ଡ୍ରାଇଭର ମହାସଂଘ ତରଫରୁ ଷ୍ଟିଅରିଙ୍ଗ ଛାଡ ଆନ୍ଦାଳନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ବେଦାନ୍ତ କାରଖାନା ସମ୍ମୁଖରେ ଲାଞ୍ଜିଗଡ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ୭ ଦଫା ଦାବି ନେଇ ଷ୍ଟିଅରିଙ୍ଗ ଛାଡ ଆନ୍ଦାଳନ ମଙ୍ଗଳବାର ସକାଳ ୬ ଘଣ୍ଟା ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆରମ୍ଭ ହୋଇଥିବା ବେଳେ ଡ୍ରାଇଭର ମହାସଂଘ ତରଫରୁ ଶାନ୍ତି ପୂର୍ଣ୍ଣ ଭାବେ ଧର୍ମଘଟ ଜାରି ରଖିଛନ୍ତି। ସୂଚନା ଅନୁସାରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ବାରମ୍ବାର ସରକାରଙ୍କୁ ଜଣାଇଲେ ମଧ୍ୟ ସରକାର ଆଳ […]

ଡ୍ରାଇଭର ମହାସଂଘ ତରଫରୁ ଷ୍ଟିଅରିଙ୍ଗ ଛାଡ ଆନ୍ଦାଳନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ବେଦାନ୍ତ କାରଖାନା ସମ୍ମୁଖରେ ଲାଞ୍ଜିଗଡ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ୭ ଦଫା ଦାବି ନେଇ ଷ୍ଟିଅରିଙ୍ଗ ଛାଡ ଆନ୍ଦାଳନ ମଙ୍ଗଳବାର ସକାଳ ୬ ଘଣ୍ଟା ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆରମ୍ଭ ହୋଇଥିବା ବେଳେ ଡ୍ରାଇଭର ମହାସଂଘ ତରଫରୁ ଶାନ୍ତି ପୂର୍ଣ୍ଣ ଭାବେ ଧର୍ମଘଟ ଜାରି ରଖିଛନ୍ତି। ସୂଚନା ଅନୁସାରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ବାରମ୍ବାର ସରକାରଙ୍କୁ ଜଣାଇଲେ ମଧ୍ୟ ସରକାର ଆଳ ଦେଖାଇ ଦାବି ପୂରଣ ପରିବର୍ତ୍ତେ ଦିନ ଗଡ଼ାଇ ଚାଲି ଥିବାରୁ ଆଜି ଏହି ଆନ୍ଦୋଳନ ଚାଲିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଲାଞ୍ଜିଗଡ ବ୍ଲକରେ ମଧ୍ୟ ବିଭିନ୍ନ ଜାଗାରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି। ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନଙ୍କୁ ହଇରାଣ ହରକତ ହେବାକୁ ପଡୁଛି। ଲାଞ୍ଜିଗଡ ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ସଭାପତି ଟଙ୍କଧର ଗୌଡ଼ଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଏଥିରେ ଉପ ସଭାପତି ହର ପ୍ରସାଦ ଗୌଡ଼, ସମ୍ପାଦକ ଅକ୍ଷୟ ଦୋରା, ଉପ ସମ୍ପାଦକ, କୋଷାଧ୍ୟକ୍ଷ ଅଶ୍ୱିନୀ ଗୌଡ଼ ସମେତ ଲାଞ୍ଜିଗଡ ବ୍ଲକର ଶହ ଶହ ଡ୍ରାଇଭର ଯୋଗଦେଇ ଧର୍ମଘଟ କରୁଥିବା ଦେଖିବାକୁ ମିଳିଛି।