ତନିସ୍କର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ

ଭବାନୀପାଟଣା,୩୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବାହାଦୁର ବଗିଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଭାରତର ସର୍ବବୃହତ୍‌ ଅଳଙ୍କାର ରିଟେଲ ବ୍ରାଣ୍ଡ ତନିସ୍କର ନୂତନ ଶୋ’ରୁମ ଉଦ୍‌ଘାଟିତ ହୋଇଯାଇଛି। ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ଟାଇଟାନ କମ୍ପାନୀ ଲିମିଟେଡ ଓ ସର୍କଲ ବ୍ୟବସାୟ ମ୍ୟାନେଜର ଅରିନ୍ଦମ ପ୍ରମାଣିକ, ବିଜ୍‌ନେସ ଆସୋସିଏଟ ପ୍ରତୀକ ଜେନା ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ତନିସ୍କ ବ୍ରାଣ୍ଡ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ […] The post ତନିସ୍କର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ appeared first on Dharitri Odia News.

ତନିସ୍କର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ

ଭବାନୀପାଟଣା,୩୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବାହାଦୁର ବଗିଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଭାରତର ସର୍ବବୃହତ୍‌ ଅଳଙ୍କାର ରିଟେଲ ବ୍ରାଣ୍ଡ ତନିସ୍କର ନୂତନ ଶୋ’ରୁମ ଉଦ୍‌ଘାଟିତ ହୋଇଯାଇଛି। ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ଟାଇଟାନ କମ୍ପାନୀ ଲିମିଟେଡ ଓ ସର୍କଲ ବ୍ୟବସାୟ ମ୍ୟାନେଜର ଅରିନ୍ଦମ ପ୍ରମାଣିକ, ବିଜ୍‌ନେସ ଆସୋସିଏଟ ପ୍ରତୀକ ଜେନା ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ତନିସ୍କ ବ୍ରାଣ୍ଡ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରିଛି। ଗ୍ରାହକମାନେ ପ୍ରତ୍ୟେକ କ୍ରୟ ଉପରେ ଏକ ମାଗଣା ସ୍ବର୍ଣ୍ଣମୁଦ୍ରା ପାଇପାରିବେ। ଏହି ଅଫର ୩୦ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିବ। ୪୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏହି ଶୋ’ରୁମ ତନିସ୍କର ପ୍ରତିଷ୍ଠିତ ଡିଜାଇନଗୁଡ଼ିକର ବିଶେଷ ସଂଗ୍ରହ ରଖାଯାଇଛି। ସୁନା, ହୀରା, କୁନ୍ଦନ ଓ ପୋଲ୍ଲୀ ସହିତ ଓଡ଼ିଶାର ଧନ୍ୟ ସଂସ୍କୃତି ଏବଂ ପରମ୍ପରାରୁ ପ୍ରେରିତ ତନିସ୍କର ପର୍ବ ପାଳନ ସମ୍ବନ୍ଧୀୟ କଲେକ୍ସନ ‘ଦିବ୍ୟାନୀ’କୁ ଓଡ଼ିଶାର ମହିଳାଙ୍କ ଲାଗି ଉପସ୍ଥାପନ କରିଛି। ଷ୍ଟୋରରେ ଏକ ଆଧୁନିକ, ସମସାମୟିକ ଏବଂ ହାଲୁକା ଓଜନର ଅଳଙ୍କାର ସଂଗ୍ରହ ‘ଷ୍ଟ୍ରିଙ୍ଗ ଇଟ’ ସହିତ ୧୮କ୍ୟାରେଟ ରୁ ୨୨କ୍ୟାରେଟ ସୁନାରେ ନିର୍ମିତ ଚୁଡ଼ି ସଂଗ୍ରହ ‘କଲାଇ’ ମଧ୍ୟ ଉପସ୍ଥାପିତ ହୋଇଛି।

The post ତନିସ୍କର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ appeared first on Dharitri Odia News.