ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି

କୁଜଙ୍ଗ,୫।୧୦(ମନୋଜ ପ୍ରଧାନ ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ନିମନ୍ତେ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଛାଉଣୀ ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଏଠାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ସକାଳ ୭ଟାରୁ ଭୋଟ୍‌ଦାନ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଳିଥିଲା। ୨୩ଟି ୱାର୍ଡକୁ ନେଇ ଗଠିତ ଢିଙ୍କିଆ ପଞ୍ଚାୟତର ସମୁଦାୟ ଭୋଟର ସଂଖ୍ୟା ୭ ହଜାର ୯୬୮ ହୋଇଥିବାବେଳେ ଶୁକ୍ରବାର ୬ ହଜାର ୭୩୧ ଜଣ […] The post ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି appeared first on Dharitri Odia News.

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି

କୁଜଙ୍ଗ,୫।୧୦(ମନୋଜ ପ୍ରଧାନ ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ନିମନ୍ତେ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଛାଉଣୀ ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଏଠାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ସକାଳ ୭ଟାରୁ ଭୋଟ୍‌ଦାନ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଳିଥିଲା। ୨୩ଟି ୱାର୍ଡକୁ ନେଇ ଗଠିତ ଢିଙ୍କିଆ ପଞ୍ଚାୟତର ସମୁଦାୟ ଭୋଟର ସଂଖ୍ୟା ୭ ହଜାର ୯୬୮ ହୋଇଥିବାବେଳେ ଶୁକ୍ରବାର ୬ ହଜାର ୭୩୧ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଏହା ସମୁଦାୟ ଭୋଟର ୮୪. ୪୭ ଶତାଂଶ। ଭୋଟରମାନେ ଆଗ୍ରହର ସହ ସକାଳୁ ଲମ୍ବା ଧାଡ଼ିରେ ଠିଆ ହୋଇ ଭୋଟ ଦେଇଥିଲେ। ଏହାପରେ ସରପଞ୍ଚ ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିବା ୩ ଜଣ ପ୍ରାର୍ଥତ୍ନୀ ଏବଂ ୱାର୍ଡ ସଭ୍ୟ ପଦରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୨ ଜଣ ପ୍ରାର୍ଥତ୍ନୀ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଯାଇଛି। ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଢିଙ୍କିଆରୁ ଭୋଟ୍‌ ବାକ୍ସଗୁଡ଼ିକୁ ଏରସମା ବ୍ଲକ କାର୍ଯ୍ୟାଳୟରେ ସଂରକ୍ଷିତ ରଖାଯାଇଛି। ଶନିବାର ସକାଳ ୮ ଘଣ୍ଟା ସମୟରେ ଏରସମା ବ୍ଲକ କାର୍ଯ୍ୟାଳୟରେ ଗଣତି ହେବ।

The post ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି appeared first on Dharitri Odia News.