ଡ୍ରେନ କାମ ବେଳେ କାନ୍ଥ ଭୁଷୁଡି ମୃତ୍ୟୁ ଘଟଣା: ତଦନ୍ତ ହେବ ବୋଲି ସୂଚନା ଦେଲେ କଟକ ମେୟର
କଟକ:ଡ୍ରେନ କାମ ବେଳେ କାନ୍ଥ ଭୁଷୁଡି ମୃତ୍ୟୁ ଘଟଣାରେ ହେବ ତଦନ୍ତ। ତିନି ଜଣିଆ ତଦନ୍ତ କମିଟି ଗଠନ କଲା କଟକ ମହାନଗର ନିଗମ। ଏ ନେଇ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି।ମାସେ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।ଘଟଣା ସ୍ଥଳରେ ଠିକାଦାର କିମ୍ବା ସୁପରଭାଇଯର ନ ରହିବା ଦାୟିତ୍ବହୀନତା ବୋଲି ମେୟର କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠି ରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ଦେବାକୁ ମହାନଗର ନିଗମ ସୁପାରିଶ […]

କଟକ:ଡ୍ରେନ କାମ ବେଳେ କାନ୍ଥ ଭୁଷୁଡି ମୃତ୍ୟୁ ଘଟଣାରେ ହେବ ତଦନ୍ତ।
ତିନି ଜଣିଆ ତଦନ୍ତ କମିଟି ଗଠନ କଲା କଟକ ମହାନଗର ନିଗମ। ଏ ନେଇ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି।ମାସେ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।ଘଟଣା ସ୍ଥଳରେ ଠିକାଦାର କିମ୍ବା ସୁପରଭାଇଯର ନ ରହିବା ଦାୟିତ୍ବହୀନତା ବୋଲି ମେୟର କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠି ରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ଦେବାକୁ ମହାନଗର ନିଗମ ସୁପାରିଶ କରିବ ବୋଲି କଟକ ମେୟର କହିଛନ୍ତି।
କଟକ ବିଡାନାସୀରେ ପାଚେରୀ ଭୁସିଡ଼ି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କଟକ ପଟାପୋଲୋ ଅଞ୍ଚଳର ଶଙ୍କରି। ଅନ୍ୟ ଦୁଇ ଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।