ତମ୍ବାଛଡା ପୂର୍ବତନ ସରପଞ୍ଚ ଭାଗୀରଥି ପଟ୍ଟଯୋଶୀ ଙ୍କ ପରଲୋକ ।
କଳାହାଣ୍ଡି:୩୦/୮/୨୪: ଧର୍ମଗଡ ବ୍ଲକ ତମ୍ବାଛଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଭାଗୀରଥି ପଟ୍ଟଯୋଶୀ (୫୪) ଙ୍କ ଆଜି ଅପରାହ୍ନ ୪ ଘଟିକା ସମୟ ରେ ହୃଦଘାତ ରେ ମୃତ୍ୟୁ ହୋଇ ଯାଇଛି । ବିଜୁ ଲିଗାସି କୁ ନେଇ ଶ୍ରୀ ପଟ୍ଟଯୋଶୀ ଗତ ଦିନ ରେ ବିଜୁ ବିକାଶ ବାହିନୀ ନାମକ ଏକ ସାମାଜିକ ସଙ୍ଗଠନ ଗଠନ କରି ତାର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ଅଞ୍ଚଳ ର ବିକାଶ ପାଇଁ ସେ ସଦା […] The post ତମ୍ବାଛଡା ପୂର୍ବତନ ସରପଞ୍ଚ ଭାଗୀରଥି ପଟ୍ଟଯୋଶୀ ଙ୍କ ପରଲୋକ । appeared first on Odisha.News.

କଳାହାଣ୍ଡି:୩୦/୮/୨୪:
ଧର୍ମଗଡ ବ୍ଲକ ତମ୍ବାଛଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଭାଗୀରଥି ପଟ୍ଟଯୋଶୀ (୫୪) ଙ୍କ ଆଜି ଅପରାହ୍ନ ୪ ଘଟିକା ସମୟ ରେ ହୃଦଘାତ ରେ ମୃତ୍ୟୁ ହୋଇ ଯାଇଛି । ବିଜୁ ଲିଗାସି କୁ ନେଇ ଶ୍ରୀ ପଟ୍ଟଯୋଶୀ ଗତ ଦିନ ରେ ବିଜୁ ବିକାଶ ବାହିନୀ ନାମକ ଏକ ସାମାଜିକ ସଙ୍ଗଠନ ଗଠନ କରି ତାର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ଅଞ୍ଚଳ ର ବିକାଶ ପାଇଁ ସେ ସଦା ସର୍ବଦା ଚେଷ୍ଟିତ ଥିଲେ । ତାଙ୍କ ସରପଞ୍ଚ ଥିବା ସମୟ ରେ ତମ୍ବା ଛଡା ଅଞ୍ଚଳ ରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇ ଥିଲା । ଧର୍ମଗଡ – ଗୋଲାମୁଣ୍ଡା କୁ ତମ୍ବାଛଡା ନିକଟ ରେ ତାଙ୍କ ଉଦ୍ୟମ ଯୋଗୁଁ ତେଲ ନଦୀ ଉପରେ ସେତୁ ନିର୍ମାଣ ହୋଇ ଥିଲା । ସେହି ପରି ଜୟ କଳାହାଣ୍ଡି ସଙ୍ଗଠନ ସହ ମଧ୍ୟ ସେ ଜଡ଼ିତ ଥିଲେ । ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଶୀ ଙ୍କ ସେ କକା ପୁଅ ଭାଈ ଥିଲେ । ତାଙ୍କର ଅକାଳ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଆସନ୍ତା କାଲି ତାଙ୍କ ନିଜ ଗ୍ରାମ ତମ୍ବାଛଡା ଠାରେ ତାଙ୍କର ଅନ୍ତିମ ସଂସ୍କାର କରା ଯିବ । ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ସାମ୍ୱାଦିକ ସଂଘ ରୁ ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା, ଅଂଶୁମାନ ପାତ୍ର, ଇଙ୍ଗିତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
The post ତମ୍ବାଛଡା ପୂର୍ବତନ ସରପଞ୍ଚ ଭାଗୀରଥି ପଟ୍ଟଯୋଶୀ ଙ୍କ ପରଲୋକ । appeared first on Odisha.News.