ତଳମୁଣ୍ଡରେ ପହଞ୍ଚତ୍ପାରୁନି ପାଣି: ଦିନରେ ଖୋଲା ରାତିରେ ବନ୍ଦ
ତିହିଡ଼ି,୩୧।୭ (ସଞ୍ଜିତ ବଳ): ଦଶମୌଜା କେନାଲରେ ୫ ଦିନ ହେଲା ପାଣି ଛଡ଼ା ଗଲାଣି। କିନ୍ତୁ ଏଯାଏ ତଳମୁଣ୍ଡରେ ଟୋପାଏ ବ ପାଣି ପହଞ୍ଚି ପାରିଲାନି। ଏହାର ମୁଖ୍ୟ କାରଣ ହେଉଛି ଉପରମୁଣ୍ଡରେ ଥିବା କେନାଲ ଫାଟକ ଦିନରେ ଖୋଲା ହେଉଥିବା ବେଳେ ରାତିରେ ବ ନ୍ଦ କରି ଦିଆଯାଉଛି। ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ପହଞ୍ଚୁ ନ ତିହିଡ଼ି ବ୍ଲକର କେତେକ ପଞ୍ଚାୟତରେ ଚାଷ କାମ ଆଗେଇ ପାରୁନାହିଁ। ଏହି ସମସ୍ୟାକୁ ନେଇ ମାନସିକ […] The post ତଳମୁଣ୍ଡରେ ପହଞ୍ଚତ୍ପାରୁନି ପାଣି: ଦିନରେ ଖୋଲା ରାତିରେ ବନ୍ଦ appeared first on Dharitri Odia News.
ତିହିଡ଼ି,୩୧।୭ (ସଞ୍ଜିତ ବଳ): ଦଶମୌଜା କେନାଲରେ ୫ ଦିନ ହେଲା ପାଣି ଛଡ଼ା ଗଲାଣି। କିନ୍ତୁ ଏଯାଏ ତଳମୁଣ୍ଡରେ ଟୋପାଏ ବ ପାଣି ପହଞ୍ଚି ପାରିଲାନି। ଏହାର ମୁଖ୍ୟ କାରଣ ହେଉଛି ଉପରମୁଣ୍ଡରେ ଥିବା କେନାଲ ଫାଟକ ଦିନରେ ଖୋଲା ହେଉଥିବା ବେଳେ ରାତିରେ ବ ନ୍ଦ କରି ଦିଆଯାଉଛି। ବର୍ଷା ଅଭାବ ସାଙ୍ଗକୁ କେନାଲରେ ପାଣି ପହଞ୍ଚୁ ନ ତିହିଡ଼ି ବ୍ଲକର କେତେକ ପଞ୍ଚାୟତରେ ଚାଷ କାମ ଆଗେଇ ପାରୁନାହିଁ। ଏହି ସମସ୍ୟାକୁ ନେଇ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ୪ ଚାଷୀ ଚଳିତ ବର୍ଷଠାରୁ ଜଳକର ଦେବେ ନାହିଁ ଏବଂ ଆବଶ୍ୟକ ପଡ଼ିଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଏ ମଙ୍ଗଳବାର ତହସିଲଦାରଙ୍କୁ ମ ଅବଗତ କରିଥିବା ଜଣାଯାଇଛି।
ପୂର୍ବରୁ ଅସନ୍ତୁଷ୍ଟ ଚାଷୀମାନେ ଗ ତହସିିଲଦାରଙ୍କୁ ଭେଟି ଅଭିଯୋଗ କରିବା ସ ତୁରନ୍ତ କେନାଲରେ ପାଣି ଯୋଗାଇ ଦେବାକୁ ଦାବି କରିଥିଲେ। ଶୁକ୍ରବାର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ସାଳନ୍ଦୀ ଜଳସେଚନ ବିଭାଗ ଏସ୍ଡିଓ ରାଇକେନ ବେଶ୍ରା କେନାଲର ଉପରମୁଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ସହ ଚାଷୀନେତା ଗୋବର୍ଦ୍ଧନ ନାୟକ ଓ ଚାଷୀ ପ୍ରକାଶ ଜେନା ଉପସ୍ଥିତ ଥିଲେ। ଉପରମୁଣ୍ଡ କେନାଲର ତେମୁହଁାଣୀଠାରୁ କିଛି ବ୍ୟବଧାନରେ ୩ଟି ଫାଟକ ଥିବାବେଳେ ପଦ୍ମପୁରଠାରେ ଥିବା ଫାଟକ ବନ୍ଦ କରାଯାଇଥିବାରୁ ତଳ ମୁଣ୍ଡକୁ ପାଣି ଆସିବା