ଡ୍ରାଇଭରର ଅବହେଳାରୁ ଘଟିଛି ବସ୍ ଦୁର୍ଘଟଣା !
ଯାଜପୁର: ବସ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ। ଡ୍ରାଇଭରଙ୍କ ଭୁଲ ଯୋଗୁ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି। ବସର ଅବସ୍ଥା ଭଲ ଥିଲା, ମାର୍ଚ୍ଚରେ ଫିଟନେସ୍ ସାର୍ଟିଫିକେଟ ମଧ୍ୟ ମିଳିଥିଲା। ଦ୍ରୁତଗତି, ଓଭରଟେକ୍ କିମ୍ବା ଫୋନରେ କଥା ହେବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ବସର ବ୍ରେକ୍ ମଧ୍ୟ ଲଗାଯାଇଥିଲା। ୫ଜୀବନ ଯାଇଥିବାରୁ ଡ୍ରାଇଭରଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି।