ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ, କହିଲେ-ଭାରତର ଅର୍ଥନୀତି ମରି ସାରିଛି...
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ସମାଲୋଚନା ନାଁରେ ବିଦେଶୀ ଶକ୍ତିଙ୍କୁ ସୁହାଇଲା ପରି ବୟାନ ଦେଇଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ବାୟାନକୁ ସମର୍ଥନ କରିଛନ୍ତି, ଯେଉଁଥିରେ ସେ ଭାରତର ଅର୍ଥନୀତିକୁ “ମୃତ” ବୋଲି କହିଥିଲେ । ଟ୍ରମ୍ପଙ୍କ ବୟାନକୁ ସଠିକ୍ ଦର୍ଶାଇ ରାହୁଲ ଗାନ୍ଧୀ ପିଏମ୍ ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ସାଂସଦ ଦାବି କରିଛନ୍ତି ଯେ ଭାରତ ଏକ ମୃତ ଅର୍ଥନୀତି (ଭୁଶୁଡ଼ି ପଡ଼ିଥିବା ଅର୍ଥବ୍ୟବସ୍ଥା) ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଛାଡ଼ି ସମସ୍ତେ ଜାଣିଛନ୍ତି । ସେ ଏହା ବି ଦାବି କରିଛନ୍ତି ଯେ ଆମେରିକା ସହ ବାଣିଜ୍ୟ ବୁଝାମଣା ଟ୍ରମ୍ପଙ୍କ ସର୍ତ୍ତରେ ହେବ ଓ ପ୍ରଧାନମନ୍ତ୍ରୀ ମୋଦୀ ସେୟା କରିବେ, ଯାହା ଆମେରିକା ରାଷ୍ଟ୍ରପତି କରିବେ ।ଏହା ବ୍ୟତୀତ ଏକ୍ସରେ ପୋଷ୍ଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, "ଭାରତୀୟ ଅର୍ଥନୀତି ମରି ସାରିଛି । ମୋଦୀ ଏହାକୁ ହତ୍ୟା କରିଛନ୍ତି ।" ଏଥିପାଇଁ ସେ ୫ କାରଣ ବି ଉଲ୍ଲେଖ କରିଛନ୍ତି ।ଆଦାନୀ-ମୋଦୀ ପାର୍ଟନରଶିପ୍ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ ଜିଏସଟିବିଫଳ “ଆସେମ୍ୱଲ୍ ଇନ୍ ଇଣ୍ଡିଆ”MSMEକୁ ଶେଷ କରିବାଚାଷୀଙ୍କୁ ଦଳି ଦିଆଯିବାTHE INDIAN ECONOMY IS DEAD.Modi killed it.1. Adani-Modi partne
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ସମାଲୋଚନା ନାଁରେ ବିଦେଶୀ ଶକ୍ତିଙ୍କୁ ସୁହାଇଲା ପରି ବୟାନ ଦେଇଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ବାୟାନକୁ ସମର୍ଥନ କରିଛନ୍ତି, ଯେଉଁଥିରେ ସେ ଭାରତର ଅର୍ଥନୀତିକୁ “ମୃତ” ବୋଲି କହିଥିଲେ । ଟ୍ରମ୍ପଙ୍କ ବୟାନକୁ ସଠିକ୍ ଦର୍ଶାଇ ରାହୁଲ ଗାନ୍ଧୀ ପିଏମ୍ ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ସାଂସଦ ଦାବି କରିଛନ୍ତି ଯେ ଭାରତ ଏକ ମୃତ ଅର୍ଥନୀତି (ଭୁଶୁଡ଼ି ପଡ଼ିଥିବା ଅର୍ଥବ୍ୟବସ୍ଥା) ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଛାଡ଼ି ସମସ୍ତେ ଜାଣିଛନ୍ତି । ସେ ଏହା ବି ଦାବି କରିଛନ୍ତି ଯେ ଆମେରିକା ସହ ବାଣିଜ୍ୟ ବୁଝାମଣା ଟ୍ରମ୍ପଙ୍କ ସର୍ତ୍ତରେ ହେବ ଓ ପ୍ରଧାନମନ୍ତ୍ରୀ ମୋଦୀ ସେୟା କରିବେ, ଯାହା ଆମେରିକା ରାଷ୍ଟ୍ରପତି କରିବେ ।
ଏହା ବ୍ୟତୀତ ଏକ୍ସରେ ପୋଷ୍ଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, "ଭାରତୀୟ ଅର୍ଥନୀତି ମରି ସାରିଛି । ମୋଦୀ ଏହାକୁ ହତ୍ୟା କରିଛନ୍ତି ।" ଏଥିପାଇଁ ସେ ୫ କାରଣ ବି ଉଲ୍ଲେଖ କରିଛନ୍ତି ।
- ଆଦାନୀ-ମୋଦୀ ପାର୍ଟନରଶିପ୍
- ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ ଜିଏସଟି
- ବିଫଳ “ଆସେମ୍ୱଲ୍ ଇନ୍ ଇଣ୍ଡିଆ”
- MSMEକୁ ଶେଷ କରିବା
- ଚାଷୀଙ୍କୁ ଦଳି ଦିଆଯିବା
THE INDIAN ECONOMY IS DEAD.
