ତମାଣ୍ଡୋ ଏବଂ ଉତ୍ତରାସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇ ଶୋରୁମ୍ରେ ଲଞ୍ଚ ହେଲା ହ୍ୟୁଣ୍ଡାଇର ଇଲେକ୍ଟ୍ରିକ୍ କ୍ରେଟା
ଭୁବନେଶ୍ୱର: ତମାଣ୍ଡୋ ଏବଂ ଉତ୍ତରାସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇ ଶୋରୁମ୍ରେ ଲଞ୍ଚ ହୋଇଛି ବହୁ ପ୍ରତୀକ୍ଷିତ କ୍ରେଟା ଇଲେକ୍ଟିକ୍ କାର। ଆଦିତ୍ୟ ଗ୍ରୁପ୍ର ଭାଇସ ପ୍ରେସିଡେଣ୍ଟ ରାଜୀବ ପଣ୍ଡା, ତମାଣ୍ଡୋ ଏବଂ ଉତ୍ତରା ଶୋରୁମର ଏଜିଏମ ତଥା ଆଦିତ୍ୟ ଗ୍ରୁପ୍ର ସମସ୍ତ ସେଲ୍ସ ମ୍ୟାନେଜର ଉପସ୍ଥିତି ଏହି କାର୍ ଲଞ୍ଚ ହୋଇଛି। କାରର ପ୍ରାରମ୍ଭ ମୂଲ୍ୟ ୧୭ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହେଉଥିବାବେଳେ, ବୋଲ୍ଡ ଡିଜାଇନ୍, ଅତ୍ୟାଧୁନିକ ଫିଚର୍ସ ସହ କାର ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ପ୍ରସ୍ତୁତ। ନୂଆ କ୍ରେଟାରେ ଟେକ୍ନୋଲୋଜି ସହ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି। ହ୍ୟୁଣ୍ଡାଇ କ୍ରେଟାରେ ମିଳୁଥିବା ସେଫ୍ଟି ଫିଚର୍ସ ମଧ୍ୟରେ ୬ ଏୟାରବ୍ୟାଗ, ଅଲ୍-ହ୍ୱିଲ ଡିସ୍କ ବ୍ରେକ୍, ଇଲେକ୍ଟ୍ରନିକ୍ ପାର୍କିଂ ବ୍ରେକ୍, ଅଟୋ ହିଲ୍ କଣ୍ଟ୍ରୋଲ୍, ଇଲେକ୍ଟ୍ରନିକ ଷ୍ଟାବିଲିଟି କଣ୍ଟ୍ରୋଲ୍, ଭେଇକଲ୍ ଷ୍ଟାବିଲିଟି ମ୍ୟାନେଜମେଣ୍ଟ, ଚାଇଲ୍ଡ ସିଟ (ISOFIX) ସପୋର୍ଟ ଏବଂ ଟାୟାର ପ୍ରେସ୍ର ମନିଟରିଂ ସିଷ୍ଟମ୍ ପରି ଅନେକ ଫିଚର୍ସ ସାମିଲ ରହିଛି । କମ୍ପାନି ଏହି ନୂଆ ଗାଡ଼ିରେ ଲେବଲ୍ ୨ ADAS ଫିଚର୍ସର ସପୋର୍ଟ ମଧ୍ୟ ଦେଇଛି । ଏହି କାରଣରେ ଇକୋ, ନର୍ମାଲ ଏବଂ ସ୍ପୋର୍ଟ୍ସ ତିନି ଡ୍ରାଇଭିଂ ମୋଡ୍ ଦିଆଯାଇଛି । କମ୍ପାନି ଦାବି କରିଛି ଯେ ଏହି କାର କେବଳ ୭.୯ ସେକେଣ୍ଡରେ ୦ରୁ ୧୦୦ ସ୍ପିଡ୍ ହାସଲ କରିବ ।ଡ୍ରାଇଭିଂ ରେଞ୍ଜ କଥା ଯଦି
