ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’
ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ ଯୁଗର ରାଣୀ ବା ମହିଳାମାନଙ୍କୁ ସମ୍ମାନ ଜଣାଇ ଏହି କଲେକ୍ସନର ଶୁଭାରମ୍ଭ କରାଯାଇଛି। ନିର୍ଭୀକ ଆଧୁନିକତା ଏବଂ ସୁନ୍ଦରତା ମଧ୍ୟରେ ଉପଯୁକ୍ତ ସନ୍ତୁଳନକୁ ଏହା ପରିପ୍ରକାଶ କରୁଛି। ବିଶେଷକରି ଉତ୍ସବ ଋତୁର ରାଜକୀୟ ଜୋଶ୍କୁ ପାଳନ କରିବା ପାଇଁ ଏହି ଗହଣାଗୁଡ଼ିକୁ ଡିଜାଇନ୍ କରାଯାଇଛି। ସେହିଭଳି ରୟାଲ୍ କୋର୍ଟ, ସାନ୍ଦାର […] The post ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’ appeared first on Dharitri Odia News.
ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ ଯୁଗର ରାଣୀ ବା ମହିଳାମାନଙ୍କୁ ସମ୍ମାନ ଜଣାଇ ଏହି କଲେକ୍ସନର ଶୁଭାରମ୍ଭ କରାଯାଇଛି। ନିର୍ଭୀକ ଆଧୁନିକତା ଏବଂ ସୁନ୍ଦରତା ମଧ୍ୟରେ ଉପଯୁକ୍ତ ସନ୍ତୁଳନକୁ ଏହା ପରିପ୍ରକାଶ କରୁଛି। ବିଶେଷକରି ଉତ୍ସବ ଋତୁର ରାଜକୀୟ ଜୋଶ୍କୁ ପାଳନ କରିବା ପାଇଁ ଏହି ଗହଣାଗୁଡ଼ିକୁ ଡିଜାଇନ୍ କରାଯାଇଛି। ସେହିଭଳି ରୟାଲ୍ କୋର୍ଟ, ସାନ୍ଦାର ପ୍ରାସାଦ ଏବଂ ଐତିହ୍ୟର ଭବ୍ୟତା ଦ୍ୱାରା ଅନଚପ୍ରାଣିତ ‘ନବ-ରାଣୀ’ କଲେକ୍ସନ ସମସାମୟିକ ଚମତ୍କାରିତା ସହିତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ତଥା ଜଟିଳ ହସ୍ତକଳାକୁ ମିଶାଇ ପାରମ୍ପରିକ ଗହଣାକୁ ପୁନଃ ପରିଭାଷିତ କରିଛି। ଏପରିକି ଅସାଧାରଣ କାରିଗରି ଯେପରି ମିରର୍-ଫିନିସ୍ ଗ୍ଲାସ୍ ଏନାମଲ ୱାର୍କ ଏବଂ ଓମ୍ବ୍ରେ ଇଫେକ୍ଟ ସହ ରଙ୍ଗ ବେରଙ୍ଗ କୁନ୍ଦନ କାମ ସହ ସର୍ବୋତ୍ତମ କାରିଗରିକୁ ଏ କଲେକ୍ସନ ବିସ୍ତୃତ ଭାବେ ଦର୍ଶାଉଛି। ଏହି ସିଗ୍ନେଚର ଟେକ୍ନିକ୍ଗୁଡ଼ିକ ସୂକ୍ଷ୍ମ ଜାଲି ପାଟର୍ନ, କାଳଜୟୀ ‘ରାଶ ରଭା ଏବଂ ପର୍ତାଜ ଟେକ୍ନିକ୍ ଓ ଅତି ସୁନ୍ଦର ଚଣ୍ଡକ ଏବଂ କାଲ୍ଗି ମୋଟିଫ୍ ସହ ଆସୁଛି,ଏହି ଗହଣା ସମ୍ଭାର ସୁନ୍ଦରତା ବାହାରେ ପ୍ରତି ମହିଳାଙ୍କ ମଧ୍ୟରେ ଥିବା ରାଜକୀୟ ମହତ୍ତ୍ୱକୁ ପାଳନ କରୁଛି। ଏ ସମ୍ପର୍କରେ ଟାଇଟନ କମ୍ପାନୀ ଲିମିଟେଡ୍ର କ୍ଲଷ୍ଟର ବିଜ୍ନେସ୍ ମ୍ୟାନେଜର ଅରିନ୍ଦମ ପ୍ରାମାଣିକ କହିଛନ୍ତି, ଆମେ ଆମର ନୂତନ କଲେକ୍ସନ ‘ନବ-ରାଣୀ’ କୁ ଅନାବରଣକରି ବେଶ୍ ଉତ୍ସାହିତ ଅଛୁ।
The post ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’ appeared first on Dharitri Odia News.