ଡ୍ୟୁଟିକୁ ଯାଉଥିବା ବେଳେ ମାଡିଗଲା ଟ୍ରକ; ଜଣେ ମୃତ, ଜଣେ ଆହତ
ଅନୁଗୁଳ ୨୦।୧୨; ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୁଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିକ୍ରମ ରାଉତରାୟ। ଆହତ ବ୍ୟକ୍ତି ଜଣଙ୍କ ହେଲେ କରଣ ବିର ଗୋପୀ। ତାଙ୍କୁ ଗୁରୂତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଦୁହେଁ ସକାଳେ ବାଇକ୍ ଯୋଗେ ଡ୍ୟୁଟିକୁ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ପରେ ଟ୍ରକ୍ଟି ଉଭୟଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ବିକ୍ରମଙ୍କର ମୃତ୍ୟୁ ଘଟିଥିବା ବେଳେ ବିର ଆହତ ହୋଇଥିଲେ। ଆହତ ବିରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଦୁଇଜଣ ନିକଟସ୍ଥ JSPL କମ୍ପାନୀରେ କାମ କରନ୍ତି ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଘଟଣାପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।
ଅନୁଗୁଳ ୨୦।୧୨; ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୁଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିକ୍ରମ ରାଉତରାୟ। ଆହତ ବ୍ୟକ୍ତି ଜଣଙ୍କ ହେଲେ କରଣ ବିର ଗୋପୀ। ତାଙ୍କୁ ଗୁରୂତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ଦୁହେଁ ସକାଳେ ବାଇକ୍ ଯୋଗେ ଡ୍ୟୁଟିକୁ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ପରେ ଟ୍ରକ୍ଟି ଉଭୟଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ବିକ୍ରମଙ୍କର ମୃତ୍ୟୁ ଘଟିଥିବା ବେଳେ ବିର ଆହତ ହୋଇଥିଲେ।
ଆହତ ବିରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଦୁଇଜଣ ନିକଟସ୍ଥ JSPL କମ୍ପାନୀରେ କାମ କରନ୍ତି ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଘଟଣାପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।