ଡ୍ରେସିଂ ରୁମ୍ରେ ପାଣ୍ଡ୍ୟାଙ୍କ ବ୍ୟବହାର କେମିତି: ଟିମ ଡେଭିଡ୍ କଲେ ଖୁଲାସା
ମୁମ୍ବାଇ,୧୧।୪: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସକଙ୍କ କ୍ରୋଧର ଶିକାର ହେବାକୁ ପଡିଥିଲା। କିନ୍ତୁ ଡ୍ରେସିଂ ରୁମରେ ଖେଳାଳିଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା କିପରି ବ୍ୟବହାର କରନ୍ତି? ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଟିମ ଡେଭିଡ ଏହା ଉପରେ ଏକ ବିବୃତ୍ତି ଦେଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ ପୂର୍ବରୁ […] The post ଡ୍ରେସିଂ ରୁମ୍ରେ ପାଣ୍ଡ୍ୟାଙ୍କ ବ୍ୟବହାର କେମିତି: ଟିମ ଡେଭିଡ୍ କଲେ ଖୁଲାସା appeared first on Dharitri Odia News.
ମୁମ୍ବାଇ,୧୧।୪: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସକଙ୍କ କ୍ରୋଧର ଶିକାର ହେବାକୁ ପଡିଥିଲା। କିନ୍ତୁ ଡ୍ରେସିଂ ରୁମରେ ଖେଳାଳିଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା କିପରି ବ୍ୟବହାର କରନ୍ତି? ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଟିମ ଡେଭିଡ ଏହା ଉପରେ ଏକ ବିବୃତ୍ତି ଦେଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଡେଭିଡ କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଯେତେବେଳେ ଆମେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସଂଘର୍ଷ କରୁଥିଲୁ, ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସ ସମ୍ଭାଳି ଥିଲେ, ଏହା ପରେ ରୋମାରିଓ ଶେଫର୍ଡ ଏହାର ଫାଇଦା ଉଠାଇଥିଲେ।
ଟିମ ଡେଭିଡ କହିଛନ୍ତି, ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ସମଗ୍ର ଦଳକୁ ଏକଜୁଟ କରି ରଖିଛନ୍ତି। ସେ ଡ୍ରେସିଂ ରୁମ୍ରେ ଖେଳାଳିଙ୍କୁ ବହୁତ ଉତ୍ସାହିତ କରନ୍ତି। ଏହା ବ୍ୟତୀତ ଟିମ ଡେଭିଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ,ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ସିଜିନର ପ୍ରଥମ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍ସର ବିଜୟରେ ଟିମ ଡେଭିଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୧ଟି ବଲରେ ଟିମ ଡେଭିଡ ୪୫ ରନ ସ୍କୋର କରିଥିଲେ।
The post ଡ୍ରେସିଂ ରୁମ୍ରେ ପାଣ୍ଡ୍ୟାଙ୍କ ବ୍ୟବହାର କେମିତି: ଟିମ ଡେଭିଡ୍ କଲେ ଖୁଲାସା appeared first on Dharitri Odia News.