ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚୌଦ୍ଵାର: ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘଟଣାକୁ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସୂଚନାଥାଉକି, କଟକ ଷ୍ଟୁଆର୍ଟ କଲେଜରୁ ୫ ସାଙ୍ଗ ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ଡ୍ୟାମ ନିକଟସ୍ଥ ଡମଡମଣୀ ପୀଠକୁ ବୁଲିବାକୁ ଆସିଥିଲେ। ଆଉ ଏଠାରେ ଡ୍ୟାମ ନିକଟରେ ଗାଧୋଉଥିବା ସମୟରେ ୩ଜଣଙ୍କ ଗୋଡ଼ ଖସିଯାଇଥିଲା ।  ଅବଶ୍ୟ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଆଉ ଦୁଇଜଣ  ନିଖୋଜ ହୋଇଯାଇଥିଲେ। ଖବର ପାଇ ଚୌଦ୍ଵାର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।  ମୃତକ ୨ଜଣ ହେଲେ ସୃତିକ ଶତପଥୀ ଓ ସୋୟଙ୍ଗ ସଂକେତ ଦାଶ ସମସ୍ତ ଛାତ୍ର କଟକ ଅଞ୍ଚଳର ବୋଲି ଜଣା ପଡ଼ିଛି।  ଡ୍ୟାମ ଚାରି ପାଖ ବାଡ ନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚୌଦ୍ଵାର: ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘଟଣାକୁ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। 

ସୂଚନାଥାଉକି, କଟକ ଷ୍ଟୁଆର୍ଟ କଲେଜରୁ ୫ ସାଙ୍ଗ ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ଡ୍ୟାମ ନିକଟସ୍ଥ ଡମଡମଣୀ ପୀଠକୁ ବୁଲିବାକୁ ଆସିଥିଲେ। ଆଉ ଏଠାରେ ଡ୍ୟାମ ନିକଟରେ ଗାଧୋଉଥିବା ସମୟରେ ୩ଜଣଙ୍କ ଗୋଡ଼ ଖସିଯାଇଥିଲା ।  

ଅବଶ୍ୟ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଆଉ ଦୁଇଜଣ  ନିଖୋଜ ହୋଇଯାଇଥିଲେ। ଖବର ପାଇ ଚୌଦ୍ଵାର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।  ମୃତକ ୨ଜଣ ହେଲେ ସୃତିକ ଶତପଥୀ ଓ ସୋୟଙ୍ଗ ସଂକେତ ଦାଶ ସମସ୍ତ ଛାତ୍ର କଟକ ଅଞ୍ଚଳର ବୋଲି ଜଣା ପଡ଼ିଛି।  ଡ୍ୟାମ ଚାରି ପାଖ ବାଡ ନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।