ଢେଙ୍କାନାଳରେ ଚାଞ୍ଚଲ୍ୟ: ବେକରେ ରଶି ଲଗାଇ ଝୁଲିପଡିଲେ ବାପା, ଝିଅ, ନାତି
କନକ ବ୍ୟୁରୋ: ଢ଼େଙ୍କାନାଳ ସଦର ଥାନା ଖମାର ଗାଁରେ ଚାଂଚଲ୍ୟ । ବନ୍ଦ ଘରୁ ଗୋଟିଏ ପରିବାରର ତିନିଜଣଙ୍କ ମୃତ ଦେହ ଉଦ୍ଧାର । ବେକରେ ରଶି ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି।। ତେବେ କେଉଁ କାରଣରୁ ଏକା ସାଙ୍ଗରେ ତିନି ତିନି ଜଣ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକ ବାପା ହେଲେ ଶଙ୍କର୍ଷଣ ଦାସ । ଝିଅ ସୁବର୍ଣ୍ଣ ଦାସ । ନାତି ସନ୍ତୋଷ କୁମାର ଦାସ।