ଭୁବନେଶ୍ୱର: ତମାଣ୍ଡୋ ଏବଂ ଉତ୍ତରାସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇ ଶୋରୁମ୍ରେ ଲଞ୍ଚ ହୋଇଛି ବହୁ ପ୍ରତୀକ୍ଷିତ କ୍ରେଟା ଇଲେକ୍ଟିକ୍ କାର। ଆଦିତ୍ୟ ଗ୍ରୁପ୍ର ଭାଇସ ପ୍ରେସିଡେଣ୍ଟ ରାଜୀବ ପଣ୍ଡା, ତମାଣ୍ଡୋ ଏବଂ ଉତ୍ତରା ଶୋରୁମର ଏଜିଏମ ତଥା ଆଦିତ୍ୟ ଗ୍ରୁପ୍ର ସମସ୍ତ ସେଲ୍ସ ମ୍ୟାନେଜର ଉପସ୍ଥିତି ଏହି କାର୍ ଲଞ୍ଚ ହୋଇଛି।
କାରର ପ୍ରାରମ୍ଭ ମୂଲ୍ୟ ୧୭ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହେଉଥିବାବେଳେ, ବୋଲ୍ଡ ଡିଜାଇନ୍, ଅତ୍ୟାଧୁନିକ ଫିଚର୍ସ ସହ କାର ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ପ୍ରସ୍ତୁତ। ନୂଆ କ୍ରେଟାରେ ଟେକ୍ନୋଲୋଜି ସହ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି।
ହ୍ୟୁଣ୍ଡାଇ କ୍ରେଟାରେ ମିଳୁଥିବା ସେଫ୍ଟି ଫିଚର୍ସ ମଧ୍ୟରେ ୬ ଏୟାରବ୍ୟାଗ, ଅଲ୍-ହ୍ୱିଲ ଡିସ୍କ ବ୍ରେକ୍, ଇଲେକ୍ଟ୍ରନିକ୍ ପାର୍କିଂ ବ୍ରେକ୍, ଅଟୋ ହିଲ୍ କଣ୍ଟ୍ରୋଲ୍, ଇଲେକ୍ଟ୍ରନିକ ଷ୍ଟାବିଲିଟି କଣ୍ଟ୍ରୋଲ୍, ଭେଇକଲ୍ ଷ୍ଟାବିଲିଟି ମ୍ୟାନେଜମେଣ୍ଟ, ଚାଇଲ୍ଡ ସିଟ (ISOFIX) ସପୋର୍ଟ ଏବଂ ଟାୟାର ପ୍ରେସ୍ର ମନିଟରିଂ ସିଷ୍ଟମ୍ ପରି ଅନେକ ଫିଚର୍ସ ସାମିଲ ରହିଛି । କମ୍ପାନି ଏହି ନୂଆ ଗାଡ଼ିରେ ଲେବଲ୍ ୨ ADAS ଫିଚର୍ସର ସପୋର୍ଟ ମଧ୍ୟ ଦେଇଛି । ଏହି କାରଣରେ ଇକୋ, ନର୍ମାଲ ଏବଂ ସ୍ପୋର୍ଟ୍ସ ତିନି ଡ୍ରାଇଭିଂ ମୋଡ୍ ଦିଆଯାଇଛି । କମ୍ପାନି ଦାବି କରିଛି ଯେ ଏହି କାର କେବଳ ୭.୯ ସେକେଣ୍ଡରେ ୦ରୁ ୧୦୦ ସ୍ପିଡ୍ ହାସଲ କରିବ ।

ଡ୍ରାଇଭିଂ ରେଞ୍ଜ କଥା ଯଦି କହିବା ତେବେ ହ୍ୟୁଣ୍ଡାଇ କ୍ରେଟା ଇଭି ଥରେ ଫୁଲ୍ ଚାର୍ଜ ହେଲେ ୪୭୫ କିଲୋମିଟର ଯାଏ ଯାତ୍ରା କରିପାରିବ । ଏହି ଇଲେକ୍ଟ୍ରିକ୍ ଏସୟୁଭିରେ ୫୧.୪kWh ଏବଂ ୪୨kWh ଦୁଇଟି ବ୍ୟାଟେରି ବିକଳ୍ପ ସହ ଲଞ୍ଚ୍ କରାଯାଇଛି । କମ୍ପାନି ଦାବି କରିଛି ଯେ ୫୧.୪kWh ଫୁଲ୍ ଚାର୍ଜ ହେଲେ ୪୭୨ କିଲୋମିଟର ଯାତ୍ରା କରିବ । ସେହିପରି ୪୨kWh ଭାରିଆଣ୍ଟ ସିଙ୍ଗଲ ଚାର୍ଜରେ ୩୯୦ କିଲୋମିଟର ଯାଏ ଯାତ୍ରା କରିବ ।