ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ
ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି । ଅଳିଆ ଆବର୍ଜନା, ବର୍ଜ୍ୟବସ୍ତୁ, ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ, ପଲିଥିନ ଯୁଆଡେ ଦେଖିବେ କୁଢ଼ କୁଢ଼ ଗଦା। ଗୋଟିଏ ଅଦିନିଆ ବର୍ଷାରେ ଏବେ ବର୍ଷା ଜଳରେ ଉବୁଟୁବୁ ଅଳିଆ ଆବର୍ଜନା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବଜାରରେ ରହିଥିବା ଡ୍ରେନରେ। ସମସ୍ତ ଡ୍ରେନ ଏବେ ବର୍ଷା ଜଳରେ ଭାଷି ଆସିଥିବା […] The post ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ appeared first on Dharitri Odia News.
ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି । ଅଳିଆ ଆବର୍ଜନା, ବର୍ଜ୍ୟବସ୍ତୁ, ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ, ପଲିଥିନ ଯୁଆଡେ ଦେଖିବେ କୁଢ଼ କୁଢ଼ ଗଦା। ଗୋଟିଏ ଅଦିନିଆ ବର୍ଷାରେ ଏବେ ବର୍ଷା ଜଳରେ ଉବୁଟୁବୁ ଅଳିଆ ଆବର୍ଜନା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବଜାରରେ ରହିଥିବା ଡ୍ରେନରେ। ସମସ୍ତ ଡ୍ରେନ ଏବେ ବର୍ଷା ଜଳରେ ଭାଷି ଆସିଥିବା ଅଳିଆ ଆବର୍ଜନରେ ଜାମ୍ ହୋଇପଡିଛି। ଯେଉଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛତା ରଖିବା ଦିଗରେ କାମ କରିବା କଥା ସେହି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଡ୍ରେନ ରେ ସବୁଠାରୁ ଅଧିକା ଅଳିଆ। ତେବେ ଏତେସବୁ ଅଳିଆ ଆବର୍ଜନାକୁ ଦେଖି ମଧ୍ୟ ନୀରବ ବସିଛି ପଞ୍ଚାୟତ କାର୍ଯ୍ୟାଳୟ। ଦାୟିତ୍ୱରେ ରହିଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ସରପଞ୍ଚ ଏକପ୍ରକାର ନୀରବ ରହିଛନ୍ତି।
ଏହାକୁ ନେଇ ଦୈନିକ ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବୁଲି ଆସୁଥିବା ପର୍ଯ୍ୟଟକ ଉଦବେଗ ପ୍ରକାଶ କରିବା ସହ ନିନ୍ଦା କରୁଛନ୍ତି। ଆଉ ଦାରିଙ୍ଗବାଡି ଆସିବୁ ନାହିଁ ବୋଲି କହିବା ଆରମ୍ଭ କଲେଣି। ସହରରେ ପରିବେଶ ଓ ଜଳବାୟୁ ଅପେକ୍ଷା ଦାରିଙ୍ଗବାଡିର ଜଳବାୟୁ ଓ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକ ଏବେ ଦାରିଙ୍ଗବାଡିର ଜଳବାୟୁ ଓ ଦୂଷିତ ପରିବେଶ ପାଇଁ ନାପସନ୍ଦ କରିବା ଦୁର୍ଭାଗ୍ୟଜନକ ପରିସ୍ଥିତି। ଏଭଳି ଆଗକୁ ପଞ୍ଚାୟତ ଓ ସ୍ଥାନୀୟ ପ୍ରଶାସନ ସମେତ ସ୍ଥାନୀୟ ବାସିନ୍ଦା ଏହାର ସ୍ଥାୟୀ ସମାଧାନ ନ କରନ୍ତି ତେବେ ଦାରିଙ୍ଗବାଡିକୁ ଧୀରେ ଧୀରେ ପର୍ଯ୍ୟଟକ ଆସିବା ବନ୍ଦ ହେବା ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ବେଟ୍ରି ଚାଳିତ ଗାଡି ଅଣାଯିବାକୁ ଯୋଜନା କରାଯାଇଛି। ଗୋଟିଏ ମାସ ମଧ୍ୟରେ ବଜାରରୁ ଅଳିଆ ବାହାର କରାଯିବା ପାଇଁ ପଦକ୍ଷେପ ନିଆଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।
The post ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ appeared first on Dharitri Odia News.