ତଳବିରା କୋଇଲା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ରାଜନୀତି

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଖଣି ଦୁର୍ନୀତି ପ୍ରସଙ୍ଗରେ ନାଁ ନ ନେଇ ପରୋକ୍ଷରେ ବର୍ତ୍ତମାନର ବିରୋଧୀଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।

ତଳବିରା କୋଇଲା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ରାଜନୀତି

ଝାରସୁଗୁଡ଼ା ଜିଲ୍ଲା ତଳବିରା କୋଇଲା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଖଣି ଦୁର୍ନୀତି ପ୍ରସଙ୍ଗରେ ନାଁ ନ ନେଇ ପରୋକ୍ଷରେ ବର୍ତ୍ତମାନର ବିରୋଧୀଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।

ଟଙ୍କଧର କହିଛନ୍ତି, ଯେଉଁମାନେ ନିଜର ନିର୍ମଳ ଭାବମୂର୍ତ୍ତିର ଛବି ପ୍ରତିଷ୍ଠା କରୁଥିଲେ ସିବିଆଇ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ। ସେପଟେ କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା କହିଛନ୍ତି, ହିଣ୍ଡାଲକୋ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେଉ। ସେ ବିରୋଧୀଦଳ ନେତା ହୁଅନ୍ତୁକି ଆଉ କିଏ ଯିଏ ଦୋଷୀ ସେ ଦଣ୍ଡିତ ହେବା ଦରକାର।

ଜବାବରେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛି, ୨୪ ବର୍ଷ ଶାସନ କାଳରେ ନବୀନ ତାଙ୍କ ସ୍ୱଚ୍ଛତାକୁ ପ୍ରତିପାଦିତ କରି ଆସିଛନ୍ତି। ବିଜେଡି ସରକାର ସମୟରେ କୌଣସି ଦୁର୍ନୀତି ହୋଇନଥିବ।