ଡ୍ରଗ୍ସ ମାମଲାରେ ପୂର୍ବତନ ଆଇପିଏସ ସଞ୍ଜୀବ ଭଟ୍ଟ ଦୋଷୀ ସାବ୍ୟସ୍ତ, ୨୮ ବର୍ଷର ପୁରୁଣା ମାମଲା

ନୂଆଦିଲ୍ଲୀ: ଗୁଜରାଟର ଚର୍ଚ୍ଚିତ ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟ ପୁଣି ଅଡ଼ୁଆରେ। ୨୮ ବର୍ଷ ପୁରୁଣା ଡ୍ରଗ୍ସ କେସ୍‌ରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନଡିପିଏସ ଆକ୍ଟ ଅନୁଯାୟୀ ୧୯୯୬ରେ ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଆଉ ବୁଧବାର ଏହି ମାମଲାରେ ପାଲନପୁର ସେଶନ କୋର୍ଟ, ସଞ୍ଜୀବ ଭଟ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସୂଚନାଥାଉକି, ୧୯୯୬ରେ ବନାସକାଣ୍ଠାର ଏସପି ଥିବା ସମୟରେ ସଞ୍ଜୀବ ଭଟ୍ଟଙ୍କ ଉପରେ ଅଭିଯୋଗ ଲାଗିଥିଲା ଯେ, ସେ ପାଲନପୁରର ଏକ ହୋଟେଲରେ ୧.୫ କିଲୋ ଅଫିମ ରଖି ଜଣେ ଓକିଲଙ୍କୁ ନାର୍କୋଟିକ୍ସ ମାମଲାରେ ଫସାଇଥିଲେ। ଆହୁରି ମଧ୍ୟ ସଞ୍ଜୀବ ଭଟ୍ଟ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଡ଼ ଏବଂ ଗୁଜରାଟଙ୍କ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କ ସହ ୨୦୦୨ର ଗୁଜରାଟ ଦଙ୍ଗା ମାମଲା ସହ ଜଡ଼ିତ ପ୍ରମାଣ ପ୍ରସ୍ତୁତ କରିବା ମାମଲାରେ ମଧ୍ୟ ଅଭିଯୁକ୍ତ।ରାଜୀବ ଭଟ୍ଟ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ, ସୁପ୍ରିମକୋର୍ଟ ଯାଚିକା କରି ୨୦୦୨ ଗୁଜରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ଥିବା ନେଇ ଅଭିଯୋଗ କରିଥିଲେ। ଅବଶ୍ୟ ଏହି ଅଭିଯୋଗଗୁଡ଼ିକୁ ଏକ ସ୍ବତନ୍ତ୍ର କୋର୍ଟ ଖାରଜ କରିଥିଲେ। ଏହା ପରେ ୨୦୧୧ରେ ସଞ୍ଜୀବ ଭଟ୍ଟଙ୍କୁ ସେବାରୁ ନଲମ୍ବିତ କରାଯାଇଥିଲା। ଏହାପରେ ୨୦୧୫ରେ ଗୃହ ମନ୍ତ୍ର

ଡ୍ରଗ୍ସ ମାମଲାରେ ପୂର୍ବତନ ଆଇପିଏସ ସଞ୍ଜୀବ ଭଟ୍ଟ ଦୋଷୀ ସାବ୍ୟସ୍ତ, ୨୮ ବର୍ଷର ପୁରୁଣା ମାମଲା

ନୂଆଦିଲ୍ଲୀ: ଗୁଜରାଟର ଚର୍ଚ୍ଚିତ ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟ ପୁଣି ଅଡ଼ୁଆରେ। ୨୮ ବର୍ଷ ପୁରୁଣା ଡ୍ରଗ୍ସ କେସ୍‌ରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନଡିପିଏସ ଆକ୍ଟ ଅନୁଯାୟୀ ୧୯୯୬ରେ ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଆଉ ବୁଧବାର ଏହି ମାମଲାରେ ପାଲନପୁର ସେଶନ କୋର୍ଟ, ସଞ୍ଜୀବ ଭଟ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। 

ସୂଚନାଥାଉକି, ୧୯୯୬ରେ ବନାସକାଣ୍ଠାର ଏସପି ଥିବା ସମୟରେ ସଞ୍ଜୀବ ଭଟ୍ଟଙ୍କ ଉପରେ ଅଭିଯୋଗ ଲାଗିଥିଲା ଯେ, ସେ ପାଲନପୁରର ଏକ ହୋଟେଲରେ ୧.୫ କିଲୋ ଅଫିମ ରଖି ଜଣେ ଓକିଲଙ୍କୁ ନାର୍କୋଟିକ୍ସ ମାମଲାରେ ଫସାଇଥିଲେ। ଆହୁରି ମଧ୍ୟ ସଞ୍ଜୀବ ଭଟ୍ଟ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଡ଼ ଏବଂ ଗୁଜରାଟଙ୍କ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କ ସହ ୨୦୦୨ର ଗୁଜରାଟ ଦଙ୍ଗା ମାମଲା ସହ ଜଡ଼ିତ ପ୍ରମାଣ ପ୍ରସ୍ତୁତ କରିବା ମାମଲାରେ ମଧ୍ୟ ଅଭିଯୁକ୍ତ।

ରାଜୀବ ଭଟ୍ଟ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ, ସୁପ୍ରିମକୋର୍ଟ ଯାଚିକା କରି ୨୦୦୨ ଗୁଜରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ଥିବା ନେଇ ଅଭିଯୋଗ କରିଥିଲେ। ଅବଶ୍ୟ ଏହି ଅଭିଯୋଗଗୁଡ଼ିକୁ ଏକ ସ୍ବତନ୍ତ୍ର କୋର୍ଟ ଖାରଜ କରିଥିଲେ। ଏହା ପରେ ୨୦୧୧ରେ ସଞ୍ଜୀବ ଭଟ୍ଟଙ୍କୁ ସେବାରୁ ନଲମ୍ବିତ କରାଯାଇଥିଲା। ଏହାପରେ ୨୦୧୫ରେ ଗୃହ ମନ୍ତ୍ରାଳୟ ଦ୍ବାରା ‘ଅନଧିକୃତ ଅନୁପସ୍ଥିତି’ ପାଇଁ ତାଙ୍କୁ ବରଖାସ୍ତ କରିଦିଆଯାଇଥିଲା।