ତଳି ରୋଉଥିଲେ ମହିଳା: ଘଟିଲା ବଜ୍ରପାତ

ଜଳେଶ୍ୱର,୨୩ା୮(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଗୋପୀମୋହନପୁର ପଞ୍ଚାୟତ ବାସୁଳିଆ ଆଦିବାସୀ ସାହିର ମହିଳାମାନେ ଗୁରୁବାର ଅପରାହ୍ନରେ ତଳି ରୋଉଥିଳେ। ସେତିକିବେଳେ ହଠାତ୍‌ ବର୍ଷା ସହ ଘଡଘଡି ହୋଇ ବଜ୍ରପାତ ଘଟିଥିଲା। ବଜ୍ରପାତରେ ସୁନୀଲ ହେମ୍ବ୍ରମଙ୍କ ସ୍ତ୍ରୀ ସୋମବାରୀ(୩୬)ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ଜିକେଭଟ୍ଟର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଳିଥିବା ସୂଚନା ମଳିଛି। ଅନ୍ୟପକ୍ଷେ ସେ ଧାନ ରୋଇବା ବେଳେ ମୋବାଇଲ […] The post ତଳି ରୋଉଥିଲେ ମହିଳା: ଘଟିଲା ବଜ୍ରପାତ appeared first on Dharitri Odia News.

ତଳି ରୋଉଥିଲେ ମହିଳା: ଘଟିଲା ବଜ୍ରପାତ

ଜଳେଶ୍ୱର,୨୩ା୮(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଗୋପୀମୋହନପୁର ପଞ୍ଚାୟତ ବାସୁଳିଆ ଆଦିବାସୀ ସାହିର ମହିଳାମାନେ ଗୁରୁବାର ଅପରାହ୍ନରେ ତଳି ରୋଉଥିଳେ। ସେତିକିବେଳେ ହଠାତ୍‌ ବର୍ଷା ସହ ଘଡଘଡି ହୋଇ ବଜ୍ରପାତ ଘଟିଥିଲା।

ବଜ୍ରପାତରେ ସୁନୀଲ ହେମ୍ବ୍ରମଙ୍କ ସ୍ତ୍ରୀ ସୋମବାରୀ(୩୬)ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ଜିକେଭଟ୍ଟର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଳିଥିବା ସୂଚନା ମଳିଛି।

ଅନ୍ୟପକ୍ଷେ ସେ ଧାନ ରୋଇବା ବେଳେ ମୋବାଇଲ ଫୋନ ଧରିଥିବା ବେଳେ ବେକରେ ଏକ ଧାତୁରେ ନିର୍ମିତ ହାର ପିନ୍ଦିଥିଲେ। ଫଳରେ ସେ ବଜ୍ରପାତରେ ଅଧିକ ଗୁରୁତର ହୋଇଥିବା ଜଣାପଡିଛି।

The post ତଳି ରୋଉଥିଲେ ମହିଳା: ଘଟିଲା ବଜ୍ରପାତ appeared first on Dharitri Odia News.