ତପ୍ତପାଣି ଘାଟିରେ ଦୁର୍ଘଟଣା, ୨୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ୍
ମୋହନା ୧୮।୪: ପୁଣି ଗଜପତି-ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣା l ଘାଟିର ପ୍ରାୟ ୨୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ୍ l ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର l ସୂଚନାଯୋଗ୍ୟ ଯେ, ଅପରାହ୍ନ ପ୍ରାୟ ୪ଟାରେ ଏକ ପେପର ବୋଝଇ ଟ୍ରକ ରାୟଗଡାରୁ ବ୍ରହ୍ମପୁର ଯାଉଥିଲା l ଏହି ସମୟରେ ଘାଟି ମଧ୍ୟରେ ଥିବା ଜକରାପଲି ନିକଟରେ ଭାରସାମ୍ୟ ହରାଇ ଟ୍ରକ୍ଟି ରାସ୍ତା କଡ଼କୁ ପ୍ରାୟ ୨୦ ପୁଟ ତଳକୁ ଖସିବା ସହ ବିଲ ମଧ୍ୟରେ ଓଲଟି ପଡିଛି l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ର ଚେସିସ ଓ ବଡି ଅଲଗା ହୋଇଯାଇଛି l ଉଭୟ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି l ଖବର ପାଇ ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।You Can Read:କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ବିହାରୀ ଧଳ, ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି
ମୋହନା ୧୮।୪: ପୁଣି ଗଜପତି-ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣା l ଘାଟିର ପ୍ରାୟ ୨୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ୍ l ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର l
ସୂଚନାଯୋଗ୍ୟ ଯେ, ଅପରାହ୍ନ ପ୍ରାୟ ୪ଟାରେ ଏକ ପେପର ବୋଝଇ ଟ୍ରକ ରାୟଗଡାରୁ ବ୍ରହ୍ମପୁର ଯାଉଥିଲା l ଏହି ସମୟରେ ଘାଟି ମଧ୍ୟରେ ଥିବା ଜକରାପଲି ନିକଟରେ ଭାରସାମ୍ୟ ହରାଇ ଟ୍ରକ୍ଟି ରାସ୍ତା କଡ଼କୁ ପ୍ରାୟ ୨୦ ପୁଟ ତଳକୁ ଖସିବା ସହ ବିଲ ମଧ୍ୟରେ ଓଲଟି ପଡିଛି l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ର ଚେସିସ ଓ ବଡି ଅଲଗା ହୋଇଯାଇଛି l ଉଭୟ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି l ଖବର ପାଇ ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
You Can Read:
କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ବିହାରୀ ଧଳ, ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି