ଡ୍ରାଇଭିଂବେଳେ ଫୋନ୍ ବ୍ୟବହାର, ଯାଇଛି ୧୬୩ ଜୀବନ
ଭୁବନେଶ୍ୱର,୨୮।୫(ସୂର୍ଯ୍ୟକାନ୍ତ ବେହେରା):ଗାଡ଼ି ଚଳାଇବାବେଳେ ଡ୍ରାଇଭରମାନେ ମୋବାଇଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ଅଧିକାଂଶ ମାନୁ ନ ଥିବାରୁ ଦୁର୍ଘଟଣା ବଢ଼ୁଛି। ଗାଡି ଚାଳନାବେଳେ ମୋବାଇଲ ବ୍ୟବହାର ଯୋଗୁ ୨୦୨୩ରେ ରାଜ୍ୟରେ ୪୩୩ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୬୩ଜଣଙ୍କ ଜୀବନ ଯାଇଥିବା ରାଜ୍ୟ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ନିୟମିତ କଡ଼ାକଡ଼ି ଯାଞ୍ଚ ନ କରାଯିବା କାରଣରୁ ଏଭଳି ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗାଡିରେ ଡ୍ରାଇଭିଂ ସିଟ୍ରେ […] The post ଡ୍ରାଇଭିଂବେଳେ ଫୋନ୍ ବ୍ୟବହାର, ଯାଇଛି ୧୬୩ ଜୀବନ appeared first on Dharitri Odia News.
ଭୁବନେଶ୍ୱର,୨୮।୫(ସୂର୍ଯ୍ୟକାନ୍ତ ବେହେରା):ଗାଡ଼ି ଚଳାଇବାବେଳେ ଡ୍ରାଇଭରମାନେ ମୋବାଇଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ଅଧିକାଂଶ ମାନୁ ନ ଥିବାରୁ ଦୁର୍ଘଟଣା ବଢ଼ୁଛି। ଗାଡି ଚାଳନାବେଳେ ମୋବାଇଲ ବ୍ୟବହାର ଯୋଗୁ ୨୦୨୩ରେ ରାଜ୍ୟରେ ୪୩୩ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୬୩ଜଣଙ୍କ ଜୀବନ ଯାଇଥିବା ରାଜ୍ୟ ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ନିୟମିତ କଡ଼ାକଡ଼ି ଯାଞ୍ଚ ନ କରାଯିବା କାରଣରୁ ଏଭଳି ଦୁର୍ଘଟଣା ବଢ଼ିବାରେ ଲାଗିଛି।
ଗାଡିରେ ଡ୍ରାଇଭିଂ ସିଟ୍ରେ ବସିବା ପରେ ଡ୍ରାଇଭରଙ୍କ ପାଖରେ ଆଉ ଫୋନ୍ ରହିବ ନାହିଁ। ଏ କ୍ଷେତ୍ରରେ ଯାତ୍ରୀମାନେ ଡ୍ରାଇଭରଙ୍କ ତ୍ରୁଟି ଦେଖିଲେ ତୁରନ୍ତ ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ୨୦୧୯ ମସିହାରୁ ଏକ ନିୟମ କରାଯାଇଥିଲା। ନିୟମ କଡାକଡି ପାଳନ ପାଇଁ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ମଧ୍ୟ ଗଠନ ସହ ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରାଯାଇ ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିୟମକୁ ସେତେବେଳେ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ହେଲେ ଏବେ ନିୟମର କାର୍ଯ୍ୟକାରିତା ଓ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡ୍ରାଇଭର ଡ୍ରାଇଭିଂ ସମୟରେ ଫୋନ୍ରେ କଥା ହେଉଥିବା ଓ ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ବହୁ ନଜିର ରହିଛି। ସେହିପରି ପୂର୍ବରୁ ସୁପ୍ରିମକୋର୍ଟ ଭାରିଯାନରେ ସ୍ପିଡ୍ ଗର୍ଭନର ଲଗାଇବାକୁ ଆଦେଶ ଦେଇଥିବାବେଳେ ରାଜ୍ୟରେ ଏଯାଏ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ।
The post ଡ୍ରାଇଭିଂବେଳେ ଫୋନ୍ ବ୍ୟବହାର, ଯାଇଛି ୧୬୩ ଜୀବନ appeared first on Dharitri Odia News.