୀମାରେ ପହଂଚିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ତଥା ଏବେକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣି ଆକ୍ରମଣର ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରୁ ଟ୍ରମ୍ପ ବର୍ତ୍ତିଯାଇଛନ୍ତି ଓ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଫ୍ଲୋରିଡା ପ୍ରଦେଶର ୱେଷ୍ଟ ପାମ୍ ବିଚ୍ରେ ଟ୍ରମ୍ପଙ୍କର ନିଜର ଗଲ୍ଫ କ୍ଲବ ଅଛି। ଆଉ ଟ୍ରମ୍ପ ସେଠାରୁ ଫେରୁଥିବା ବେଳେ ଏକାଧିକ ବାର ଗୁଳିଚାଳନା ହୋଇଥିଲା। ଏପରିକି ଗୋଟିଏ ଏକେ-ଫୋର୍ଟିସେଭେନ୍ ବନ୍ଧୁକ ମଧ୍ୟ ଜବତ ହୋଇଛି। ଗୁଳିଚାଳନା ନେଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା କୁହାଯାଉଛି। ଏହି ଘଟଣା ପରେ ଆମେରିକା ଗୁଇନ୍ଦା ସଂସ୍ଥା ସକ୍ରିୟ ହୋଇପଡ଼ିଛି। ଏହାସହ ଟ୍ରମ୍ପଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି। ଜୁଲାଇ ୧୩ ତାରିଖରେ ପେନସିଲଭାନିଆରେ ଏକ ନିର୍ବାଚନୀ ରାଲି ବେଳେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏପରିକି ଟ୍ରମ୍ପଙ୍କ କାନରେ ଗୁଳିବାଜି ବାହାରିଯାଇଥିଲା। ଏହାସହ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ। ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ଡୋମୋକ୍ରାଟିକ୍ ଦଳ ପକ୍ଷରୁ ଉପରାଷ୍ଟ୍ରପତି କମଳା ହାରିସ୍ ଏଥର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ସେପଟେ ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନ

କନକବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନେଇ ଉଷ୍ମତା ଚରମ ସୀମାରେ ପହଂଚିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ତଥା ଏବେକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣି ଆକ୍ରମଣର ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରୁ ଟ୍ରମ୍ପ ବର୍ତ୍ତିଯାଇଛନ୍ତି ଓ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଫ୍ଲୋରିଡା ପ୍ରଦେଶର ୱେଷ୍ଟ ପାମ୍ ବିଚ୍ରେ ଟ୍ରମ୍ପଙ୍କର ନିଜର ଗଲ୍ଫ କ୍ଲବ ଅଛି। ଆଉ ଟ୍ରମ୍ପ ସେଠାରୁ ଫେରୁଥିବା ବେଳେ ଏକାଧିକ ବାର ଗୁଳିଚାଳନା ହୋଇଥିଲା। ଏପରିକି ଗୋଟିଏ ଏକେ-ଫୋର୍ଟିସେଭେନ୍ ବନ୍ଧୁକ ମଧ୍ୟ ଜବତ ହୋଇଛି।
ଗୁଳିଚାଳନା ନେଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା କୁହାଯାଉଛି। ଏହି ଘଟଣା ପରେ ଆମେରିକା ଗୁଇନ୍ଦା ସଂସ୍ଥା ସକ୍ରିୟ ହୋଇପଡ଼ିଛି। ଏହାସହ ଟ୍ରମ୍ପଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି। ଜୁଲାଇ ୧୩ ତାରିଖରେ ପେନସିଲଭାନିଆରେ ଏକ ନିର୍ବାଚନୀ ରାଲି ବେଳେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏପରିକି ଟ୍ରମ୍ପଙ୍କ କାନରେ ଗୁଳିବାଜି ବାହାରିଯାଇଥିଲା।
ଏହାସହ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ। ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ଡୋମୋକ୍ରାଟିକ୍ ଦଳ ପକ୍ଷରୁ ଉପରାଷ୍ଟ୍ରପତି କମଳା ହାରିସ୍ ଏଥର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ସେପଟେ ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ଥରେ ନିର୍ବାଚନ ଲଢ଼ୁଛନ୍ତି।