ତରଭା ମେଣ୍ଡା ରେ ସଂଗଠିତ ଚୋରି ଘଟଣାର ପର୍ଦ୍ଦାଫାସ, ୬ ଅଭିଯୁକ୍ତ ସହ ଚୋରି ସାମଗ୍ରୀ ଉଦ୍ଧାର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗ୍ରାମରେ ହୋଇଥିବା ଏକ ବଡ ଧରଣର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ତରଭା ପୋଲିସ। ଚୋର ମାନଙ୍କୁ ଧରିବା ସହ ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଛି। ଏ ସମ୍ବନ୍ଧରେ ତରଭା ଥାନାରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସମସ୍ତ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ […] The post ତରଭା ମେଣ୍ଡା ରେ ସଂଗଠିତ ଚୋରି ଘଟଣାର ପର୍ଦ୍ଦାଫାସ, ୬ ଅଭିଯୁକ୍ତ ସହ ଚୋରି ସାମଗ୍ରୀ ଉଦ୍ଧାର appeared first on Odisha.News.

ତରଭା ମେଣ୍ଡା ରେ ସଂଗଠିତ ଚୋରି ଘଟଣାର ପର୍ଦ୍ଦାଫାସ, ୬ ଅଭିଯୁକ୍ତ ସହ ଚୋରି ସାମଗ୍ରୀ ଉଦ୍ଧାର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗ୍ରାମରେ ହୋଇଥିବା ଏକ ବଡ ଧରଣର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ତରଭା ପୋଲିସ। ଚୋର ମାନଙ୍କୁ ଧରିବା ସହ ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଛି। ଏ ସମ୍ବନ୍ଧରେ ତରଭା ଥାନାରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସମସ୍ତ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ୫ ତାରିଖ ମୋନାଲିସା କର ମେଣ୍ଡା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ସେ ଓ ତାଙ୍କ ପରିବାର ଗତ ବର୍ଷ ଅକ୍ଟୋବର ମାସରୁ ଭୁବନେଶ୍ୱରରେ ରହିଥିବାରୁ ଏହି ସମୟରେ ତାଙ୍କ ମେଣ୍ଡା ସ୍ଥିତ ଘରଟି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ତାଙ୍କ ଘରର ସମସ୍ତ ସୁନା, ରୂପା ଅଳଙ୍କାର, ପିତ୍ତଳ ସାମଗ୍ରୀ ତଥା ବିଭିନ୍ନ ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି। ଚଳିତ ମାସ ୪ ତାରିଖ ଘରକୁ ଫେରିବା ପରେ ସେ ଘରର ବିଭିନ୍ନ ସାମଗ୍ରୀ ନ ପାଇ ତରଭା ପୋଲିସ କୁ ଖବର ଦେଇଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ କେଶ ନମ୍ବର ୧୩୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋନପୁର ଏସପି ୟଶ୍ ପ୍ରତାପ ଶ୍ରୀମାଲ ଙ୍କ ନିର୍ଦ୍ଦେଶରେ ଏସଡ଼ିପିଓ ପ୍ରତାପଚନ୍ଦ୍ର ତ୍ରିପାଠୀ, ଇନ୍ସପେକ୍ଟର ରମେଶ ମାହାଣା, ତରଭା ଆଇଆଇସି ଅନିତା କିଡୋ, ମେଣ୍ଡା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁଙ୍କୁ ନେଇ ଗଠିତ ଟିମ ତଦନ୍ତ ଆରମ୍ଭ କରି ୭ ତାରିଖ ଏହି ଘଟଣାରେ ପ୍ରଥମେ ମେଣ୍ଡା ଗ୍ରାମର ଦୁଇ ଭାଇ ଅଶୋକ ଫାରିକର (୪୯) ଓ ଶଙ୍କର ଲାଲ ଫାରିକର (୫୨) ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା ବେଳେ ୧୩ ତାରିଖ ଶନିବାର ଆଉ ଦୁଇଜଣ ଅଭିଯୁକ୍ତ ବରୁଣ ପଧାନ (୨୬) ଓ ସୋନୁ ମେହେର (୨୯) ଙ୍କୁ ପୋଲିସ ଗିରଫ କରିଛି। ଏହା ସହ ସାଗରପାଲି ଗ୍ରାମର ଯୋଗେଶ ସାଥୁଆ(୩୦), ମେଣ୍ଡା ଗ୍ରାମର ବଶିଷ୍ଠ ମେହେର(୫୦), ରଞ୍ଜିତ ଦାସ(୪୩), ଭୋଲା ଫରିକର(୫୫) ଙ୍କୁ ଚୋରି ସାମଗ୍ରୀ ରଖିଥିବା ଓ କିଣିଥିବା ଅଭିଯୋଗରେ ଗିରଫ କରିଛି। ଶନିବାର ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ସହ ଚୋରି ହୋଇଥିବା ପ୍ରାୟ ୫ ଭରି ସୁନା ଅଳଙ୍କାର, ରୂପା ଅଳଙ୍କାର, ଅନେକ ପିତ୍ତଳ ସାମଗ୍ରୀ ସହ ୩୭ ହଜାର ଟଙ୍କା ପୋଲିସ୍ ଉଦ୍ଧାର କରିଛି। ଏକ ପୁରୁଣା ଚୋରି ଘଟଣାର ପର୍ଦ୍ଦାଫାସ ସହ ଚୋର ମାନେ ଧରା ପଡ଼ିଥିବାରୁ ଅଞ୍ଚଳବାସୀ ଆଶ୍ୱସ୍ତି ଲାଭ କରିଛନ୍ତି। ଏହି ଅବସରରେ ଗତ ଜାନୁୟାରୀ ମାସରେ ପୁଆ-ଦେଉଳପଦର ପୋଲରୁ ମିଳିଥିବା ଅଜଣା ମହିଳାଙ୍କ ଶବ ବିଷୟରେ ସାମ୍ବାଦିକ ମାନେ ଏସଡିପିଓଙ୍କୁ ପଚାରିବାରୁ ବର୍ତ୍ତମାନ ଶୁଦ୍ଧା ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ପରିଚୟ ମିଳିନାହିଁ ବୋଲି କହିଥିଲେ। ହେଲେ ପୋଲିସ ଏହି କେଶକୁ ବନ୍ଦ କରିନାହିଁ ତଦନ୍ତ ଚାଲିଛି ମହିଳାଙ୍କ ପରିଚୟ ଓ ହତ୍ୟାକାରୀ ଧରା ପଡିବେ ବୋଲି କହିଥିଲେ।

The post ତରଭା ମେଣ୍ଡା ରେ ସଂଗଠିତ ଚୋରି ଘଟଣାର ପର୍ଦ୍ଦାଫାସ, ୬ ଅଭିଯୁକ୍ତ ସହ ଚୋରି ସାମଗ୍ରୀ ଉଦ୍ଧାର appeared first on Odisha.News.