ଢାକାରେ ହିନ୍ଦୁ ସାମ୍ବାଦିକାଙ୍କୁ ଆକ୍ରମଣ ଉଦ୍ୟମ, ଉଦ୍ଧାର କଲା ପୁଲିସ୍‌

ଢାକା: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଜାରି ରହିଥିବା ବେଳେ ଗତରାତିରେ ଉତ୍ତ୍ୟକ୍ତ ଜନତା ଜଣେ ମହିଳା ହିନ୍ଦୁ ସାମ୍ବାଦିକ ମୁନ୍ନି ଶାହଙ୍କୁ ଘେରାଉ କରିବା ଏବଂ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହେବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ପୁଲିସ ଠିକ୍‌ ସମୟରେ ପହଞ୍ଚି ମୁନ୍ନିଙ୍କୁ ଉଦ୍ଧାର କରିଥିବାରୁ ସେ ରକ୍ଷା ପାଇଯାଇଛନ୍ତି। ମୁନ୍ନି ଶାହ ଜଣେ ଭାରତ ସମର୍ଥକ ଏବଂ ସେ ବାଂଲାଦେଶକୁ ଭାରତର ଏକ ଅଂଶ କରିବା ପାଇଁ କାମ […]

ଢାକାରେ ହିନ୍ଦୁ ସାମ୍ବାଦିକାଙ୍କୁ ଆକ୍ରମଣ ଉଦ୍ୟମ, ଉଦ୍ଧାର କଲା ପୁଲିସ୍‌

ଢାକା: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଜାରି ରହିଥିବା ବେଳେ ଗତରାତିରେ ଉତ୍ତ୍ୟକ୍ତ ଜନତା ଜଣେ ମହିଳା ହିନ୍ଦୁ ସାମ୍ବାଦିକ ମୁନ୍ନି ଶାହଙ୍କୁ ଘେରାଉ କରିବା ଏବଂ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହେବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ପୁଲିସ ଠିକ୍‌ ସମୟରେ ପହଞ୍ଚି ମୁନ୍ନିଙ୍କୁ ଉଦ୍ଧାର କରିଥିବାରୁ ସେ ରକ୍ଷା ପାଇଯାଇଛନ୍ତି। ମୁନ୍ନି ଶାହ ଜଣେ ଭାରତ ସମର୍ଥକ ଏବଂ ସେ ବାଂଲାଦେଶକୁ ଭାରତର ଏକ ଅଂଶ କରିବା ପାଇଁ କାମ କରୁଥିବା ଅଭିଯୋଗ କରି ଇସ୍‌ଲାମିକ କଠୋରପନ୍ଥୀମାନେ ତାଙ୍କୁ ଘେରିଯାଇଥିଲେ। ଶ୍ରୀମତୀ ଶାହ ‘ଏହା ମଧ୍ୟ ମୋ ଦେଶ ଏବଂ ମୁଁ ଦେଶର ସ୍ବାର୍ଥ ପାଇଁ ହିଁ କାମ କରୁଛି’ ବୋଲି ବାରମ୍ବାର କହିବା ସତ୍ତ୍ବେ ଉଗ୍ର ଭିଡ଼ ତାଙ୍କୁ ଅନେକ ସମୟ ଧରି ଘେରାଉ କରି ରଖିଥିଲେ। ବାଂଲାଦେଶ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଠାରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ସମୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସାମ୍ବାଦିକା ଶାହଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ପୁଲିସ କହିଛି, ଶ୍ରୀମତୀ ଶାହଙ୍କୁ ଢାକାର କାଉରାନ ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ବିରୋଧରେ ପୂର୍ବରୁ ରହିଥିବା ମାମଲା ପାଇଁ ତାଙ୍କୁ କୋର୍ଟରୁ ଜାମିନ ନେବାକୁ ହେବ ଏବଂ ସମନକୁ ଗ୍ରହଣ କରିବାକୁ ପଡ଼ିବ ।