ସମ୍ଭବ ହେଉ ନ ଥିବା ଜଣାପଡ଼ିଥିଲା। ସେହିଦିନ ଅପରାହ୍ନରେ ପଦ୍ମପୁର ଫାଟକ ଖୋଲା ଯାଇଥିବା ଏବଂ କେନାଲରେ ସୁରୁଖୁରରେ ପାଣି ଯୋଗାଣ ପାଇଁ ଦଳ ଓ ଘାସ ସଫେଇର ବ୍ୟବସ୍ଥା କରାଯାଇଥିବା ଏସ୍ଡିଓ ସୂଚନା ଦେଇଥିଲେ। ହେଲେ ଶୁକ୍ରବାର ଅପରାହ୍ନରୁ ମଙ୍ଗଳବାର ଅପରାହ୍ନ ଯାଏ ତଳମୁଣ୍ଡରେ ପାଣି ନ ପହଞ୍ଚତ୍ବା ପରିତାପର ବିଷୟ। କେନାଲରେ ଯେମିତି ଘାସ ଓ ଦଳ ଭର୍ତ୍ତି ଥିଲା, ସେମିତି ରହିଛି। ତେବେ ଉପରମୁଣ୍ଡରେ ଫାଟକ ଦିନରେ ଖୋଲା ରହୁଥିବା ବେଳେ ରାତିରେ ବନ୍ଦ କରି ଦିଆଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ କେତେକ ଫାଟକ ବନ୍ଦ କରି ଜାଲ ବସାଇ ମାଛ ଧରୁଥିବା ମଧ୍ୟ କୁହାଯାଇଛି। ସାଳନ୍ଦୀ ଜଳସେଚନ ବିଭାଗର ତଦାରଖ ଅଭାବରୁ କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବନାଶ ସଦୃଶ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ବିଗତ ୨୦ ବର୍ଷରୁ ଊଦ୍ଧର୍ବ ହେବ କେନାଲରେ ପାଣି ଦିଆ ଯାଉ ନ ଥିଲେ ମଧ୍ୟ ଜଳକର ଆଦାୟ କରାଯାଉଥିବା ଅଭିଯୋଗ କରି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧିଛି। ବିଶେଷ କରି ୪ ପଞ୍ଚାୟତ ସିନ୍ଦୋଳ, ମଙ୍ଗଳପୁର, କୋହ୍ଲ ଓ ଫତେପୁରରେ ସ୍ଥିତି ଜଟିଳ ହୋଇଥିବାରୁ ଚଳିତବର୍ଷ ଜଳକର ଦେବେ ନାହିଁ ବୋଲି ଚାଷୀ ବାଙ୍କବିହାରୀ ମଲ୍ଲିକ, ପରମାନନ୍ଦ ନାୟକ, ଉମାକାନ୍ତ ବଳ, ଶରତ ନାୟକ, କାଳନ୍ଦୀ ନାୟକ, ରଣଜିତ ଭୋଇ, ବିମ୍ବାଧର ପରିଡ଼ା, ସୁବାସ ସାହୁ, ଗୌତମ ମୁଦୁଲି ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସେମାନେ ତହସିଲଦାରଙ୍କୁ ଅବଗତ କରାଇଛନ୍ତି। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇ ବିଧାନସଭାରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବାକୁ ଦାବି କରିଛନ୍ତି। ସାଳନ୍ଦୀ ଜଳସେଚନ ବିଭାଗ ଏସ୍ଡିଓଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାବେଳେ ତହସିଲଦାର ଆଚାର୍ଯ୍ୟ ପୁଣିଥରେ କେନାଲର ଉପରମୁଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।
The post ତଳମୁଣ୍ଡରେ ପହଞ୍ଚତ୍ପାରୁନି ପାଣି: ଦିନରେ ଖୋଲା ରାତିରେ ବନ୍ଦ appeared first on Dharitri Odia News.