ତହବୁର ରାଣାକୁ ମିଳିଲାନି ଆଶ୍ୱସ୍ତି, ପରିବାର ସହ କଥା ହେବାକୁ ଅନୁମତି ଦେଲେନି କୋର୍ଟ, ଆବେଦନ ଖାରଜ

ନୂଆଦିଲ୍ଲୀ ୨୪।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାର ପିଟିସନ ଏନଆଇଏ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଣା ଏନଆଇଏ କଷ୍ଟଡି କାଳରେ ତାଙ୍କ ପରିବାର ସହ ଫୋନରେ କଥାବାର୍ତ୍ତା ହେବାକୁ ନିବେଦନ କରିଥିଲା, ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋର୍ଟରେ ଏନଆଇଏ ରାଣାର ଆବେଦନକୁ ବିରୋଧ କରିଥିଲା। ତଦନ୍ତାଧୀନ ବନ୍ଦୀଙ୍କ ନିମନ୍ତେ ଏପରି ସୁବିଧା ଯୋଗାଇ ଦିଆଯାଇ ପାରିବନି ବୋଲି କହିଥିଲା। ଏନଆଇଏ ପକ୍ଷରୁ କୁହାଯାଇଥିଲା ଯେ ମାମଲା ଯାଞ୍ଚ ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଏଣୁ ତାକୁ ଯଦି ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବା ପାଇଁ ଅନୁମତି ମିଳେ ସେ ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ୍ କରିଦେଇପାରେ। ଉଲ୍ଲେଖଯୋଗ୍ୟ ଯେ ରାଣା ନିଜ ପାରିବାର ଲୋକଙ୍କ ସହ ଫୋନରେ କଥାବାର୍ତ୍ତା ହେବା ପାଇଁ କୋର୍ଟଙ୍କ ଅନୁମତି ଚାହିଁଥିଲା। ତେବେ ଏନଆଇଏର ବିରୋଧ ଯୋଗୁ କୋର୍ଟ ତା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ତହବୁର ରାଣା ତା ଆବେଦନରେ ପରିବାର ସଦସ୍ୟଙ୍କୁ ତା ପରିସ୍ଥିତି ନେଇ ଚିନ୍ତା ଲାଗି ରହିଛି ବୋଲି କହିଥିଲା। ଏଥିରେ ତାକୁ ଯଦି ଅନୁମତି ଦିଆଯାଆନ୍ତା ସେପରିବାର ଲୋକଙ୍କ ସହ ଫୋନରେ କଥା ହୋଇ ପାରନ୍ତା ବୋଲି କହିଥିଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଜନ୍ମିତ କାନାଡା ନାଗରିକ ତହବୁର ରାଣାକୁ ଏପ୍ରିଲ ୧୦ ତାରିଖ ଦିନ କୋର୍ଟ ୧୮ ଦିନ ନିମନ୍ତେ ଏନଆଇଏ ହାଜତକୁ ପଠାଇଥ

ତହବୁର ରାଣାକୁ ମିଳିଲାନି ଆଶ୍ୱସ୍ତି, ପରିବାର ସହ କଥା ହେବାକୁ ଅନୁମତି ଦେଲେନି କୋର୍ଟ, ଆବେଦନ ଖାରଜ

ନୂଆଦିଲ୍ଲୀ ୨୪।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାର ପିଟିସନ ଏନଆଇଏ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଣା ଏନଆଇଏ କଷ୍ଟଡି କାଳରେ ତାଙ୍କ ପରିବାର ସହ ଫୋନରେ କଥାବାର୍ତ୍ତା ହେବାକୁ ନିବେଦନ କରିଥିଲା, ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋର୍ଟରେ ଏନଆଇଏ ରାଣାର ଆବେଦନକୁ ବିରୋଧ କରିଥିଲା। ତଦନ୍ତାଧୀନ ବନ୍ଦୀଙ୍କ ନିମନ୍ତେ ଏପରି ସୁବିଧା ଯୋଗାଇ ଦିଆଯାଇ ପାରିବନି ବୋଲି କହିଥିଲା। 

ଏନଆଇଏ ପକ୍ଷରୁ କୁହାଯାଇଥିଲା ଯେ ମାମଲା ଯାଞ୍ଚ ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଏଣୁ ତାକୁ ଯଦି ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବା ପାଇଁ ଅନୁମତି ମିଳେ ସେ ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ୍ କରିଦେଇପାରେ। ଉଲ୍ଲେଖଯୋଗ୍ୟ ଯେ ରାଣା ନିଜ ପାରିବାର ଲୋକଙ୍କ ସହ ଫୋନରେ କଥାବାର୍ତ୍ତା ହେବା ପାଇଁ କୋର୍ଟଙ୍କ ଅନୁମତି ଚାହିଁଥିଲା। ତେବେ ଏନଆଇଏର ବିରୋଧ ଯୋଗୁ କୋର୍ଟ ତା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। 

ତହବୁର ରାଣା ତା ଆବେଦନରେ ପରିବାର ସଦସ୍ୟଙ୍କୁ ତା ପରିସ୍ଥିତି ନେଇ ଚିନ୍ତା ଲାଗି ରହିଛି ବୋଲି କହିଥିଲା। ଏଥିରେ ତାକୁ ଯଦି ଅନୁମତି ଦିଆଯାଆନ୍ତା ସେପରିବାର ଲୋକଙ୍କ ସହ ଫୋନରେ କଥା ହୋଇ ପାରନ୍ତା ବୋଲି କହିଥିଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଜନ୍ମିତ କାନାଡା ନାଗରିକ ତହବୁର ରାଣାକୁ ଏପ୍ରିଲ ୧୦ ତାରିଖ ଦିନ କୋର୍ଟ ୧୮ ଦିନ ନିମନ୍ତେ ଏନଆଇଏ ହାଜତକୁ ପଠାଇଥିଲା। ଏନଆଇଏ ଅଭିଯୋଗ କରିଛି ଯେ ଅପରାଧିକ ଷଡ଼ଯନ୍ତ୍ରରେ ଅଭିଯୁକ୍ତ ଡେଭଡି କୋଲମ୍ୟାନ ହେଡଲୀ  ଭାରତ ଆସିବା ପୂର୍ବରୁ ରାଣା ସହିତ ପୁରା ଅଭିଯାନ ନେଇ ଚର୍ଚ୍ଚା କରିଥିଲା।