Modi killed it.
1. Adani-Modi partnership
2. Demonetisation and a flawed GST
3. Failed “Assemble in India”
4. MSMEs wiped out
5. Farmers crushed
Modi has destroyed the future of India’s youth because there are no jobs.— Rahul Gandhi (@RahulGandhi) July 31, 2025
ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିବାର କିଛି ଘଣ୍ଟା ପରେ ସୋସିଆଲ୍ ମିଡିଆ ପୋଷ୍ଟରେ ଭାରତ ଓ ରୁଷକୁ ଟାର୍ଗେଟ୍ କରିଥିଲେ । ଦୁଇ ଦେଶ ନିଜର ମୃତ ଅର୍ଥନୀତିକୁ ଏକାସଙ୍ଗରେ ବୁଡ଼ାଇ ପାରନ୍ତି ଓ ଏଥିରେ ତାଙ୍କୁ କୌଣସି ଫରକ୍ ପଡ଼ୁ ନାହିଁ ବୋଲି କହିଥିଲେ । ଆମେରିକା ରାଷ୍ଟ୍ରପତିଙ୍କ ଏହି ଟିପ୍ପଣୀ ଉପରେ ଏକ ପ୍ରଶ୍ନର ଜବାବରେ ରାହୁଲ କହିଥିଲେ, "ସେ ଠିକ୍ କହୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଏକଥା ଜାଣିଛନ୍ତି । ମୁଁ ଖୁସି ଯେ ରାଷ୍ଟ୍ରପତି ଟ୍ରମ୍ପ ଏହି ତଥ୍ୟାକୁ ସାମନାରେ ରଖିଛନ୍ତି ।"
#WATCH | Delhi: On the US President Trump's dead economy remark, Lok Sabha LoP and Congress MP Rahul Gandhi says, "Yes, he is right, Everybody knows this except the Prime Minsiter and the Finance Minsiter. Everybody knows that the Indian economy is a dead economy. I am glad that… pic.twitter.com/n7UWXrgggW— ANI (@ANI) July 31, 2025
ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ କାମ କରୁଛନ୍ତି । ସବୁ ଛୋଟ ବ୍ୟବସାୟକୁ ଶେଷ କରିଛନ୍ତି । ଏହା ସହ ବିଦେଶ ମନ୍ତ୍ରୀଙ୍କ ଏକ ଟିପ୍ପଣୀକୁ ଉଲ୍ଲେଖ କରି କହିଛନ୍ତି, "ବିଦେଶ ମନ୍ତ୍ରୀ କହୁଛନ୍ତି ଯେ ଆମର ବିଦେଶ ନୀତି ସବୁଠୁ ଭଲ । ଗୋଟିଏ ପଟେ ଆମେରିକା ଆପଣଙ୍କୁ ଗାଳି ଦେଉଛି, ଅନ୍ୟପଟେ ଚୀନ ଆପଣଙ୍କ ପଛରେ ପଡ଼ିଛି ।"