ତର୍କରା ଡ୍ୟାମ୍ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ, ରାଜ୍ୟ ଅଗ୍ନିଶମର ଦମକଳ ବାହିନୀ ଓ ଓଡ୍ରାଫ ଟିମ ପଂହଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୨ ଘଣ୍ଟାର ଖୋଜାଖୋଜି ପରେ ଯୁବକ ଦ୍ୱୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ମାନେ ହେଉଛନ୍ତି ପ୍ଲାଂଟସାଇଟ ଥାନା ଅନ୍ତର୍ଗତ ରାଉରକେଲା ପାୱାର ହାଉସ ଲାଲ […] The post ତର୍କରା ଡ୍ୟାମ୍ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର appeared first on Dharitri Odia News.
ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ, ରାଜ୍ୟ ଅଗ୍ନିଶମର ଦମକଳ ବାହିନୀ ଓ ଓଡ୍ରାଫ ଟିମ ପଂହଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।
ପ୍ରାୟ ୨ ଘଣ୍ଟାର ଖୋଜାଖୋଜି ପରେ ଯୁବକ ଦ୍ୱୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ମାନେ ହେଉଛନ୍ତି ପ୍ଲାଂଟସାଇଟ ଥାନା ଅନ୍ତର୍ଗତ ରାଉରକେଲା ପାୱାର ହାଉସ ଲାଲ ବିଲଡିଂର ରାଜକୁମାର ମହତୋ(୨୦) ଓ ଛେଣ୍ଡ ଥାନା ଅନ୍ତର୍ଗତ ଛେଣ୍ଡ କଲୋନୀର ଜରୟୁବ ଖାନ(୨୦)।
କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅପରାହ୍ନରେ ୪-୫ ଜଣ ଛାତ୍ର ଉକ୍ତ ଡ୍ୟାମ୍କୁ ଗାଧୋଇବାକୁ ଆସିଥିଲେ । ସେଥିରୁ କିଛି ଗାଧୋଇବାକୁ ଗଭୀର ଜଳକୁ ଆସିଥିଲେ। ପ୍ରାୟ ୩ ଜଣ ଯୁବକ ଗାଧୋଉଥିବା ବେଳେ ଉକ୍ତ ଯୁବକ ମାନେ ବୁଡିବାକୁ ଲାଗିଥିଲେ।
ସ୍ଥାନୀୟ ଲୋକ ଜଣଙ୍କୁ ବଂଚାଇବାରେ ସକ୍ଷମ ହୋଇଥିଲେ। ବର୍ତ୍ତି ଯାଇଥିବା ଉକ୍ତ ଯୁବକ ହେଉଛନ୍ତି ଛେଣ୍ଡ ଅଂଚଳର ଭବେଶ ପ୍ରସାଦ(୧୯)। ଉଦ୍ଧାର ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗ ହାଉସରେ ରଖାଯାଇଛି।
The post ତର୍କରା ଡ୍ୟାମ୍ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର appeared first on Dharitri Odia News.